ଆଣ୍ଟିରୋମିଓ ଦଳ

ଉଇକିପିଡ଼ିଆ‌ରୁ

ଆଣ୍ଟିରୋମିଓ ଦଳ ମହିଳାଙ୍କ ସୁରକ୍ଷା ପାଇଁ ଉତ୍ତର ପ୍ରଦେଶ ସରକାରଙ୍କଦ୍ୱାରା ଗଠିତ ଏକ ସ୍ୱତନ୍ତ୍ର ପୁଲିସ ଦଳ ଅଟେ । ପ୍ରତି ପୋଲିସ ଷ୍ଟେସନରେ ଏହି ଦଳ ଗଠନ ହୋଇଛି । ଏହି ଦଳରେ ପୁଲିସ କର୍ମୀମାନେ ସାଦା ପୋଷାକରେ କାର୍ଯ୍ୟ କରନ୍ତି । ପୁରୁଷ ପୁଲିସ କର୍ମୀଙ୍କ ସହ ମହିଳା କର୍ମୀମାନେ ମଧ୍ୟ ଏହି ଦଳରେ ଥାନ୍ତି ।


୨୦୧୭ ମାର୍ଚ୍ଚ ୨୧ତାରିଖରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜେପିର ନିର୍ବାଚନ ପ୍ରତିଶ୍ରୁତି ହିସାବରେ ରାଜ୍ୟର ପ୍ରତି ସହରରେ ଆଣ୍ଟି ରୋମିଓ ସ୍କ୍ୱାଡ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।[୧] ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ପାଇଁ ଗତ ସମାଜବାଦୀ ପାର୍ଟି ସରକାର ଉଦାସୀନତା ଦେଖାଇଥିବାରୁ ବିଜେପି ନେତାମାନେ ନିଜର ପ୍ରତିଶ୍ରୁତି ରକ୍ଷା କରି ରୋଡ ରୋମିଓମାନଙ୍କୁ ଠିକ କରିବା ପାଇଁ ଆଣ୍ଟିରୋମିଓ ସ୍କ୍ୱାଡ ଗଠନ କରିଛନ୍ତି । ବିଶେଷ କରି ଝିଅମାନଙ୍କୁ କଲେଜ ଯିବା ଆସିବା ବେଳେ କମେଣ୍ଟ ମାରିବା ସହ ଅଶ୍ଲୀଳ ଇଙ୍ଗିତ କରୁଥିବା ରାସ୍ତା ରୋମିଓଙ୍କୁ କଡା ଜବାବ, ଲଭ ଜିହାଦ ଭଳି ପ୍ରଥାକୁ ମୁକାବିଲା କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଥିଲେ ।[୨]

ଦେଶର ବିଭିନ୍ନ ଅଞ୍ଚଳରେ[ସମ୍ପାଦନା]

ଦିଲ୍ଲୀ ସରକାର ମଧ୍ୟ ଏକ ଭିନ୍ନ 'ଅପରେସନ ଶିଷ୍ଟାଚାର' ନାମ ନେଇ ଏହି ବ୍ୟବସ୍ଥାକୁ ଅନୁସରଣ କରିଥିଲେ । ଏଥିରେ ମହିଳା ସୁରକ୍ଷା ସହ ମହିଳାଙ୍କ ଅଧିକାର ସଚେତନତାକୁ ଯୋଗ କରିଥିଲେ ।[୩] ଝାଡ଼ଖଣ୍ଡ ପୁଲିସ ମଧ୍ୟ ଆଣ୍ଟିରୋମିଓ ସ୍କ୍ୱାଡ଼ ବ୍ୟବସ୍ଥା ଲାଗୁ କରିଥିଲେ ।[୪] କେତେକ ବିଶେଷ ସ୍ଥାନ ଯଥା ବାଳିକା ଉଚ୍ଚ ବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ବଜାର ଅଞ୍ଚଳ, ସପିଂ ମଲ, ସିନେମା ହଲ, ମହିଳାମାନେ ଥିବା ଜନଗହଳି ପୂର୍ଣ୍ଣ ଅଞ୍ଚଳ ଆଦିରେ ଏହି ଦଳ ନଜର ରଖନ୍ତି । ଆଇନ ପରିସରରେ ରହି ଦୋଷୀ ଯୁବକଙ୍କ ଉପରେ ଦଣ୍ଡ ବିଧାନ ହୁଏ ।[୫] ସେମାନଙ୍କ ପିତା ମାତାଙ୍କୁ ଡକାଯାଇ ତାଙ୍କୁ ଚେତାବନୀ ଦିଆଯାଏ ।

ନାମକରଣ[ସମ୍ପାଦନା]

୧୫୯୧- ୧୫୯୫ ମଧ୍ୟରେ ସେକ୍ସପିୟାରଙ୍କଦ୍ୱାରା ଲିଖିତ ଉପନ୍ୟାସର ରୋମିଓ ଓ ଜୁଲିଏଟର ଚରିତ୍ର ହେଉଛନ୍ତି ରୋମିଓ, ଜୁଲିଏଟ, ଓ ରୋଜାଲିନ । କାହାଣୀରେ ରୋମିଓଙ୍କ ପ୍ରେମ [୬]

ଇତିହାସରେ[ସମ୍ପାଦନା]

୨୦୧୧ରେ ନଇଡ଼ା ଓ ଆଖପାଖ ଅଞ୍ଚଳରେ ବହୁଜନ ସମାଜବାଦୀ ପାର୍ଟି ସରକାର ସମୟରେ କିଛି ଦିନ ପାଇଁ ଏପରି ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଏକ ମାମଲା ପରେ ସାଦା ପୋଷାକରେ ପୁଲିସ ରାସ୍ତାଘାଟରେ ମହିଳାଙ୍କୁ ଅସଦବ୍ୟବହାର କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ନଜର ରଖିବା ପାଇଁ ମୃତୟନ ହୋଇଥିଲେ । ୧୯୮୬-୧୯୮୭ ମଧ୍ୟରେ ଆଲ୍ଲାବାଦ ପୋଲିସ ଏପରି ବ୍ୟବସ୍ଥାର ଆରମ୍ଭ କରିଥିଲା । ମଞ୍ଜୁ କେ ପିଞ୍ଜରା ନାମକ ଏକ ଭ୍ରାମ୍ୟମାଣ ଗାଡ଼ିରେ ଉଦ୍ଭ୍ରାନ୍ତ ଯୁବକମାନଙ୍କୁ ଧରା ଯାଉଥିଲା ।

ଆଧାର[ସମ୍ପାଦନା]

  1. http://www.odiaspotnews.in/webpage/detailnews/10473/1&grqid=-4AjNtbo&hl=en-IN
  2. https://www.firstpost.com/india/yogi-adityanaths-anti-romeo-squad-in-uttar-pradesh-is-old-wine-in-new-bottle-3348178.html/amp
  3. https://www.news18.com/amp/news/india/now-delhi-police-to-start-anti-romeo-squads-with-a-different-name-1364121.html
  4. https://www.news18.com/amp/news/india/anti-romeo-squads-become-active-in-jharkhand-1364136.html
  5. https://www.hindustantimes.com/india-news/adityanath-to-anti-romeo-squads-ensure-boys-girls-with-consent-not-harassed/story-lpiRhEDWp19vgdLGYU1n1M_amp.html
  6. httpss://www.firstpost.com/politics/yogi-adityanaths-squad-if-the-anti-romeo-label-raises-hackles-the-word-eve-teasing-should-too-3351372.html/amp