ଆଲୋଚନା:ରୁଦ୍ର ନାରାୟଣ ସାହୁ

Page contents not supported in other languages.
ଉଇକିପିଡ଼ିଆ‌ରୁ

ପ୍ରସଙ୍ଗ ଲିଭାଇବା ବାବଦରେ ଅନୁସନ୍ଧାନ[ସମ୍ପାଦନା]

ଏ ପ୍ରସଙ୍ଗଟି ନିମ୍ନ କାରଣରୁ ଲିଭାଇବା ପାଇଁ ଚିହ୍ନିତ:

  • ପ୍ରସଙ୍ଗଟି କେବଳ ଜଣେ ଖାତା ଖୋଲିଥିବା ଉଇକିଆଳି ଲେଖିଛନ୍ତି । ଅନ୍ୟ ଦୁଇଥର ଦୁଇଟି ଆଇପି ଠିକଣାରୁ ସମ୍ପାଦନା ହୋଇଛି ।
  • ଖାତା ଖୋଲିଥିବା ଉଇକିଆଳି (Bgwikirns) ବୋଧେ ନିଜ ବାବଦରେ ହିଁ ପ୍ରସଙ୍ଗଟି ଲେଖିଛନ୍ତି ଯାହା ବ୍ୟବହାରକାରୀ ନାମ "rns" ବା "ରୁଦ୍ର (R) ନାରାୟଣ (N) ସାହୁ (S)"ର ସଂକ୍ଷିପ୍ତକରଣ ଭଳି ଲାଗୁଛି ।
  • ଖାତା ନ ଖୋଲି "ଲିଭାନ୍ତୁ" ଛାଞ୍ଚ କାଢ଼ିଥିବା ବ୍ୟକ୍ତିଙ୍କ ପ୍ରଥମ ଆଇପିରୁ ମିଳିଥିବା ଭୋଗୋଳିକ ଠିକଣା ପ୍ରସଙ୍ଗରେ ବର୍ଣ୍ଣିତ ବ୍ୟକ୍ତିଙ୍କ ବର୍ତ୍ତମାନର ସହର ବୋଲୋନାରେ । ଦ୍ୱିତୀୟ ଆଇପି ଠିକଣାର ଭୋଗୋଳିକ ଠିକଣା ମଧ୍ୟ ସେ ସହରର ପାଖାପାଖି । ବୋଧହୁଏ ଦୁଇଟିଯାକ ଆଇପି (ଗୋଟେ ଷ୍ଟାଟିକ ଓ ଆରଟି ଡାଇନାମିକ) ଓ Bgwikirns ଜଣେ ହିଁ ବ୍ୟକ୍ତି ।
  • ଆଇପି ଠିକଣାଯୋଡ଼ିକରୁ ହୋଇଥିବା ସମ୍ପାଦନା ଓ Bgwikirns ଆକାଉଣ୍ଟରୁ ହୋଇଥିବା ସମ୍ପାଦନାର ସମୟ ପାଖାପାଖି । ସାଧାରଣତଃ ନୂଆ ଉଇକିଆଳି ହୋଇଥିଲେ ବା ଅଜାଣତରେ ଲଗ ଇନ ନ କରି ସମ୍ପାଦନା କରି ତା' ପରେ ଉଇକିପିଡ଼ିଆରେ ହଳଦିଆ ରଙ୍ଗରେ ଚେତାବନୀ ଭଳି ଦିଶୁଥିବା ଛାଞ୍ଚ "You are not logged in. To be notified when someone replies and receive attribution with your name instead of your IP address, you can log in or create an account." ଦେଖି ଅନେକ ବ୍ୟବହାରକାରୀ ଲଗ ଇନ କରିଥାନ୍ତି । ହୁଏତ ସେହି କାରଣରୁ ଦୁଇଟି ଯାକ ସମ୍ପାଦନା ଭୁଲରେ ଆଇପି ହୋଇଛି ।

ଏସବୁ ଅନୁସନ୍ଧାନ ସର୍ବସାଧାରଣରେ ଥିବା ଡାଟା ଓ ବ୍ୟବହାରକାରୀଙ୍କ ଗୋପନୀୟତାକୁ ଆଖିରେ ରଖି । ତେବେ ମୋଟାମୋଟି ଭାବେ ଉପର ଅନୁସନ୍ଧାନର ଫଳାଫଳ ଠିକ । ଏଣୁ ପ୍ରସଙ୍ଗଟି ପରିଚାଳକମାନେ ଲିଭାଇପାରିବେ । ଯଦି User:Bgwikirns କୌଣସି କାରଣରୁ ଉପର ଅନୁସନ୍ଧାନ ସହ ସହମତ ନୁହଁନ୍ତି ତାହେଲେ ତାଙ୍କୁ ପ୍ରମାଣ ଯୋଗାଇବାକୁ ପଡ଼ିପାରେ । ତେବେ ଏସବୁ ବାଦ ପ୍ରସଙ୍ଗଟି ଉଇକିପିଡ଼ିଆରେ ରହିପାରିବ ନାହିଁ । କାରଣ ପାଇଁ ଉଇକିପିଡ଼ିଆ:ଜୀବିତ ବ୍ୟକ୍ତିଙ୍କ ଜୀବନୀ ଦେଖନ୍ତୁ । ଅନୁସନ୍ଧାନ ଶେଷ ହେଲା ଓ ଏବେରୁ ସପ୍ତାହେ-୨ ସପ୍ତାହ ଭିତରେ ପ୍ରସଙ୍ଗଟି ଲିଭାଯାଇପାରିବ । ଏଭଳି କ୍ଷେତ୍ରରେ ସାଧାରଣତଃ ବ୍ୟବହାରୀକାରୀଙ୍କ ଖାତା ଅଟକ କରାଯାଏ । ତେବେ Bgwikirns ନୂଆ ହୋଇଥିବାରୁ ତାଙ୍କୁ ପ୍ରଥମ ଥର ପାଇଁ ହୁଏତ ଅଜାଣତରେ ସମ୍ପାଦନା କରିଥିବା କାରଣରୁ ଅଟକାଇବା ଆବଶ୍ୟକ ନାହିଁ । ସେ ଏ ପ୍ରସଙ୍ଗ ବା ଏ ପ୍ରସଙ୍ଗ ସହ ସିଧାସଳଖ ଭାବେ ସମ୍ବନ୍ଧିତ ପ୍ରସଙ୍ଗ ସମ୍ପାଦନା କରିପାରିବେ ନାହିଁ । Psubhashish (ମୋ ଆଲୋଚନା) ୦୧:୦୧, ୧୫ ନଭେମ୍ବର ୨୦୨୩ (IST)[reply]

ଏହା ସମୀକ୍ଷକ ଜାଣିବା ଉଚିତ ଯେ ଯଦି ଜଣେ ବିଷୟ ଲେଖନ୍ତି, ତେବେ ତାଙ୍କୁ ଏକ ଆକାଉଣ୍ଟ ଖୋଲିବାକୁ ପଡିବ | ପ୍ରଥମ ମନ୍ତବ୍ୟର ଆବଶ୍ୟକତା କ’ଣ ମୁଁ ପାଇ ପାରିଲି ନାହିଁ |
ମୁଁ rns ସମ୍ବନ୍ଧରେ ତାଙ୍କର ବ୍ୟାଖ୍ୟାକୁ ପ୍ରଶଂସା କରିବି | ଉପଭୋକ୍ତା id ଉପରେ ସମାଲୋଚନା କରିବା ତାଙ୍କର କାର୍ଯ୍ୟ ନୁହେଁ, ଯାହା ଭଲ ଏବଂ ବୃତ୍ତିଗତ ନୁହେଁ |ମୁଁ ସ୍ପଷ୍ଟ କରୁଛି, ମୁଁ ବିଶେଷ ଉଦ୍ଦେଶ୍ୟ ପାଇଁ ନିଜ ବିଷୟରେ ଲେଖିଛି | ଆମ ଗାଁର ଶିକ୍ଷକ ଏବଂ ଅନେକ ପରିବାର ସେମାନଙ୍କ ଛାତ୍ର ଏବଂ ଶିଶୁମାନଙ୍କ ସାମ୍ନାରେ ମୋର କ୍ୟାରିୟର ଏବଂ ନିଜ ବିଷୟରେ କୃତିତ୍ୱ ବର୍ଣ୍ଣନା କରିବାକୁ ଅନୁରୋଧ କରିଛନ୍ତି | ମୋର ଏଥିପାଇଁ ସମୟ ନାହିଁ |
ମୁଁ ନିଜ ବିଷୟରେ ଇଂରାଜୀରେ ପଠାଇ ପାରିଥା’ନ୍ତି | ଯାହା ଗାଁର ଲୋକ ଏବଂ ସ୍କୁଲ ପିଲାମାନଙ୍କ ପାଇଁ କଷ୍ଟସାଧ୍ୟ ହେବ (ଯାହା ଓଡିଆ ଉଇକିପିଡ଼ିଆର ସବୁଠାରୁ ବଡ ଲକ୍ଷ୍ୟ) | ମୁଁ ପାଇଲି ଏହା ସେମାନଙ୍କ ପାଇଁ ଏକ ଭଲ ଏବଂ ବୃତ୍ତିଗତ ପ୍ଲାଟଫର୍ମ | ଏହି ପୃଷ୍ଠାର ଦୃଶ୍ୟ 350 ରୁ ଅଧିକ ବୃଦ୍ଧି ପାଇଲା, ଯାହା ମୋର ଲକ୍ଷ୍ୟ ପୂରଣ କଲା |ଯଦି ମୋ ଗାଁର କିଛି ଛାତ୍ର ଏହାକୁ pathi ପ୍ରେରଣା ପାଇବେ ତେବେ ମୁଁ ଖୁସି ହେବି | ମୁଁ ଉଇକିପିଡ଼ିଆରେ କିପରି ଲେଖିବି ଶିଖିଲି |
ଆପଣ ଦେଇଥିବା ମନ୍ତବ୍ୟ ବିଷୟ(this page) ଉପରେ ନିର୍ଭର କରେ ନାହିଁ, ଯାହା ଭିତ୍ତିହୀନ | ଯଦି ଆପଣ କାର୍ଯ୍ୟ ଏବଂ ଉଦ୍ଧୃତ ସନ୍ଦର୍ଭ ଉପରେ ମନ୍ତବ୍ୟ ଦେଇଥାନ୍ତେ ତେବେ ଏହା ଭଲ ହୋଇଥାନ୍ତା | ଯଦି ଆପଣ କିଛି ନୂତନ ଲେଖକଙ୍କୁ ପ୍ରେରଣା ଦେବା ଚିନ୍ତାଧାରା ଥା’ନ୍ତ|, ତେବେ ଆପଣ ପ୍ରବନ୍ଧକୁ ମଧ୍ୟ ସଂଶୋଧନ କରିଥାନ୍ତେ |ଏହି ପ୍ରକାରର ମନ୍ତବ୍ୟ ଦେବା ଉଇକିପିଡ଼ିଆର ଗୁଣବତ୍ତା ବୃଦ୍ଧି କରିବ ନାହିଁ, ବରଂ ଏକ ବିଷୟ ଉପରେ ଗଠନମୂଳକ ମନ୍ତବ୍ୟ ଦେବା ଆବଶ୍ୟକ |
ବର୍ତ୍ତମାନ ଏହା ଅନ୍ୟ ପାଠକମାନଙ୍କ ଉପରେ ନିର୍ଭର କରେ ଏବଂ ତୁମେ, ଏହା ସ୍ଥଗିତ / ପରିବର୍ତ୍ତିତ / ଅପସାରଣ ହେବ କି ନାହିଁ | ମୁଁ ତୁମର ସମସ୍ତ ନିଷ୍ପତ୍ତିକୁ ପ୍ରଶଂସା କରେ | ଧନ୍ୟବାଦ!(Bgwikirns) Bgwikirns (ମୋ ଆଲୋଚନା) ୦୪:୩୯, ୧୯ ନଭେମ୍ବର ୨୦୨୩ (IST)[reply]
ନିଜ/ନିଜ ସଂଗଠନ ବାବଦରେ ଲେଖିବା ଉଇକିପିଡ଼ିଆ ନୀତିର ବିରୁଦ୍ଧାଚରଣ (ଅଧିକ ଦେଖନ୍ତୁ: , , ) । ଆଗକୁ ଆପଣଙ୍କ କୌଣସି ଏଭଳି କାମ ପାଇଁ ଆପଣଙ୍କ ଆକାଉଣ୍ଟ ଅଟକାଯାଇପାରେ । କୌଣସି ପରିଚାଳକ ଆପଣଙ୍କ ତିଆରି ପ୍ରସଙ୍ଗ ବାବଦରେ ସମୟ ସାରି ଅନୁସନ୍ଧାନ କରିବା ପରେ ତାଙ୍କ ଅନୁସନ୍ଧାନକୁ ଭିତ୍ତିହୀନ କହିବା ବିଡ଼ମ୍ବନାର ବିଷୟ । ଆପଣ ଆଗକୁ ଉଇକିପିଡ଼ିଆର ନିୟମାବଳୀ ବାବଦରେ ଅବଗତ ହେବେ ଓ କୌଣସି ପ୍ରସଙ୍ଗ ଆରମ୍ଭ କରିବା ଆଗରୁ ସେହି ନୀତିବଳୀ ଓ ଲିଖନଶୈଳୀ ଅନୁସାରେ ଲେଖିବେ ବୋଲି ଆଶା । ପ୍ରସଙ୍ଗରେ ପଡ଼ିଥିବା ଛାଞ୍ଚରେ କାହିଁକି ଏ ପ୍ରସଙ୍ଗଟି ଉଇକିପିଡ଼ିଆରେ ରହିପାରିବ ନାହିଁ ତାହା ଲେଖାଯାଇଛି । ମୁଁ ଉପରେ ମଧ୍ୟ ଉଇକିପିଡ଼ିଆ:ଜୀବିତ ବ୍ୟକ୍ତିଙ୍କ ଜୀବନୀ ବାବଦରେ ଉଲ୍ଲେଖ କରିଛି ଯାହା ଆପଣ ସମ୍ପୂର୍ଣ୍ଣ ରୂପରେ ଅଣଦେଖା କରି ମୁଁ ପ୍ରସଙ୍ଗର ଗୁଣବତ୍ତା ବୃଦ୍ଧି ବାବଦରେ ଲେଖିନାହିଁ ବୋଲି ନିନ୍ଦା କରିଛନ୍ତି । ଏଭଳି ବ୍ୟବହାର ନ କରିବା ପାଇଁ ଆଉଥରେ ଚେତାବନୀ । ପ୍ରସଙ୍ଗଟି ଉଇକିପିଡ଼ିଆରେ ରହିବାଯୋଗ୍ୟ ନୁହେଁ ବୋଲି ବହୁବାର ଉଲ୍ଲେଖ କରିଛି ଯାହା ଉଇକିପିଡ଼ିଆ:ଜୀବିତ ବ୍ୟକ୍ତିଙ୍କ ଜୀବନୀ ପଢ଼ିଲେ ଜାଣିପାରିବେ । ସମସ୍ତ ସାଧାରଣ ଉଇକିଆଳିଙ୍କ ପାଇଁ ଉଇକିପିଡ଼ିଆର ନୀତି ଓ ଶୈଳୀ ଜାଣିବା ଜରୁରୀ । ଯଦି କିଛି ନିର୍ଦ୍ଦିଷ୍ଟ ପ୍ରଶ୍ନ ଥାଏ ଦୟାକରି ପଚାରିପାରିବେ । ତେବେ ଅଯଥା ଆରୋପରୁ ନିବୃତ୍ତ ରହିବା ପାଇଁ ଆଉଥରେ ଅନୁରୋଧ । Psubhashish (ମୋ ଆଲୋଚନା) ୦୫:୦୬, ୧୯ ନଭେମ୍ବର ୨୦୨୩ (IST)[reply]
(ପରିଚାଳକମାନେ ଏ ପ୍ରସଙ୍ଗଟି ଏବେ ଲିଭାଇପାରିବେ) Psubhashish (ମୋ ଆଲୋଚନା) ୦୫:୦୬, ୧୯ ନଭେମ୍ବର ୨୦୨୩ (IST)[reply]