ଆଫଥସ ସ୍ଟୋମାଟାଇଟିସ

ଉଇକିପିଡ଼ିଆ ରୁ
Jump to navigation Jump to search
ଆଫଥସ ସ୍ଟୋମାଟାଇଟିସ (Aphthous stomatitis)
Recurrent aphthous stomatitis, recurring oral aphthae, recurrent aphthous ulceration
Aphtha2.jpg
ତଳ ଓଠରେ କାଙ୍କର ସୋର ଦେଖାଯାଉଛି ।
ବିଭାଗ Oral medicine, dermatology
ପୌନଃପୁନିକ ~୨୦% ଲୋକଙ୍କର କିଛି ପରିମାଣର ହୁଏ । [୧]

ଆଫଥସ ସ୍ଟୋମାଟାଇଟିସ (ଇଂରାଜୀ ଭାଷାରେ Aphthous stomatitis) ଏକ ସାଧାରଣ (benign) ପାଟି ଘାଆ ଯାହା ସ୍ପର୍ଶ ମାଧ୍ୟମରେ (non-contagious) ବ୍ୟାପିଥାଏ; ଏ ଭଳି ରୋଗୀର ଅନ୍ୟଥା ସାଧାରଣ ସ୍ୱାସ୍ଥ୍ୟ ଥାଏ । ଉତ୍ତର ଆମେରିକାରେ ଏହାକୁ କାଙ୍କର ସୋର କ‌ହନ୍ତି ଓ ଏହି ଶବ୍ଦ ଯେ କୌଣସି ପାଟି ଘାଆକୁ ବୁଝାଏ ।

ଏହାର କାରଣ ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ, କିନ୍ତୁ ଏହା ଟି ସେଲ (T cell) ମାଧ୍ୟମ ଇମ୍ମ୍ୟୁନ ପ୍ରତିକ୍ରିୟା (immune response) ଭାବରେ ଧରାଯାଏ । ପ୍ରତ୍ୟେକ ରୋଗୀର ବିଭିନ୍ନ ଟ୍ରିଗର ଥାଏ ଯାହା ଖାଦ୍ୟାଭାବ (nutritional deficiencies), ସ୍ଥାନୀୟ ଆଘାତ, ମାନସିକ ଚାପ, ହରମୋନ ପ୍ରଭାବ, ଆଲର୍ଜି ବା ଜେନେଟିକ ହୋଇପାରେ ।

ଏଇ ଘାଆ ଗୁଡ଼ିକ ସାମୟିକ ଭାବରେ ହୁଏ ଓ ଏହି ଆକ୍ରମଣ ମଧ୍ୟବର୍ତ୍ତୀ ସମୟରେ ସମ୍ପୁର୍ଣ୍ଣ ଭଲ ହୋଇଯାଏ । ଅଧିକାଂଶ ସମୟରେ ଏହି ଘାଆ ପ୍ରାୟ ୭-୧୦ ଦିନ ପର୍ଯ୍ୟନ୍ତ ରହେ ଓ ବର୍ଷକୁ ୩-୬ ଥର ହୁଏ । ଅଧିକାଂଶ ଥର ପାଟିର ମାଢ଼ି (attached gingiva), ହାର୍ଡ଼ ପ୍ୟାଲେଟ (hard palate) ଓ ଜିଭର ଉପରି ଭାଗ (dorsum of the tongue)) ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ଥିବା ନନ କେରାଟିନାଇଜିଙ୍ଗ ସ୍ଟ୍ରାଟିଫାଏଡ ସ୍କ୍ୱାମସ ଏପିଥେଲିଅମରେ (non-keratinizing epithelial surfaces) ଘାଆ ହୁଏ । ଖାଇବା ଓ ପିଇବା ବେଳେ ବିରକ୍ତିକର ଅସୁବିଧା ହୁଏ । ଘାଆ ସାଂଘାତିକ ଧରଣର ହେଲେ କୁପୋଷଣ ହୋଇ ଓଜନ ହ୍ରାସ ହୁଏ ।

ଏହ ଏକ ସାଧାରଣ ଧରଣର ରୋଗ, ଜନ ସଂଖ୍ୟାର ପ୍ରାୟ ୨୦% ଲୋକଙ୍କୁ ଆକ୍ରମଣ କରେ ।[୧] ଶିଶୁ ଓ କିଶୋର ବୟସରେ ପ୍ରାୟ ଆରମ୍ଭ ହୁଏ ଓ ଅନେକ ବର୍ଷ ଧରି ଏହି ଆକ୍ରମଣ ଚାଲୁ ରହେ । ଏହ ଆରୋଗ୍ୟ ହୁଏନାହିଁ, ଯନ୍ତ୍ରଣା ଲାଘବ ଓ ବାରମ୍ବାର ନହେବା ନିମନ୍ତେ ଚିକିତ୍ସା କରାଯାଏ । ଏହି ଆଫଥସ ସ୍ଟୋମାଟାଇଟିସ ଗ୍ରୀକ ଭାଷାର ଆଫଥା ଶବ୍ଦରୁ ନିଆଯାଇଛି ଯାହାର ଅର୍ଥ ପାଟି ଘାଆ ।


ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

Aphthous ulcers on the labial mucosa (lower lip is retracted). Note erythematous "halo" surrounding ulcer.

ପାଟି ବ୍ୟତୀତ ଦେହର ଅନ୍ୟ କୌଣସି ସ୍ଥାନରେ କୌଣସି ଲକ୍ଷଣ ମିଳେନି ।[୨] ପାଟି ଘାଆ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଯନ୍ତ୍ରଣା, ଜଳାପୋଡ଼ା, ଗଲୁ ଓ ଫୋଡ଼ିହେବା ଭଳି ପୁର୍ବ ଅନୁଭବ (prodromal) ହୁଏ, ଓ ଏହା ଘାଆର ଆକାରଠାରୁ ଅଧିକ ମାତ୍ରାରେ ଅନୁଭବ ହୁଏ ଓ ସ୍ପର୍ଶ କଲେ, ଖାଦ୍ୟ ପାନୀୟ ସଂସ୍ପର୍ଶରେ ବିଶେଷତାଃ ଅମ୍ଳ ଓ ଖଦଡ଼ିଆ ଥିଲେ ଥିଲେ ଯନ୍ତ୍ରଣା ଅଧିକ ହୋଇଯାଏ । ଘାଆ ଆରମ୍ଭ ହେବା ସମୟରେ ଯନ୍ତ୍ରଣା ବ‌ହୁତ ଅଧିକ ହୁଏ ଓ ଆରୋଗ୍ୟ ହୋଇଆସିବା ବେଳକୁ କମିଯାଏ ।[୩] ଜିଭ ବା ଓଠର କେତେକ ଅଂଶରେ ଘାଆ ହୋଇଥିଲେ କଥା କ‌ହିବା ଓ ଚୋବେଇବା ଅସୁବିଧା ଲାଗେ; ସଫ୍ଟ ପ୍ୟାଲେଟ (soft palate), ଓରୋଫାରିଙ୍କସ (back of the throat) ବା ଗଳା ପୃଷ୍ଠ ଦେଶରେ ଓ ଏସୋଫେଗସରେ (esophagus) ଘାଆ ଥିଲେ ଗିଳିବାରେ କଷ୍ଟ (painful swallowing) ହୁଏ ।[୩] ଘାଆ ଥିବା ସ୍ଥାନରେ ଦରଜ ଲାଗେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ Bruch, Jean M.; Treister, Nathaniel (୨୦୦୯). Clinical Oral Medicine and Pathology. Springer Science & Business Media. p. ୫୩. ISBN ୯୭୮୧୬୦୩୨୭୫୨୦୦. 
  2. Scully C (୨୦୧୩). Oral and maxillofacial medicine: the basis of diagnosis and treatment (୩rd ed.). Edinburgh: Churchill Livingstone. pp. ୨୨୬–୩୪. ISBN ୯୭୮-୦-୭୦୨୦-୪୯୪୮-୪. 
  3. ୩.୦ ୩.୧ Treister JM, Bruch NS (୨୦୧୦). Clinical oral medicine and pathology. New York: Humana Press. pp. ୫୩–୫୬. ISBN ୯୭୮-୧-୬୦୩୨୭-୫୧୯-୪.