ଆନୋମୋଏପସ୍‌

ଉଇକିପିଡ଼ିଆ‌ରୁ

ଆନୋମୋଏପସ୍‌
ଜୀବାଶ୍ମ କାଳ: Early Jurassic
ମୋଏନିରେ ଆନୋମୋଏପସ୍ (ପ୍ରଥମ) ଓ ଗ୍ରାଲ୍ଲାଟର୍ (ଡାହାଣ)ର ପାଦଚିହ୍ନ
Trace fossil classification edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଗୋଷ୍ଠୀ: ଡାଇନୋସରିଆ
Order: Ornithischia
Ichnofamily: Anomoepodidae
Ichnogenus: Anomoepus
Hitchcock, 1848
Type ichnospecies
A. scambus
Hitchcock, 1848
Ichnospecies

26, see text

Synonyms

ଆନୋମୋଏପସ୍ (English: Anomoepus) ନାମକ ଜୀବାଶ୍ମ ପାଦଚିହ୍ନ ଆମେରିକାର ମାସାଚୁସେଟ୍ସ ରାଜ୍ୟର କନେକ୍ଟିକଟ ନଦୀ ଉପତ୍ୟକାରୁ ୧୮୦୨ରେ ମିଳିଥିଲା | ଭୂସ୍ତର ଗଭୀରତା ଅନୁସାରେ ଏହା ପ୍ରାରମ୍ଭିକ ଜୁରାସିକ ଯୁଗର |

ମାନଚିତ୍ରରେ ଆନୋମୋଏପସ୍ (ସବୁଜ) ଓ ଗ୍ରାଲ୍ଲାଟର୍ (ନୀଳ)ର ପାଦଚିହ୍ହ

ଜୀବଟିର ସମସ୍ତ ଚାରିଗୋଟି ପାଦର ଚିହ୍ନ ସୁରକ୍ଷିତ ଅଛି | ଆଗ ଗୋଡ ଦୁଇଟି ଛୋଟ ଓ ପାଞ୍ଚୋଟି ଆଙ୍ଗୁଳି ବିଶିଷ୍ଟ ଏବଂ ପଛ ଗୋଡ ଦୁଇଟି ବଡ଼ ଓ ତିନି ଆଙ୍ଗୁଠି ବିଶିଷ୍ଟ | ଜୀବଟି ବସିଥିବା ସମୟର ଗୋଟିଏ ଚିହ୍ନ ମଧ୍ୟ ମିଳିଛି | ଏହି ଚିହ୍ନଗୁଡିକ ପ୍ଲାଇନି ମୁଡି ନାମକ ଯୁବକଙ୍କଦ୍ୱାରା ଆବିଷ୍କୃତ ହୋ‍ଇଥିଲା |

ପାଦଚିହ୍ନରେ ଥିବା ଆଙ୍ଗୁଳି ସଂଖ୍ୟା ଓ ପଛଗୋଡରେ ନଖ ନଥିବାରୁ ଏହା ଏକ ଅର୍ନିଥିସିୟ (ornithischian) ଡାଇନୋସର ବୋଲି ଧାରଣା କରାଯାଏ | ଏପରି ଆଉ ଚିହ୍ନ ପଶ୍ଚିମ ଅଷ୍ଟ୍ରେଲିଆରୁ ମଧ୍ୟ ମିଳିଛି |

ବିଶେଷ ଦ୍ରଷ୍ଟବ୍ୟ ଯେ ଆନୋମୋଏପସ୍ ହେଉଛି ଏହି ପାଦଚିହ୍ନ ଗୁଡିକର ନାମ, ଡାଇନୋସରଟିର ନୁହଁ (ଯାହାର ପରିଚିତି ଏଯାଏଁ ଅଜଣା) |

ପ୍ରଜାତି ଗୁଡ଼ିକର ନାମ[ସମ୍ପାଦନା]

  • A. scambus (ହିଚକକ, ୧୮୪୮)
  • A. ranivorus (ଏଲେନବର୍ଗର, ୧୯୭୦)
  • A. vermivorous (ଏଲେନବର୍ଗର, ୧୯୭୦)
  • A. minimus (ଏଲେନବର୍ଗର, ୧୯୭୦)
  • A. minor (ଏଲେନବର୍ଗର, ୧୯୭୦)
  • A. palmipes (ଏଲେନବର୍ଗର, ୧୯୭୦)
  • A. natator (ଏଲେନବର୍ଗର, ୧୯୭୦)
  • A. aviforma (ଏଲେନବର୍ଗର, ୧୯୭୦)
  • A. galliforma (ଏଲେନବର୍ଗର, ୧୯୭୦)
  • A. superaviforma (ଏଲେନବର୍ଗର, ୧୯୭୦)
  • A. phalassianiforma (ଏଲେନବର୍ଗର, ୧୯୭୦)
  • A. levis (ଏଲେନବର୍ଗର, ୧୯୭୦)
  • A. popompoi (ଏଲେନବର୍ଗର, ୧୯୭୦)
  • A. supervipes (ଏଲେନବର୍ଗର, ୧୯୭୦)
  • A. fringilla (ଏଲେନବର୍ଗର, ୧୯୭୪)
  • A. turda (ଏଲେନବର୍ଗର, ୧୯୭୪)
  • A. minutus (ଏଲେନବର୍ଗର, ୧୯୭୪)
  • A. perdiciforma (ଏଲେନବର୍ଗର, ୧୯୭୪)
  • A. natatilis (ଏଲେନବର୍ଗର, ୧୯୭୪)
  • A. levicauda (ଏଲେନବର୍ଗର, ୧୯୭୪)
  • A. dodai (ଏଲେନବର୍ଗର, ୧୯୭୪)
  • A. longicauda (ଏଲେନବର୍ଗର, ୧୯୭୪)
  • A. moghrebensis (ବିରନ୍ ଓ ଡୁଟୁଇ, 1981)
  • A. pienkovskii (ଗିଏର୍ଲିନ୍‍ସ୍କି, ୧୯୯୧)
  • A. karaszevskii (ଗିଏର୍ଲିନ୍‍ସ୍କି, ୧୯୯୧)
  • A. moabensis (ଏମ. ଜି. ଲକ୍‍ଲି, ଏସ୍. ୱାଇ ୟାଙ୍ଗ, ଏମ. ମାତ୍ସୁକାୱା, ଏଫ୍ ଫ୍ଲେମିଂ ଓ ଲିମ୍, ୧୯୯୨)

ଆଧାର[ସମ୍ପାଦନା]

Edwin H. Colbert, Dinosaurs, Hutchinson & Co. Ltd, 1962, p. 188

ବାହାର ଲିଙ୍କ[ସମ୍ପାଦନା]