ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ
ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ସଂଯୁକ୍ତ ରାଷ୍ଟ୍ରମାନଙ୍କଦ୍ୱାରା ଘୋଷିତ ଏକ ଦିବସ । ଏହାକୁ ଶିଶୁ କନ୍ୟାମାନଙ୍କ ଦିନ ମଧ୍ୟ କୁହାଯାଇଥାଏ । ୧୧ ଅକ୍ଟୋବର ୨୦୧୨କୁ ଆନ୍ତର୍ଜାତୀୟ ଶିଶି କନ୍ୟା ଦିବସ ରୂପେ ପାଶନ କରାଯାଇଥାଏ । ଏହାକୁ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ପୁରା ଦୁନିଆରେ ଲିଙ୍ଗୀୟ ଭେଦଭାବ ଏବଂ ଏବଂ ତାଙ୍କୁ ସବୁ ପ୍ରକାରର ସୁବିଧା ଯୋଗାଇବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା । ଏହା ବ୍ୟତିତ ଶିକ୍ଷା, ପୋଷଣ, କାନୁନ କ୍ଷେତ୍ରରେ ଅଧିକାର, ଚିକିତ୍ସା, ଦେଖାରେଖା, ମହିଳାଙ୍କ ବିରୁଦ୍ଧରେ ହିଂସା ଏବଂ ବାଲ୍ୟ ବିବାହ[୧] ପରି ମାମଲାରେ ଶିଳି କନ୍ୟାମନଙ୍କୁ ସୁରକ୍ଷା ଯୋଗାଇଦେବା ଏହାର ଉଦ୍ଦେଶ୍ୟ ।
ପୃଷ୍ଠଭୂମି[ସମ୍ପାଦନା]
ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପୁରା ଦୁନିଆରେ ଝିଅମାନଙ୍କ ସମ୍ମୁଖରେ ଆସୁଥିବା ମାମଲା ବିଷୟରେ ସତେଚନା ସୃଷ୍ଟି କରାଇଥାଏ । ପୁରା ଦୁନିଆରେ ଏପରକି ଅନେକ ଝିଅ ଅଛନ୍ପତି ଯେଉଁମାନେ ଏହି ସଚେତନାଠାରୁ ଖୁବ ଦୂରରେ । ଏପରିକି ୬୨ ପ୍ରତିଶତରୁ ଅଧିକ ଝିଅ ଶିକ୍ଷାଠାରୁ ଦୂରରେ । ୫ରୁ ୧୪ ବର୍ଷର ଝିଅ ସମ ବୟଷ୍କ ପୁଅଙ୍କ ତୁଳନାରେ ୧୬୦ ମିଲିୟନରୁ ଅଧିକ ସମୟ ଘର କାମ କରିବାରେ ଖର୍ଚ୍ଚ କରିଥାନ୍ତି ।[୨] ଏହା ସହିତ ୫ ଜଣ ଝିଅଙ୍କ ମଧ୍ୟରୁ ଜଣେ ୧୮ ବର୍ଷରୁ କମ ବୟସରେ ବିବାହ କରିଥାନ୍ତି । ୧୧ ଅକ୍ଟୋବର ୨୦୧୬ରେ ସଂଯୁକ୍ତ ରାଷ୍ଟ୍ର ମହିଳାର ସଦଭାବନା ରାଜଦୂତ ଏମ୍ମା ୱାଟସନ ପୁରା ବିଶ୍ୱରେ ଏବଂ ସମସ୍ତ ପରିବାରରେ ବାଲ୍ୟବିବାହ ଶେଷ କରିବା ପାଇଁ ପ୍ରଥମେ ପ୍ରୟାସ କରିଥିଲେ । ଏନେକ କ୍ଷେତରରେ ମହିଳାଙ୍କ ବିରୋଧରେ ଯୌନ ଶୋଷ ଣ କରିଥିବା ବ୍ୟକ୍ତି ଦଣ୍ଡ ନପାଇ ଖୋଲାରେ ବୁଲୁଛନ୍ତି ।
କନ୍ୟା ଦିବସ ନା କେବଳ କନ୍ୟାମାନଙ୍କର ସମସ୍ୟା ବିଷୟରେ ସେମାନଙ୍କୁ ସଚେତନ କରାଇଥାଏ ଏହା ସହିତ କନ୍ୟାମାନଙ୍କୁ ଅସୁବିଧାର ସମାଧାନ କିପରି ହୋଇପାରିବ ତାହାକୁ ମଧ୍ୟ ଧ୍ୟାନ ଦେଇଥାନ୍ତି । ଉଦାହରଣ ସୂରୁପ ଯଦି ଝିଅମାନଙ୍କୁ ଶିକ୍ଷିତ କରାଯାଏ ତେବେ ବାଲ୍ୟ ବିବାହ ଏବଂ ବିଭିନ୍ନ ରୋଗ ଏବଂ ସମାଜରେ କ’ଣ ଘଙ୍କୁଛି ସେ ବିଷୟରେ ସେମାନେ ସଚେତନ ହୋଇ ପାରିବେ । ଏହା ସହିତ ସେମାନେ ନିଜ ସେମାନେ ଉଚ୍ଚ ସ୍ତରରେ ପହଁତି ପାରିବେ ।
ଇତିହାସ[ସମ୍ପାଦନା]
ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ଏକ ପରିଯୋଜନା ହିସାବରେ ପୁରା ଦୁନିଆରେ ଆରମ୍ଭ ହୋଇଥିଲା । ଏହା ଅକ ବେସରକାରୀ ସଙ୍ଗଠନ ରୂପେ କାର୍ଯ୍ୟ କରୁଥିଲା । ଆଇ ଆମ ଏ ଗାର୍ଲ କ୍ୟାମ୍ପନିଙ୍ଗରୁ ଏହାକୁ ଆରମ୍ଭ କରିବାର ଯୋଜନା ଆସିଥିଲା । ଏହି କ୍ୟାମ୍ପନିଙ୍ଗ ବିଶେଷ କରି ବିକାଶଶୀଳ ଦେଶ ଗୁଡିକରେ କନ୍ୟାମାନଙ୍କର ପୋଷଣ ଏବଂ ଏହାର ମହତ୍ୱ ବିଷୟରେ ସତେଚନ ବୃଦ୍ଧି କରିଥାଏ । କାନ୍ନାଡାର ଅନ୍ତରାଷ୍ଟ୍ରୀୟ ପ୍ରତିନିଧୀ ଆନ୍ତର୍ଜାତୀୟ ସ୍ତରରେ ଏହି ଯୋଜନାକୁ ସମର୍ଧନ କରିଥିବା ବ୍ୟକ୍ତିମାନଙ୍କୁ ସମର୍ଥନ କରିବା ପାଇଁ କାନ୍ନାଡା ସଙ୍ଘୀୟ ସରକାରଙ୍କୁ ସଂପର୍କ କରିଥିଲେ । ଏହାପରେ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସର ଯୋଜନା ସଂଯୁକ୍ତ ରାଷ୍ଟ୍ର ଗୁଡ଼ିକ ସହିତ ଯୋଡିବା ପାଇଁ ଆବେଦନ ହୋଇଥିଲା ।
ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ଔପଚାରିକ ରୂପେ ସଂଯୁକ୍ତ ରାଷ୍ଟ୍ର ମହାସବାରେ ପ୍ରଥମେ କାନାଡା ଦ୍ୱାରା ଏକ ପ୍ରସ୍ତାବ ଦିଆଯାଇଥିଲା । ଏହାପରେ କାନ୍ନାଡାର ମହିଳା ସ୍ଥିତି ମନ୍ତ୍ରୀ ରୋନା ଆମ୍ବୋସ ପ୍ରତିନିଧିତ୍ୱରେ ୫୫ ସଂଯୁକ୍ତ ରାଷ୍ଟ୍ର ଆୟୋଗ ମହିଳାଙ୍କ ସ୍ଥିତି ବିଷୟରେ ଅନୁଧ୍ୟାନ କରିଥିଲେ । ଡିସେମ୍ବର ୧୯, ୨୦୧୧ରେ ସଂଯୁକ୍ତ ରାଷ୍ଟ୍ର ମହାସଭାବା ବା ୟୁନାଇଟେଡ ନେସନ୍ସ ଜେନେରାଲ ଆସେମ୍ବଲି ୧୧ ଅକ୍ଟୋବର ୨୦୧୨ରେ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସର ଉଦଘାଟନ କରିବା ପାଇଁ ପ୍ରସ୍ତାବ ଗୃହିତ କରିଥିଲେ ।
ଆଧାର[ସମ୍ପାଦନା]
- ↑ "As Malala Recovers, U.N. Marks International Day of the Girl Child". Los Angeles Times. 11 October 2012. Retrieved 11 October 2016.
- ↑ Haynes, Suyin (11 October 2016). "What to Know About the UN's International Day of the Girl". Motto. TIME. Retrieved 11 October 2016.