ଆଲଟ ଲାଗି

ଉଇକିପିଡ଼ିଆ‌ରୁ

ଆଲଟ ଅର୍ଥ ଏକ ବଡ଼ ପଙ୍ଖା । ମହାପ୍ରଭୁଙ୍କ ବିଭନ୍ନ ସେବା ମଧ୍ୟରେ ଆଲଟ ଲାଗି ଏକ ଅନନ୍ୟ ସେବା । ଏହି ନୀତିରେ ସେବକମାନେ ଠାକୁରଙ୍କୁ ବଡ଼ ପଖୀରେ ବିଞ୍ଚି ସେବା କରନ୍ତି ।

ନୀତି[ସମ୍ପାଦନା]

ପ୍ରତିଦିନ ରାତିରେ ମହାପ୍ରଭୁଙ୍କୁ ଆଲଟ ଲାଗି କରାଯାଏ । ଠାକୁରଙ୍କୁ ଶୀତଳ ପବନ ଦେବା ପାଇଁ ଏହି ନୀତି ରହିଛି । ଏହା ବ୍ୟତୀତ ଚନ୍ଦନଯାତ୍ରା ୪୨ଦିନ( ୨ ୧ ଦିନ ଭିତର ଚନ୍ଦନ ଓ ୨ ୧ ଦିନ ବାହାର ଚନ୍ଦନ)ଯାକ ଦିନକୁ ଦୁଇଥର(ସକାଳଧୂପ ଓ ସଂଧ୍ୟାଧୂପ ପରେ) ମହାପ୍ରଭୁଙ୍କୁ ଆଲଟ ଲାଗି ହୁଏ । ସେହି ସମୟରେ ଜଗମୋହନପୋଖରୀଆ ଅନ୍ଧାର କରାଯାଏ । ଅଖଣ୍ଡ ବଇଠାମାନ (ଅଖଣ୍ଡ ଦୀପ) ଲିଭାଇ ଦିଆଯାଏ । ଘୋଡ଼ାବାରିକ ଖୁଣ୍ଟିଆ ରତ୍ନ ସିଂହାସନକୁ ଲଗାଇ ଘୋଡ଼ା ରଖନ୍ତି । ପଢ଼ିଆରୀ ଦକ୍ଷିଣଦ୍ୱାର ନନ୍ଦାବର୍ତ୍ତରେ ଜଗିବସନ୍ତି । ଆଲଟ ଲାଗି ନିମନ୍ତେ ମଇଲମ, ସୂତାଲୁଗା ଲାଗି(ପବନ ସେବକ ପାଇଁ), ତ୍ରୀମୁଣ୍ଡିରେ ସୁବାସ ଫୁଲ ଲାଗି, କର୍ପୂର ଲାଗି, ବଡ଼ିଆ ମଣୋହୀ ଆଦି କରାଯାଏ । ଖୁରି ନାହାକ ଦକ୍ଷିଣ ଦ୍ୱାରରେ ଖୁରି ଧରି ବସନ୍ତି । ପୁଷ୍ପାଳକ ଖୁରିଏ ତାପରେ ତିନିଜଣ ପଣ୍ଡା ଖୁରିଏ ଆଲଟ କରନ୍ତି । ମାହାରି ସେବା କରନ୍ତି । ଏବେ ପ୍ରତିଦିନ ସଂଧ୍ୟାଧୂପ ପରେ ଏହି ନୀତି ହେଉଛି । ଏହି ସେବା ରଥ ଉପରେ ଓ ଗୁଣ୍ଡିଚା ମନ୍ଦିରରେ ମଧ୍ୟ କରାଯାଏ । ସେଥିପାଇଁ ମହାପ୍ରଭୁଙ୍କ ଆଲଟ ସାମଗ୍ରୀ ରଥ ସହ ଶ୍ରୀଗୁଣ୍ଡିଚା ଘରକୁ ଯାଏ ।

ଆଧାର[ସମ୍ପାଦନା]