ଆଲ୍ଲୁରୀ ସୀତାରାମ ରାଜୁ

ଉଇକିପିଡ଼ିଆ‌ରୁ
ଆଲ୍ଲୁରୀ ସୀତାରାମ ରାଜୁ
Born(1897-07-04)୪ ଜୁଲାଇ ୧୮୯୭
Died୭ ମଇ ୧୯୨୪(1924-05-07) (ବୟସ ୨୬)
Cause of deathCapture and execution by the British
Resting placeKrishnadevipeta, Visakhapatnam District
Known forRampa Rebellion of 1922–24
TitleManyam Veerudu
Parent(s)Venkata Rama Raju (father), Suryanarayanamma (mother)[୧]

ଆନ୍ଧ୍ରପ୍ରଦେଶରେ ଜନ୍ମିତ ଆଲ୍ଲୁରୀ ସୀତାରାମ ରାଜୁ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ । ବ୍ରିଟିଶ ସରକାରଦ୍ୱାରା ଲାଗୁ କରାଯାଇଥିବା "୧୮୮୨ Madras Forest Act "ର ବିରୁଦ୍ଧରେ ରାଜୁଙ୍କ ନେତୃତ୍ୱରେ ରମ୍ପା ବିଦ୍ରୋହର ସୂତ୍ରପାତ ହୋଇଥିଲା । ସ୍ଥାନୀୟ ଅଞ୍ଚଳରେ ବିଦ୍ରୋହକୁ ସମର୍ଥନ କରୁଥିବା ଲୋକଙ୍କ ମଧ୍ୟରେ ସେ ମାନ୍ୟମ ଭୀରୁଡୁ (ଜଙ୍ଗଲ ବୀର) ନାଆଁରେ ସେ ବେଶ ଜଣାଶୁଣା ଥିଲେ ।

ପରିଚୟ[ସମ୍ପାଦନା]

ସିତାରାମ ରାଜୁଙ୍କ ଜନ୍ମ ସ୍ଥାନ ଓ ଜନ୍ମ ତାରିଖ ବିଷୟରେ ଭିନ୍ନ ଭିନ୍ନ ତଥ୍ୟ ଥିଲେ ବି ଅନେକଙ୍କ ମତରେ ୪ ଜୁଲାଇ ୧୮୯୭ ମସିହାରେ ବିଶାଖାପାଟଣା ଜିଲ୍ଲାର ଭିମୁନୀପାଟଣାଠାରେ ତାଙ୍କ ଜନ୍ମ ।[୨][୩][୪][୫][୬][୭][୮]ମାତ୍ର ବାର ବର୍ଷ ବୟସରେ ସେ ପିତାଙ୍କୁ ହରାଇ କକାଙ୍କ ପାଖରେ ପ୍ରଥମେ ନାରସାପୁର ଓ ପରେ କୋଭାଡା ଯାଇ ରହିଥିଲେ । ପିଲାଟି ଦିନରୁ ପାଠ ପଢ଼ାରେ ତାଙ୍କର ବିଶେଷ ରୁଚି ନ ଥିଲେ ବି ବେଦାନ୍ତ, ଯୋଗ ଆଦି ବିଷୟ ଶିଖିବାରେ ତାଙ୍କର ଆଗ୍ରହ ପ୍ରକାଶ ପାଇଥିଲା । 1918ରେ ଟୁନିରେ ରହଣି ବେଳେ ସେ ସମୟ ସମୟରେ ଜଙ୍ଗଲ ଭିତରେ ବୁଲି ଯାଆନ୍ତି । ଏହି ସମୟରେ ସେ ଜଙ୍ଗଲରେ ବସକରୁଥିବା ଜନଜାତିଙ୍କ ଦୁର୍ଦ୍ଦଶା ଦେଖି ପାରିଥିଲେ ।ଏହାପରେ ସେ ପାଠ ପଢ଼ା ଛାଡି ଜନଜାତିଙ୍କ ସେବାରେ ଲାଗିପଡିଲେ ।[୯]

ସଂଗ୍ରାମୀ ଜୀବନ[ସମ୍ପାଦନା]

ବ୍ରିଟିଶ ସରକାର "1882 Madras Forest Act" ଲାଗୁ କରି ଜଙ୍ଗଲରେ ପୋଡ଼ୁ ଚାଷ କରି ପେଟ ପୋଷୁଥିବା ଜନଜାତି ବର୍ଗର ଲୋକଙ୍କ ଜଙ୍ଗଲରେ ବିଚରଣ କରିବା ଉପରେ କଟକଣା ଲାଗୁ କରିଦେଲେ । ଏହି ଜନ ବିରୋଧୀ ଆଇନ ବିରୁଦ୍ଧରେ ରାଜୁ ପୂର୍ବ ଗୋଦାବରୀ ଏବଂ ବିଶାଖାପାଟଣା ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ବିଦ୍ରୋହର (ରମ୍ପା ବିଦ୍ରୋହ)ନେତୃତ୍ୱ ନେଲେ । ତତ୍କାଳୀନ ବଙ୍ଗଳାର ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ଦେଶପ୍ରେମରେ ଉଦବୃଦ୍ଧ ହୋଇ ସେ ଚିନ୍ତାପଲ୍ଲୀ, ରାମ୍ପଗେଡା ଭରାମ, ଡମାନ୍ନା ପଲ୍ଲୀ, କ୍ରିଷ୍ଣା ଦେବୀ ପେଟା, ରାଜାଭମାଙ୍ଗୀ, ନରସିପାଟନାମ ତଥା ଆନ୍ନଭରାମ ଇତ୍ୟାଦି ଅଞ୍ଚଳରେ ଥାନା ଆକ୍ରମଣ କରିଥିଲେ । ରାଜୁ ଏବଂ ତାଙ୍କ ସହଯୋଗୀ ବ୍ରିଟିଶ ବାହିନୀର ବନ୍ଧୁକ, ଗୋଳବାରୁଦ ଛଡ଼ାଇ ନେବା ସହ ଅନେକ ପୋଲିସ ଅଫିସରଙ୍କୁ ହତ୍ୟା କରିଥିଲେ ।

ମୃତ୍ୟୁ[ସମ୍ପାଦନା]

ବ୍ରିଟିଶ ସରକାର ରାଜୁଙ୍କୁ ଧରିବା ପାଇଁ ବିଶାଖାପାଟଣା ଜିଲ୍ଲାର ତତ୍କାଳୀନ କଲେକ୍ଟର ରଦର ଫୋର୍ଡଙ୍କୁ ନିର୍ଦ୍ଦେଶ ଦେବା ପରେ ରାଜୁଙ୍କ ସହଯୋଗୀ ସୂର୍ଯ୍ୟ ନାରାୟଣ ରାଜୁ (ଆଗିରାଜୁ ନାମରେ ଖ୍ୟାତ)ଗିରଫ ହେଲେ । ଏହାପରେ ରାଜୁଙ୍କୁ ଧରିବାରେ ବ୍ରିଟିଶ ସରକାର ସଫଳ ହେଲେ । ରାଜୁଙ୍କ ଏକ ଗଛରେ ବାନ୍ଧି ଗୁଳି ବିଦ୍ଧ କରି ହତ୍ୟା କରାଯାଇଥିଲା । ରାଜୁଙ୍କୁ ଧରିବାରେ ସଫଳ ହୋଇଥିବା ପୋଲିସ ଅଫିସର ଜଣ ଜ୍ଞାନେଶ୍ୱର ରାଓଙ୍କୁ ଇଂରେଜ ସରକାର "ରାଓ ବାହାଦୁର" ଉପାଧିରେ ସମ୍ମାନିତ କରିଥିଲେ । [୧୦]

ସଂସ୍କୃତିରେ ରାଜୁଙ୍କ ସ୍ମୃତି[ସମ୍ପାଦନା]

୧୯୮୬ ମସିହାରେ ଭାରତୀୟ ଡାକ ବିଭାଗ ରାଜୁଙ୍କ ସମ୍ମାନାର୍ଥେ ଏକ ଡାକ ଟିକଟ ଜାରି କରିଛନ୍ତି । [୧୧]ରାଜୁଙ୍କ ଜୀବନିକୁ ନେଇ ତେଲୁଗୁ ଚଳଚ୍ଚିତ୍ର "ଆଲ୍ଲୁରି ସୀତାରାମ ରାଜୁ " ମୁକ୍ତିଲାଭ କରିଥିଲା ଯେଉଁଥିରେ ତେଲୁଗୁ ଅଭିନେତା କ୍ରିଷ୍ଣା, ରାଜୁଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଆନ୍ଧ୍ର ପ୍ରଦେଶ ସରକାରଙ୍କଦ୍ୱାରା ରାଜୁଙ୍କ ଜନ୍ମଦିନ ୪ ଜୁଲାଇକୁ ସରକାରୀ ଉତ୍ସବ ଭାବେ ପାଳନ କରାଯାଉଛି ।[୧୨] ଏଳୁରୁସ୍ଥିତ କ୍ରିକେଟ ଷ୍ଟାଡିୟମ ରାଜୁଙ୍କ ସମ୍ମାନାର୍ଥେ Alluri Sitarama Raju Cricket Stadium ନାମରେ ନାମିତ ।[୧୩] ୯ ଅକ୍ଟୋବର ୨୦୧୭ରେ ସାଂସଦ ଥୋଟା ନରସିଂହମ ଓ ଭି ବିଜୟସାଇ ରେଡ୍ଡିଙ୍କ ଅନୁରୋଧ କ୍ରମେ ରାଜୁଙ୍କ ସ୍ୱାଧୀନତା ସଂଗ୍ରାମୀର ମାନ୍ୟତା ପ୍ରଦାନ କରି ଭାରତର ପାର୍ଲିଆମେଣ୍ଟ ପରିସରରେ ରାଜୁଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି ।[୧୪]

ଆଧାର[ସମ୍ପାଦନା]

  1. Sharma, I. Mallikarjuna (1987). "Role of Revolutionaries in the Freedom Struggle: A Critical History of the Indian Revolutionary Movements, 1918-1934". Marxist Study Forum. p. 140.
  2. "The Great Indian Patriots". books.google.com.
  3. "Indian War of Independence". books.google.com.
  4. "Indian National Congress". books.google.com.
  5. "Nationalist movement in south India". books.google.com.
  6. "Decades of daring deeds". books.google.com.
  7. "Political and Social Factors in Andhra, 1900-1956". books.google.com.
  8. Guha, Ranajit (1982). Subaltern studies: writings on South Asian history and society. Oxford University Press. p. 134. Retrieved 15 August 2018.
  9. "India's freedom fighters in Arms". google books.
  10. "Indian civilization". books.google.com.
  11. "Indian Post"
  12. "AP to celebrate 117th birthday of Sri Alluri Sitarama Raju". 2 July 2014. Archived from the original on 14 July 2014.
  13. Nagaraja, G (23 May 2014). "ASR Stadium to get facelift". The Hindu. Eluru. Retrieved 15 August 2018.
  14. "Nod for installing Alluri's statue in Parliament". The Hindu. 9 October 2017.