ଆଲିଗଡ ଦୁର୍ଗ

Coordinates: 27°55′42″N 78°03′26″E / 27.9284684°N 78.0571125°E / 27.9284684; 78.0571125
ଉଇକିପିଡ଼ିଆ‌ରୁ
ଆଲିଗଡ ଦୁର୍ଗର ଜଳ ଖାଇ 

Coordinates: 27°55′42″N 78°03′26″E / 27.9284684°N 78.0571125°E / 27.9284684; 78.057112527°55′42″N 78°03′26″E / 27.9284684°N 78.0571125°E / 27.9284684; 78.0571125ଆଲିଗଡ ଦୁର୍ଗ (Hindi: अलीगढ़ क़िला, ଉର୍ଦ୍ଦୁ: علی گڑھ قلعہ Aligarh Qila) ଯାହାକୁ ବହନେ ଚୋର କି କିଲ୍ଲା କୁହାଯାଇଥାଏ , ଭାରତୀୟ ରାଜ୍ୟ ଉତ୍ତର ପ୍ରଦେଶର ଆଲିଗଡଠାରେ ଅବସ୍ଥିତ । ଏହାକୁ ଭାରତର ସବୁଠାରୁ ସୁଦୃଢ ଦୁର୍ଗ କୁହାଯାଏ ।ଏହା ଭାରତୀୟ ଗ୍ରାଣ୍ଡ ଟ୍ରଙ୍କ ରାଜପଥ ସମୀପରେ ଅବସ୍ଥିତ ଓ ଏହାର ଚତୁର୍ଦିଗରେ ବିଶାଳ ଖାଇଗୁଡ଼ିକ ରହିଛି । [୧]

ଇତିହାସ [ସମ୍ପାଦନା]

1524-25 ମସିହାରେ କୋଳ ରାଜ୍ୟର ଗଭର୍ଣ୍ଣର ଇଂରାହିମ ଲୋଧି ମହମ୍ମଦଙ୍କଦ୍ୱାରା ଏହାର ନିର୍ମାଣ ହେଇଥିଲା । ପରେ ସାବିତ ଖାନ ତାକୁ ପୁନର୍ନିର୍ମାଣ କରିଥିଲେ [୨]। 1759 ମସିହାରେ ମାଧବ ରାଓ ସିନ୍ଧିଆଙ୍କ ଶାସନ କଳା ସମୟରେ ଏହାର ଗୁରୁତ୍ୱ ବୃଦ୍ଧି ପାଇଥିଲା । ସେ ଏହାକୁ ଫରାଶି ସୈନ୍ୟମାନଙ୍କ ସହାୟତାରେ ଆହୁରି ବଳିଷ୍ଠ କରି ଗଢ଼ି ଥିଲେ । ଅଲି ଘୁର ଯୁଦ୍ଧ ସମୟରେ ମରାଠା ମାନଙ୍କ  ଠାରୁ ବ୍ରିଟିଶମାନେ  ଏହାକୁ ଅଧିକାର କରିନେଇଥିଲେ ।1857 ସିପାହୀ ବିଦ୍ରୋହ ସମୟର ଏଠାରେ ଥିବା ସିପାହୀମାନେ ବିଦ୍ରୋହରେ ଭାଗନେଇଥିଲେ କିନ୍ତୁ ସେମାନେ ବ୍ରିଟିଶ ଅଫିସରମାନଙ୍କୁ ହତ୍ୟା କରିନଥିଲେ । ସେମାନେ ହାଥରସ ନାମକ ସ୍ଥାନକୁ ପଳେଇଥିଲେ । [୧]1700 ମସିହାର ମଧ୍ୟ ପରେ ଏହି ଦୁର୍ଗ ମାଧବ ରାଓ ସିନ୍ଧିଆ , ସୁରାଜମଳ ଜାତଙ୍କ ପରି ଶାସକଙ୍କ ଅଧୀନରେ ରହିଥିଲା ।  

ବର୍ତ୍ତମାନ ଆଲିଗଡ ମୁସଲିମ  ବିଶ୍ୱବିଦ୍ୟାଳୟ ଅହିନରେ ଥିବା ଏହି ଦୁର୍ଗ ର ଅଭ୍ୟନ୍ତର ଭାଗକୁ ଜୀବ ବିଜ୍ଞାନ ବିଭାଗ ପାଇଁ ବ୍ୟବହାର କରାଯାଉଛି । ସେମାନେ ପୁଣି ଏହାର ଉନ୍ନୟନ କରିଥିଲେ । 

ଆଧାର [ସମ୍ପାଦନା]

  1. ୧.୦ ୧.୧ Classic encyclopedia
  2. "History of Aligarh". Archived from the original on 2012-02-12. Retrieved 2016-11-13.