ଆଲୋଚନା:ଖଣ୍ଡାୟତ
ନୂଆ ଯୋଡ଼ନ୍ତୁଓଡ଼ିଶାର କ୍ଷତ୍ରିୟଜାତିକୁ ଖଣ୍ଡାୟତ କୁହାଯାଏ । ଖଣ୍ଡ ଅର୍ଥ ଭୂଭାଗ ଏବଂ ଆୟତ ଅର୍ଥ ଅଧୀନ । ଭୂଭାଗର ସ୍ବାମୀ ରୂପେ ଖଣ୍ଡାୟତ ଅର୍ଥ କରାଯାଇଛି । ଓଡ଼ିଶାର ରାଜାମାନଙ୍କୁ ମଧ୍ୟ ଖଣ୍ଡାୟତ କୁହାଯାଏ । ଏମାନେ ପାଇକ ବାହିନୀର ନେତୃତ୍ୱ ନେଉଥିଲେ । ଆଗଙ୍ଗା ଗୋଦାବରୀ ଯାଏଁ ବିଶାଳ ଓଡ଼ିଶା ପ୍ରଦେଶ ଗଠନ ଖଣ୍ଡାୟତଙ୍କ ଅଦମ୍ୟ ସାହସ ଦ୍ଵାରା ସମ୍ଭବ ହୋଇପାରିଥିଲା । ଆଇନ ଏ ଆକବରି ଅନୁସାରେ ଓଡ଼ିଶାର ସମସ୍ତ ଜମି ଖଣ୍ଡାୟତଙ୍କ ଅଧୀନରେ ଥିଲା । ଏମାନେ କାନ୍ଧରେ ପଇତା ଧାରଣ କରିଥାନ୍ତି । କପିଳେନ୍ଦ୍ର ଦେବ ଖଣ୍ଡାୟତ ଥିଲେ । ଓଡ଼ିଶାର ରାଜ୍ୟ ଶାସନରେ ଏମାନଙ୍କ ଭୂମିକା କେଉଁ ଅନାଦିକାଳରୁ ରହିଆସିଛି । ଖଣ୍ଡାୟତମାନେହିଁ ଓଡ଼ିଶାର ରାଜା ହୁଅନ୍ତି । ରାଉତ, ରାଉତରାୟ, ଭଞ୍ଜ , ସାମଲ, ନାୟକ, ରାୟ, ସାମନ୍ତ, ସାମନ୍ତସିଂହାର ,ଜେନା , ଦଳବେହେରା , ଘଡେ଼ଇ, ସେନାପତି, ସାହୁ , ପୁହାଣ, ବଳିଆରସିଂହ , ହରିଚନ୍ଦନ, ଶ୍ରୀଚନ୍ଦନ, ବେହେରା , ମଙ୍ଗରାଜ , ପରିଜା , ସାହାଣୀ, ସ୍ୱାଇଁ,ବିଶ୍ଵାଳ, ବରାଳ , ବଳ, ଧଅଳ,ଜେନାମଣି, ଦେବଆଦି ଏମାନଙ୍କର ବଂଶ ଉପାଧି ଅଟେ ।