ଆର୍ସେନିକ ବିଷକ୍ରିୟା

ଉଇକିପିଡ଼ିଆ ରୁ
Jump to navigation Jump to search
ଆର୍ସେନିକ ବିଷକ୍ରିୟା
ଇଂରାଜୀ ପ୍ରତିଶବ୍ଦ ଆର୍ସେନିକ ଟକ୍ସିସିଟି/arsenic toxicity, ଆର୍ସେନିକ ଓଭରଡୋଜ/arsenic overdose
Arsenic contamination areas.jpg
ପୃଥିବୀର ଭୂତଳ ଜଳରେ (groundwater) ପ୍ରାକୃତିକ ଆର୍ସେନିକ ଉପଲବ୍ଧ ସ୍ଥାନ ।
ବିଭାଗବିଷ ବିଜ୍ଞାନ (toxicology)
ଲକ୍ଷଣଆକ୍ୟୁଟ: ବାନ୍ତି (vomiting), ପେଟ ଯନ୍ତ୍ରଣା (abdominal pain), ପାଣିଆ ତରଳ ଝାଡ଼ା[୧]
କ୍ରନିକ: ମୋଟା ଚମ, କଳା ଚମ, କର୍କଟ [୧]
କାରଣଆର୍ସେନିକ[୧]
ରୋଗ ନିର୍ଣ୍ଣୟ ପଦ୍ଧତିପରିସ୍ରା, ରକ୍ତ ଓ ବାଳ ପରୀକ୍ଷା ।[୧]
ପ୍ରତିକାରବିନା ଆର୍ସେନିକ ପାନୀୟ ଜଳ । [୧]
ଚିକିତ୍ସାଡାଇମରକାପ୍ଟୋସକସିନିକ ଏସିଡ (dimercaptosuccinic acid), ଡାଇମରକାପ୍ଟୋପ୍ରୋପେନ ସଲଫେଟ (dimercaptopropane sulfonate)[୨]
ପୌନଃପୁନିକ>୨୦୦ ନିୟୁତ[୩]

ଆର୍ସେନିକ ବିଷକ୍ରିୟା (ଇଂରାଜୀରେ Arsenic poisoning) ଏକ ଡାକ୍ତରୀ ସମସ୍ୟା ଯାହା ଦେହରେ ଅଧିକ ଆର୍ସେନିକ (arsenic) ସ୍ତର ଥିଲେ ଉପୁଜେ ।[୪] ସ୍ୱଳ୍ପ ସମୟ ନିମନ୍ତେ ଏହି ବିଷ ସଂସ୍ପର୍ଶରେ ଆସିଲେ ବାନ୍ତି (vomiting), ପେଟ ଯନ୍ତ୍ରଣା (abdominal pain), ଏନ‌ସେଫାଲୋପାଥି (encephalopathy), ରକ୍ତ ମିଶ୍ରତ ପାଣି ସଦୃଶ ତରଳ ଝାଡ଼ା ଇତ୍ୟାଦି ଲକ୍ଷଣ ଦେଖାଯାଏ । ଦୀର୍ଘକାଳୀନ ସଂସ୍ପର୍ଶରେ ଆସିଲେ ମୋଟା ଚମ, କଳା ଚମ, ପେଟ ଯନ୍ତ୍ରଣା, ତରଳ ଝାଡ଼ା, ହୃତ୍‌ପିଣ୍ଡ ରୋଗ (heart disease), ଅଧିକ ଚର୍ମ ବର୍ଣ୍ଣକଣା ବା ହାଇପରପିଗମେଣ୍ଟେସନ (darker skin), ନିଉରୋପାଥି (numbness) ଓ କର୍କଟ ରୋଗ ଇତ୍ୟାଦି ଲକ୍ଷଣ ଦେଖାଯାଏ ।[୧]

ଆର୍ସେନିକ ଅପମିଶ୍ରିତ ପାନୀୟ ଜଳ (drinking water) ଦୀର୍ଘକାଳ ଧରି ପାନ କରିବା ଏହି ବିଷକ୍ରିୟାର ଏକ ସାଧାରଣ କାରଣ । [୩] ପ୍ରାକୃତିକ ଉପୟରେ ଭୂତଳ ଜଳ Groundwater ଅଧିକାଂଶ କ୍ଷେତ୍ରରେ ଅପମିଶ୍ରିତ ହୁଏ ଓ ଖଣି (mining) ବା କୃଷି ଯୋଗୁ ମଧ୍ୟ ଅପମିଶ୍ରିତ ହୋଇପାରେ । ଜଳରେ ଆର୍ସେନିକ ସ୍ତର ୧୦-୫୦ ପାର୍ଟସ ପର ବିଲିଅନରୁ (parts per billion) କମ ରଖିବାକୁ ସୁପାରିସ କରାଯାଏ । [୧] ବିଷାକ୍ତ ବର୍ଜ୍ୟବସ୍ତୁ ସ୍ଥାନ (toxic waste site) ଓ ପାରମ୍ପରିକ ଔଷଧରୁ (en:traditional medicines:) ମଧ୍ୟ ସଂସ୍ପର୍ଶ ହୋଇପାରେ । [୩][୧] ଅଧିକାଂଶ ବିଷକ୍ରିୟ ଆକସ୍ମିକ ଭାବରେ ଅଜାଣତରେ ହୁଏ । ଆର୍ସେନିକଦ୍ୱାରା ପ୍ରାୟ ୨୦୦ ଏଞ୍ଜାଇମର (enzymes) କାର୍ଯ୍ୟ ପରିବର୍ତ୍ତିତ ହୋଇଯାଇପାରେ । ପରିସ୍ରା, ରକ୍ତ ଓ ବାଳ ପରୀକ୍ଷା କରି ଆର୍ସେନିକ ଥିବା ପ୍ରମାଣ କରାଯାଏ । [୧]

ଅଧିକ ମାତ୍ରାର ଆର୍ସେନିକ ନ ଥିବା ଜଳ ପାନ କରିବାଦ୍ୱାରା ପ୍ରତିଷେଧ ସମ୍ଭବ ହୁଏ । ଏଥି ନିମନ୍ତେ ବିଶେଷ ଧରଣର ଫିଲଟର ବ୍ୟବ‌ହାର କରି ବା ବର୍ଷାଜଳ (rainwater) ବ୍ୟବ‌ହାର କରିବା ଆବଶ୍ୟକ । ଦୀର୍ଘକାଳୀନ ବିଷକ୍ରିୟା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସାର ଉପକାରୀତା ବିଷୟରେ ପ୍ରମାଣ ମିଳୁନି ।[୧] ଆକ୍ୟୁଟ ବିଷକ୍ରିୟା ଥିଲେ ପ୍ରଥମେ ନିର୍ଜଳନ ଚିକିତ୍ସା କରିବା ଆବଶ୍ୟକ ।[୪] ଡାଇମରକାପ୍ଟୋସକସିନିକ ଏସିଡ (Dimercaptosuccinic acid/ DMSA) ଅଥବା ଡାଇମରକାପ୍ଟୋପ୍ରୋପେନ ସଲଫେଟ (dimercaptopropane sulfonate/ DMPS) ବ୍ୟବ‌ହାର କରାଯାଏ କିନ୍ତୁ ଡାଇମରକାପ୍ରୋଲ (dimercaprol ବା BAL) ଦେବାକୁ ସୁପାରିସ କରାଯାଏ ନାହିଁ । [୨] ହେମୋଡାଏଲିସିସ Hemodialysis ବ୍ୟବ‌ହାର କରାଯାଇପାରେ । [୪]

ପାନୀୟ ଜଳ ମାଧ୍ୟମରେ ସାରା ପୃଥିବୀରେ ପ୍ରାୟ ୨୦୦ ନିୟୁତରୁ ଅଧିକ ଲୋକ ବିପଦମୁକ୍ତ ସ୍ତରରୁ ଅଧିକ ଥିବା ଆର୍ସେନିକ ସଂସ୍ପର୍ଶରେ ଆସୁଛନ୍ତି । ବାଙ୍ଗଲାଦେଶପଶ୍ଚିମ‌ବଙ୍ଗ ସର୍ବାଧିକ ପ୍ରଭାବିତ ହୋଇଛି । ଆକ୍ୟୁଟ ବିଷକ୍ରିୟା କ୍ୱଚିତ ହୁଏ ।[୩] ଏବର୍ସ ପାପିରସରେ (Ebers papyrus) ଖ୍ରୀ:ପୂ: ୧୫୦୦ ଶତାବ୍ଦୀରେ ଏହି ସମସ୍ୟା ବିଷୟ ଉଲ୍ଲେଖ ହୋଇଛି । [୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ ୧.୯ Ratnaike, R N (1 July 2003). "Acute and chronic arsenic toxicity". Postgraduate Medical Journal. 79 (933): 391–396. doi:10.1136/pmj.79.933.391. PMID 12897217.
  2. ୨.୦ ୨.୧ Andersen, Ole; Aaseth, Jan (December 2016). "A review of pitfalls and progress in chelation treatment of metal poisonings". Journal of Trace Elements in Medicine and Biology. 38: 74–80. doi:10.1016/j.jtemb.2016.03.013. PMID 27150911.
  3. ୩.୦ ୩.୧ ୩.୨ ୩.୩ Naujokas, Marisa F.; Anderson, Beth; Ahsan, Habibul; Aposhian, H. Vasken; Graziano, Joseph H.; Thompson, Claudia; Suk, William A. (3 January 2013). "The Broad Scope of Health Effects from Chronic Arsenic Exposure: Update on a Worldwide Public Health Problem". Environmental Health Perspectives. 121 (3): 295–302. doi:10.1289/ehp.1205875. PMID 23458756.
  4. ୪.୦ ୪.୧ ୪.୨ Vahidnia, A.; van der Voet, G.B.; de Wolff, F.A. (1 October 2007). "Arsenic neurotoxicity A review". Human & Experimental Toxicology. 26 (10): 823–832. doi:10.1177/0960327107084539. PMID 18025055.
  5. Howie, Frank (2013). Care and Conservation of Geological Material (in ଇଂରାଜୀ). Routledge. p. 135. ISBN 9781135385217.

ବାହାର ଲିଙ୍କ[ସମ୍ପାଦନା]


ଶ୍ରେଣୀବିଭାଗ
ବାହାର ଉତ୍ସ