ଆମନିଓଟିକ ଫ୍ଲୁଇଡ୍ ଏମ୍ବୋଲିଜ୍ମ
Amniotic fluid embolism | |
---|---|
Anaphylactoid syndrome of pregnancy[୧] | |
ବିଭାଗ | Obstetrics, anesthesiology |
ଲକ୍ଷଣ | Headache, chest pain, nausea, shortness of breath[୨] |
ଆକ୍ରାନ୍ତ ସମୟ | Sudden[୨] |
କାରଣ | Allergic reaction to fetal tissue that has entered the mother's blood stream[୨] |
ବିପଦ କାରକ | Unclear[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms, after ruling out other causes[୨] |
ସଠିକ ରୋଗ ନିର୍ଣ୍ଣୟ | Eclampsia, pulmonary embolism, placental abruption, peripartum cardiomyopathy, air embolism, hemorrhagic shock[୨][୧] |
ଚିକିତ୍ସା | Supportive care, rapid delivery[୨][୩] |
ପୁନଃପୌନିକ | 1 in 40,000 deliveries[୩] |
ମୃତ୍ୟୁ ସାନ୍ଦ୍ରତା | ~40% risk of death[୩] |
ଆମନିଓଟିକ ଫ୍ଲୁଇଡ୍ ଏମ୍ବୋଲିଜ୍ମ (ଇଂରାଜୀ ଭାଷାରେ Amniotic fluid embolism/ AFE ) ହେଉଛି ପ୍ରସବ ସମୟର ଏକ ଜଟିଳତା ଯେଉଁଥିରେ ଭ୍ରୁଣ ତନ୍ତୁ ମାତାର ରକ୍ତ ପ୍ରବାହରେ ପ୍ରବେଶ କରିବା ଫଳରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ ।[୨] [୪] ଆରମ୍ଭ ଶୀଘ୍ର ଗତିରେ ହୁଏ ।[୨] ପ୍ରାରମ୍ଭିକ ଲକ୍ଷଣ ମଧ୍ୟରେ ମୁଣ୍ଡବିନ୍ଧା, ଛାତି ଯନ୍ତ୍ରଣା, ବାନ୍ତି, ଏବଂ ଅଣନିଶ୍ୱାସ ହୋଇପାରେ ।[୨]
ବିପଦ କାରଣଗୁଡିକ ଅସ୍ପଷ୍ଟ; ଯଦିଓ ପ୍ରଭାବିତ ବ୍ୟକ୍ତିମାନଙ୍କର ସାଧାରଣତ ଆଲର୍ଜି ହୋଇପାରେ ।[୨] ମାତୃ ରକ୍ତରେ ପ୍ରବେଶ କରିଥିବା ଭ୍ରୁଣ ଟିସୁ ଉପରେ ଏକ ଆଲର୍ଜି ପ୍ରତିକ୍ରିୟା ଅନ୍ତର୍ଭୁକ୍ତ ବୋଲି ଅନ୍ତର୍ନିହିତ ପ୍ରଣାଳୀରେ ବିଶ୍ୱାସ କରାଯାଏ ।[୨] ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ଏଡ଼ାଇବା ପରେ ରୋଗ ନିର୍ଣ୍ଣୟ, ବିଶେଷତ କମ୍ ଅମ୍ଳଜାନ ଏବଂ ନିମ୍ନ ରକ୍ତଚାପ ଉପରେ ନିର୍ଭର କରେ ।[୨]
ଚିକିତ୍ସା ସାଧାରଣତଃ ସହାୟକ ଯତ୍ନ ଅଟେ ।[୩] ଏଥିରେ ଅମ୍ଳଜାନ ଚିକିତ୍ସା, ଇନଟ୍ୟୁବେସନ ଏବଂ ଭେଣ୍ଟିଲେସନ୍, ରକ୍ତଦାନ କିମ୍ବା କାର୍ଡିଓପଲମୋନାରୀ ପୁନଃ ଉଦ୍ଧାର (CPR) ହୋଇପାରେ ।[୨] ପସବ ନ ହୋଇଥିଲେ ଦ୍ରୁତ ପସବ ଆବଶ୍ୟକ ହୋଇପାରେ ।[୨] ଯେଉଁମାନେ ବଞ୍ଚିଛନ୍ତି ସେମାନଙ୍କ ମଧ୍ୟରୁ କେତେକଙ୍କର ମସ୍ତିଷ୍କ କ୍ଷତିଗ୍ରସ୍ତ ହୋଇଥିବାବେଳେ ଅନ୍ୟମାନେ ସ୍ୱାଭାବିକ ଅବସ୍ଥାକୁ ଫେରିଛନ୍ତି ।[୨]
ପ୍ରାୟ ୪୦,୦୦୦ ମହିଳାଙ୍କ ମଧ୍ୟରୁ ଜଣକର ଆମନିଓଟିକ୍ ଫ୍ଲୁଇଡ୍ ଏମ୍ବୋଲାଇଜିମ୍ ହୁଏ ।[୩] ବୃଦ୍ଧ ମାଆମାନେ ସାଧାରଣତ ପ୍ରଭାବିତ ହୁଅନ୍ତି ଓ ପ୍ରଭାବିତଙ୍କ ମଧ୍ୟରୁ ପ୍ରାୟ ୪୦% ମୃତ୍ୟୁ ବରଣ କରନ୍ତି।[୩] ଏହା ଗର୍ଭାବସ୍ଥାରେ ଏହା ମୃତ୍ୟୁର ଅପେକ୍ଷାକୃତ ସାଧାରଣ କାରଣ, ଯୁକ୍ତରାଷ୍ଟ୍ରରେ ଏହିପରି ମୃତ୍ୟୁର ପ୍ରାୟ ୭.୫% ପ୍ରତିନିଧିତ୍ୱ କରିଥାଏ ।[୩] [୫] ଏହି ଅବସ୍ଥା ପ୍ରଥମେ ୧୯୨୬ ମସିହାରେ ବର୍ଣ୍ଣନା କରାଯାଇଥିଲା ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Coggins, Ashley S.; Gomez, Erin; Sheffield, Jeanne S. (September 2022). "Pulmonary Embolism and Amniotic Fluid Embolism". Obstetrics and Gynecology Clinics of North America. 49 (3): 439–460. doi:10.1016/j.ogc.2022.02.015. PMID 36122978.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ "Amniotic Fluid Embolism - Symptoms, Causes, Treatment | NORD". rarediseases.org. Archived from the original on 10 January 2023. Retrieved 29 June 2023.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ Shamshirsaz, AA; Clark, SL (December 2016). "Amniotic Fluid Embolism". Obstetrics and gynecology clinics of North America. 43 (4): 779–790. doi:10.1016/j.ogc.2016.07.001. PMID 27816160.
- ↑ Combs, C. Andrew; Montgomery, Douglas M.; Toner, Lorraine E.; Dildy, Gary A. (April 2021). "Society for Maternal-Fetal Medicine Special Statement: Checklist for initial management of amniotic fluid embolism". American Journal of Obstetrics and Gynecology. 224 (4): B29–B32. doi:10.1016/j.ajog.2021.01.001.
- ↑ "Amniotic Fluid Embolism: Background, Pathophysiology, Etiology". Emedicine. 15 March 2023. Archived from the original on 13 March 2023. Retrieved 29 June 2023.