ଆରଧନା ଜଗୋଟା

ଉଇକିପିଡ଼ିଆ‌ରୁ
ଆରାଧନା ଜଗୋଟା
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତ୍ରୀ
ମଡେଲ୍
ଚିତ୍ରନାଟ୍ୟ ଲେଖିକା
ସକ୍ରିୟ ବର୍ଷ୨୦୧୩ - ୨୦୧୬

ଆରାଧନା ଜଗୋଟା ଜଣେ ଚିତ୍ରନାଟ୍ୟ ଲେଖିକା ଏବଂ ଅଭିନେତ୍ରୀ ଯିଏକି ୨୦୧୩ ମସିହାରେ ହିନ୍ଦୀ ଦୂରଦର୍ଶନ ଧାରାବାହିକ ୨୪ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ ଅନୀଲ କପୁରଙ୍କ ସହିତ କାମ କରିଥିଲେ । ୨୦୧୬ ମସିହାରେ ସେ ହିନ୍ଦୀ କଥାଚିତ୍ର କେରି ଅନ୍ କୁଟ୍ଟନ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୧] ତାଙ୍କ ଅଭିନୀତ କ୍ଷୁଦ୍ର ଚଳଚ୍ଚିତ୍ର ଖାଜାଓଉ (୨୦୧୬) କାନ୍ସ ଫିଲ୍ମ ଫେଷ୍ଟିଭାଲରେ ମନୋନୀତ ହୋଇଥିବା ଭାରତୀୟ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ ଥିଲା ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଆରାଧନା ୧୯୯୦ ମସିହାରେ ନୂଆଦିଲ୍ଲୀଠାରେ ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ସନ୍ଦୀପ ଜଗୋଟା ଜଣେ ସିଭିଲ୍ ଇଞ୍ଜିନିୟର୍ ଥିଲେ ଏବଂ ତାଙ୍କ ମାଆ ବନ୍ଦନା ଜଗୋଟା ଜଣେ ଟେକ୍ସଟାଇଲ୍ ଡିଜାଇନର୍ । ସେ ବ୍ୟବସାୟୀ ବିନୟ ମାତୱାନୀଙ୍କୁ ବିବାହ କରିଛନ୍ତି ।

ଆରାଧନା ସମର ଫିଲ୍ଡ ସ୍କୁଲରେ ପଢ଼ୁଥିଲେ, ଯେଉଁଠାରେ ସେ ଅଭିନୟ ଜଗତ ପ୍ରତି ଆକର୍ଷିତ ହୋଇଥିଲେ । ଜାଗୋଟା ଏସିଆନ୍ ସ୍କୁଲ୍ ଅଫ୍ ମିଡିଆ ଷ୍ଟଡିଜ୍‌ରେ ପଢ଼ିବା ବେଳେ ତାଙ୍କ ସାଙ୍ଗମାନଙ୍କଦ୍ୱାରା ନିର୍ମିତ କଥାଚିତ୍ରରେ କାମ କରିଥିଲେ ।[୨] ମଡେଲିଂ ଏବଂ ଅଭିନୟକୁ ପେଷା ଭାବରେ ଗ୍ରହଣ କରିବା କରିବା ପାଇଁ ସେ ମୁମ୍ବାଇ ଯାଇଥିଲେ ।[୩][୪]

ଆଧାର[ସମ୍ପାଦନା]

  1. "You get those fatherly vibes from Anil Kapoor: Aradhana Jagota - Times of India". Retrieved 2016-07-17.
  2. lifestyle. "Aradhana Jagota debuts in Kerry on Kutton - LifeStyle Hub". lifestylehub.in. Archived from the original on 22 October 2016. Retrieved 2016-07-17.
  3. "Aradhana Jagota debuts in Kerry on Kutton!". Urbanasian (in ଆମେରିକୀୟ ଇଂରାଜୀ). 2016-06-30. Retrieved 2016-07-17.
  4. "Dialogues of Kerry On Kutton Will Stay With Audience For Lifetime- Aradhana Jagota - Bollywoodirect" (in ଆମେରିକୀୟ ଇଂରାଜୀ). 2016-05-19. Archived from the original on 2016-06-20. Retrieved 2016-07-17.

ବାହାର ଲିଙ୍କ୍[ସମ୍ପାଦନା]