ଆଲୋଚନା:ତିନ୍ ମୂର୍ତ୍ତୀ ଭବନ

Page contents not supported in other languages.
ଉଇକିପିଡ଼ିଆ‌ରୁ

ନାମ ବଦଳ ବାବଦରେ[ସମ୍ପାଦନା]

@Rajmishra757:, ଲେଖାଟି ଖୁବ ସୁନ୍ଦର ହେଇଛି । ତେବେ ଲେଖାର ନାମ "ତିନ ମୂର୍ତ୍ତି ଭବନ" ହେବ ବୋଧେ । ହିନ୍ଦୀ ନାମରୁ ଏ ନାମଟି ନିଆଯାଇଥିବାରୁ ମୁଁ ହିନ୍ଦୀ ଉଇକିପିଡ଼ିଆ ଖୋଲି ଦେଖିଲି ଆଉ ସେଠି ବି ସେମିତି ଲେଖାହୋଇଛି । ତେବେ ତମେ ଲେଖିଥିବା ଲେଖାଟି ହିନ୍ଦୀଠୁ ବହୁ ଉପରେ । --ସୁଭାସିସ ପାଣିଗାହି (ଆଳାପ) ୧୫:୨୬, ୨୩ ଅଗଷ୍ଟ ୨୦୧୬ (IST)[reply]

ଧନ୍ୟବାଦ @Psubhashish: ଭାଇ! ହିନ୍ଦୀ ଉଚ୍ଚାରଣକୁ ଦୃଷ୍ଟିରେ ରଖି ମୁଁ ପ୍ରସଙ୍ଗଟିର ନାମ ତିନ୍ ମୂର୍ତ୍ତୀ ଭବନ ଦେଇଥିଲି । ଓଡ଼ିଆ ଓ ହିନ୍ଦୀ ଉଚ୍ଚାରଣକୁ ତୁଳନା କଲେ ହଳନ୍ତ୍ କେଉଁଠି ବ୍ୟବ‌ହାର କରାଯିବ, ସେଥିରେ ବ‌ହୁତ confusion ହେଉଛି । ତେବେ ଯଦି ଏହାର ନାମ ତିନ ମୂର୍ତ୍ତୀ ଭବନ ରଖିବା ଠିକ୍ ହେବ ବୋଲି ଆପଣ ଭାବୁଛନ୍ତି, ତେବେ ଲେଖାଟିକୁ ଘୁଞ୍ଚାଇ ଦିଅନ୍ତୁ । ମୋର କୌଣସି ଆପତ୍ତି ନାହିଁ । ଲେଖାଟିକୁ ଯେଉଁ ନାମରେ ପାଠକମାନେ ବେଶି ଖୋଜିବେ, ଲେଖାଟି ସେହି ନାମରେ ରହିଲେ ହିଁ ଭଲ । --Rajalaxmi Mishra (ମୋ ଆଲୋଚନା) ୦୦:୦୪, ୨୪ ଅଗଷ୍ଟ ୨୦୧୬ (IST)[reply]
ମୋ ମତରେ ଉଚ୍ଚାରଣ ଅନୁସାରେ ମୂର୍ତ୍ତିର ବନାନକୁ ବଦଳ କରି ତିନ୍ ମୂର୍ତ୍ତି ଭବନ ଠିକ ହେବ,ଘର ସାମନାରେ ତିନୋଟି ମୂର୍ତ୍ତି ଥିବାରୁ ଏପରି ନାମକରଣ ହେଇଛି,ଏଠାରେ ତିନ (ବଙ୍ଗାଳୀ) ଲେଖିଲେ କିଛି ଅର୍ଥ ରହିବ ନାହିଁ, ଓଡ଼ିଆରେ ତିନି (୩) ଠିକ । --ଆଦିତ୍ୟ ମହାର (ଆଲୋଚନା) ୧୦:୨୦, ୨୪ ଅଗଷ୍ଟ ୨୦୧୬ (IST)[reply]
ତିନ ଓ ତିନ୍ ଉଭୟ ଓଡ଼ିଆ ଲିପିରୁପାନ୍ତର ଅନୁସାରେ ଠିକ । ଯେହେତୁ ଏଇଟା ଏକ ନାଁ ତାକୁ "ତିନ"ରୁ "ତିନି" କରିବା ଠିକ ହେବନାହିଁ । ଆଗରୁ ସେମାନେ "ଓଡ଼ିଆ"କୁ "ଓଡ଼ିୟା" କରି ସେଇ ଭଳି ଭୁଲ କରିଥିଲେ । ବ୍ୟକ୍ତିଗତ ଭାବେ ଉଭୟ "ତିନ" ଓ "ତିନ୍" ପାଇଁ ମୋର ସମର୍ଥନ ହେଲେ "ତିନ"ରେ ହଳନ୍ତ ନ ଥାଇ ବେଶୀ ଓଡ଼ିଆ ଲାଗୁଥିବାରୁ ବେଶୀ ସମର୍ଥନ । ଆଉ ବଙ୍ଗାଳୀମାନେ "ତିନ" ଲେଖିଲେ ବି "ତିନ୍" ଉଚ୍ଚାରଣ କରନ୍ତି ହେଲେ ଓଡ଼ିଆଏ ହଳନ୍ତ ଦେଲେ କି ନ ଦେଲେ ବି "ତିନି" ବୋଲି ଉଚ୍ଚାରଣ କରନ୍ତି । ନୂଆ ପିଢ଼ି ସବୁଠି ମାଳ ମାଳ ହଳନ୍ତ ଦେବା ସପକ୍ଷରେ ଆଉ ପୁରୁଣା ପିଢ଼ି (ମୋ ଭଳି ବୁଢ଼ାମାନେ) ହଳନ୍ତ ନ ଦେଇ ଲେଖିବା ସପକ୍ଷରେ । --ସୁଭାସିସ ପାଣିଗାହି (ଆଳାପ) ୧୦:୨୫, ୨୪ ଅଗଷ୍ଟ ୨୦୧୬ (IST)[reply]