ଆନ୍ତ୍ରିକ ଜ୍ୱର ଟିକା

ଉଇକିପିଡ଼ିଆ‌ରୁ
ଆନ୍ତ୍ରିକ ଜ୍ୱର ଟିକା
Vaccine description
Target diseaseTyphoid
Type?
Clinical data
AHFS/Drugs.commonograph
MedlinePlusa607028
ATC code
Identifiers
ChemSpider
  • none
 ☒NcheckY (what is this?)  (verify)

ଆନ୍ତ୍ରିକ ଜ୍ୱର ଟିକା ଏକ ପ୍ରକାର ଟିକା ଯାହା ଆନ୍ତ୍ରିକ ଜ୍ୱର ବା ଟାଇଫଏଡ ରୋଗକୁ ପ୍ରତିରୋଧ କରେ ।[୧] ଦୁଇ ପ୍ରକାର ଟିକା ମିଳେ ଯଥା: ପାଟିରେ ଦିଆଯାଉଥିବା ଜୀବନ୍ତ ଟିକା ନାମ ଟିୱାଇ୨୧ଏଭିଆଇ କାପସୁଲାର ପଲିସାକାରାଇଡ ଟିକା ଯାହା ଇଞ୍ଜେକସନ ଆକାରରେ ଦିଆଯାଉଥିବା ସବ ୟୁନିଟ ଟିକା[୧] ଏହି ଟିକା ୩୦ରୁ ୮୦ % କାର୍ଯ୍ୟକ୍ଷମ ୩ ବର୍ଷ ପର୍ଯ୍ୟନ୍ତ ।[୨][୧]

ଏହି ରୋଗ ପ୍ରବଣ ଇଲାକାରେ ସବୁ ପିଲାଙ୍କୁ ଟିକା ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁ.ଏଚ.ଓ) ସୁପାରିସ କରୁଛି । ସଙ୍କଟାପନ୍ନ ଲୋକଙ୍କୁ ମଧ୍ୟ ଦେବାକୁ ସୁପାରିସ କରାଯାଉଛି । ଟିକା ଅଭିଯାନ ମଧ୍ୟ କରିବାଦ୍ୱାରା ରୋଗ ମଡ଼କ ପ୍ରତିରୋଧ କରାଯାଇପାରେ । ପ୍ରତି ୧ରୁ ୭ ବର୍ଷରେ ଥରେ ଟିକା ଦେବାକୁ ପରାମର୍ଶ ଦିଆଯାଏ ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ରୋଗ ପ୍ରବଣ ଇଲାକାକୁ ଯାଉଥିବା ଲୋକଙ୍କୁ ଏହି ଟିକା ନେବାକୁ ପରାମର୍ଶ ଦିଆଯାଏ । [୩]

ପ୍ରଚଳିତ ଟାଇଫଏଡ ଟିକା ଅତି ନିରାପଦ । ଇଞ୍ଜେକସନ ଦିଆଯାଇଥିବା ସ୍ଥାନରେ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ । ଏଚଆଇଭି/ଏଆଇଡିଏସରେ ଇଞ୍ଜେକସନ ଦେଲେ ମଧ୍ୟ ଏହା ନିରାପଦ ଓ ଲକ୍ଷଣ ନ ବାହାରିବା ପର୍ଯ୍ୟନ୍ତ ଦିଆଯାଇପାରେ । ଗର୍ଭାବସ୍ଥାରେ ଏହି ଟିକାର ଭୂମିକା ସ୍ପଷ୍ଟ ହୋଇନି । [୧]

ସନ ୧୮୯୬ରେ ଆଲମ୍ରୋଥ ଏଡ‌ୱାର୍ଡ ରାଇଟ, ରିଚାର୍ଡ ଫିଫରଉଇଲହେମ କୋଲେ ପ୍ରଥମେ ଏହି ଟିକା ପ୍ରସ୍ତୁତ କରିଥିଲେ । [୪] ଏହାର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ନୁତନ ସଂସ୍କରଣ ଟିକା ଅଧୁନା ଦେବାକୁ ସୁପାରିସ କରାଯାଉଛି । [୧]ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ସନ ୨୦୧୪ସୁଦ୍ଧା ଏହାର ହୋଲସେଲ ମୂଲ୍ୟ ୪.୪୪ ଆମେରିକୀୟ ଡଲାର ଥିଲା ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଟିକାର ମୂଲ୍ୟ ୨୫ରୁ ୫୦ ଡଲାର । [୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Typhoid vaccines: WHO position paper" (PDF). Releve epidemiologique hebdomadaire / Section d'hygiene du Secretariat de la Societe des Nations = Weekly epidemiological record / Health Section of the Secretariat of the League of Nations. 83 (6): 49–59. 8 February 2008. PMID 18260212.
  2. Anwar, E; Goldberg, E; Fraser, A; Acosta, CJ; Paul, M; Leibovici, L (2 January 2014). "Vaccines for preventing typhoid fever". The Cochrane database of systematic reviews. 1: CD001261. PMID 24385413.
  3. "Typhoid VIS". CDC. 5/29/2012. Retrieved 15 December 2015. {{cite web}}: Check date values in: |date= (help)
  4. Flower, Darren R. (2008). Bioinformatics for Vaccinology. Chichester: John Wiley & Sons. pp. 40–41. ISBN 9780470699829.
  5. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  6. "Vaccine, Typhoid". International Drug Price Indicator Guide. Retrieved 6 December 2015.
  7. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 317. ISBN 9781284057560.