ଆଞ୍ଜେଲିନା ଜୋଲି
ଅଞ୍ଜେଲିନା ଜୋଲି (/dʒoʊˈliː/; ଜନ୍ମ: ଅଞ୍ଜେଲିନା ଜୋଲି ଭୋଇଗତ୍, ୪ ଜୁନ୍ ୧୯୭୫)[୧] ଜଣେ ଆମେରିକୀୟ ଅଭିନେତ୍ରୀ ଏବଂ ଚଳଚ୍ଚିତ୍ର ନିର୍ମାତା । ସେ ଗୋଟିଏ ଆକାଡେମୀ ପୁରସ୍କାର, ଦୁଇଟି ଗିଲ୍ଡ ପୁରସ୍କାର ଏବଂ ତିନୋଟି ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର ପାଇଛନ୍ତି । ଏଥିସହ ହଲିଉଡ୍ର ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ଆଭିନେତ୍ରୀମାନଙ୍କ ମଧ୍ଯରୁ ଆଞ୍ଜେଲିନା ଅନ୍ୟତମ । ଆଞ୍ଜେଲିନା ଜଣେ ଶିଶୁ କଳାକାର ଭାବରେ ତାଙ୍କର ବାପାଙ୍କର ସହ ୧୯୮୨ ମସିହରେ ଅଭିନୟ ଆରମ୍ଭ କରିଥିଲେ ।[୨] ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ଲୁକିନ୍ ଟୁ ଗେଟ୍ ଆଉଟ୍ । ଏହପରେ ତାଙ୍କର ଗୋଟିଏ ଦିଶନ୍ଧିପରେ ତାଙ୍କର ଅଭିନୟ ଆରମ୍ବ ହେଲା ୧୯୯୩ରୁ ।[୨] ନାୟିକା ଭାବରେ ସେ ଏକ ସ୍ୱଳ୍ପ ବ୍ୟୟରେ ନିର୍ମିତ ଏକ ଚଳଚ୍ଚିତ୍ର କାଏବୋର୍ଗ ୨ ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ୧୯୯୫ ମସିହାରେ ମୁକ୍ତିଲାଭ କରିଥିବା ହ୍ୟାକର୍ସ୍ ଚଳଚ୍ଚିତ୍ରରେ ତାଙ୍କୁ ଏକ ବଡ଼ ଭୂମିକରେ ସୁଯୋଗ ମିଳିଥିଲା ଏବଂ ସେଥିରେ ସେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ ।[୩] ଏହାପରେ ଆଞ୍ଜେଲିନା କିଛି ଆତ୍ମଜୀବନି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ଏହି ଚଳଚ୍ଚିତ୍ର ଗୁଡ଼ିକ ପାଇଁ ତାଙ୍କୁ ସମୀକ୍ଷକମାନେ ପ୍ରଶଂସା କରିଥିଲେ । ୧୯୯୭ ମସିହାର ଜର୍ଜ ୱାଲେନ୍ସ[୪] ଏବଂ ୧୯୯୮ ମସିହାର ଜିଆ[୫] ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ । ୧୯୯୯ ମସିହାରେ ଗାର୍ଲ ଇଣ୍ଟରପ୍ଟେଡ୍ରେ[୬] ଆଞ୍ଜେଲିନା ଅଭିନୟ କରିଥିଲେ ଏବଂ ଚଳଚ୍ଚିତ୍ର ପାଇଁ ତାଙ୍କୁ ଆକାଡ଼େମି ପୁରସ୍କାର ମିଳିଥିଲା ।[୭] ଏଥିରେ ସେ ସହ-ଅଭିନେତ୍ରୀ ଭାବରେ ପୁରସ୍କାର ପାଇଥିଲେ ।
୨୦୦୧ ମସିହାରେ ଆଞ୍ଜେଲିନା ଜୋଲି ଏକ ଭିଡ଼ିଓ ଗେମ୍ରେ ନାୟିକା ଭାବରେ କାର୍ଯ୍ୟ କରିଥିଲେ । ୨୦୦୧ ମସିହାରେ ମୁକ୍ତିଲାଭ କରିଥିବା ଲାରା କ୍ରଫ୍ଟ: ଟମ୍ବ ରାଇଡର ଭିଡ଼ିଓ ଗେମ୍ର ମୁଖ୍ୟ ଚରିତ୍ର ଲାରା କ୍ରଫ୍ଟ ଭାବରେ ଆଞ୍ଜେଲିନା କାର୍ଯ୍ୟ କରିଥିଲେ[୮] ଏବଂ ଏହି ଗେମ୍ରେ ତାଙ୍କର କାର୍ଯ୍ୟ ଯୋଗୁଁ ସେ ଇଂରାଜୀ ଚଳଚ୍ଚିତ୍ର ଜଗତ ତଥା ହଲିଉଡର ଜଣେ ଖ୍ୟାତାନାମା ଅଭିନେତ୍ରୀ ଭାବରେ ପରିଗଣିତ ହୋଇଥିଲେ[୯] ଓ ଅଧିକ ସଫଳ ଚଳଚ୍ଚିତ୍ର ତାଙ୍କୁ ସ୍ଥାନ ମିଳିଥିଲା । ୨୦୦୫ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ମିଷ୍ଟର ଆଣ୍ଡ ମିସେସ୍ ସ୍ମିଥ୍[୧୦], ୨୦୦୮ର ୱାଣ୍ଟେଡ୍[୧୧] ଏବଂ ୨୦୧୦ର ସଲ୍ଟ[୧୨] ଆଦି ଚଳଚ୍ଚିତ୍ରରେ ଆଞ୍ଜେଲିନା ବିଭିନ୍ନ ପ୍ରକାର ଷ୍ଟଣ୍ଟ କରିବା ସହ ଆକ୍ସନ ଦୃଶ୍ୟ କରିଥିଲେ । ଏହି ଚଳଚ୍ଚିତ୍ରଗୁଡ଼ିକ ସଫଳ ହେବାସହ ତାଙ୍କୁ ଭୂମିକାକୁ ଦର୍ଶକ ପସନ୍ଦ କରିଥିଲେ । ୨୦୦୭ ମସିହାର ଚଳଚ୍ଚିତ୍ର ଏ ମାଇଟି ହାର୍ଟ[୧୩] ଓ ୨୦୦୮ର ଚଳଚ୍ଚିତ୍ର ଚ୍ୟାଲେଞ୍ଜିଂ[୧୪] ପାଇଁ ଅଞ୍ଜେଲିନା ଜୋଲିକୁ ସମାଲୋଚନାତ୍ମକ ପ୍ରଶଂସା ମିଳିଥିଲା ଏବଂ ସେ ଏହି ଦୁଇଟି ଚଳଚ୍ଚିତ୍ର ପାଇଁ ଆକାଡେମି ଆୱାର୍ଡ଼ ପାଇଁ ମଧ୍ୟ ମନୋନୀତ ହୋଇଥିଲେ । ୨୦୧୪ରେ ଅଞ୍ଜେଲିନାଙ୍କର ସବୁଠାରୁ ବଡ଼ ବ୍ୟବସାୟିକ ସଫଳତା ପାଇଥିବା ଚଳଚ୍ଚିତ୍ର ମାଲେଫିସେଣ୍ଟ ମୁକ୍ତିଲାଭ କରିଥିଲା ।[୧୫] ଏହି ଚଳଚ୍ଚିତ୍ରଟିର ସେ ଜଣେ ଦୁଷ୍ଟପରୀ ଭୂମିକାରେ ଅଭିନୟ କରିଥିଲେ ।[୧୬] ୨୦୧୦ ପରେ ଅଞ୍ଜେଲିନା ନିର୍ଦ୍ଦେଶନା, ଚିତ୍ରନାଟ୍ୟ ରଚନା ଏବଂ ପ୍ରଯୋଜନା ଆରମ୍ଭ କରିଥିଲେ । ୨୦୧୧ର ଚଳଚ୍ଚିତ୍ର ଲାଣ୍ଡ ଅଫ୍ ବ୍ଲଡ୍ ଆଣ୍ଡ ହନି, ୨୦୧୪ର ଅନ୍ବ୍ରୋକେନ୍ ଏବଂ ୨୦୧୭ର ଫାର୍ସ୍ଟ ଦେ କିଲ୍ଡ୍ ମାଇଁ ଫାଦର୍ ଆଦି ଚଳଚ୍ଚିତ୍ର ତାଙ୍କଦ୍ୱାରା ତିଆରି ହୋଇଥିଲା ।[୧୭]
ଚଳଚ୍ଚିତ୍ର ଦୁନିଆରେ କାମ କରିବା ବ୍ୟତୀତ ଅଞ୍ଜେଲିନା ମଧ୍ୟ କିଛି ସାମାଜିକ ସେବା ସଂସ୍ଥା ସହ ଜଡ଼ିତ ଅଛନ୍ତି ।[୧୮] ତାଙ୍କର କାମ ପାଇଁ ତାଙ୍କୁ ଜୀନ୍ ହର୍ସଲ୍ଟ ହ୍ୟୁମାନିଟାରିଆନ୍ ପୁରସ୍କାର ଏବଂ କିଛି ବିଶେଷ ପୁରସ୍କାରରେ ସମ୍ମାନିତ କରାଯାଇଛି ।[୧୯][୨୦] ସେ ଆରକ୍ଷଣ, ଶିକ୍ଷା ଏବଂ ମହିଳା ଅଧିକାର ଉପରେ ବିଶେଷ ଭାବରେ କାର୍ଯ୍ୟ କରନ୍ତି । ଯୁକ୍ତରାଷ୍ଟ୍ର ଆମେରିକାରେ ଶରଣାର୍ଥୀମାନଙ୍କ ତରଫରୁ ଜଣେ ବକ୍ତା ଭାବରେ ତାଙ୍କର କାର୍ଯ୍ୟ ସବୁଠାରୁ ଉଲ୍ଲେଖନୟୀ କାର୍ଯ୍ୟ ଭାବରେ ଗଣନା କରାଯାଏ ।[୨୧] ଆଞ୍ଜେଲିନା ତାଙ୍କର ପ୍ରାକ୍ତନ ପତି ଜନି ଲୀ ମିଲର୍ ଏବଂ ବିଲ୍ଲି ବବ୍ଙ୍କୁ ଛାଡ଼ିବା ପରେ ବ୍ରାଡ଼ ପିଟଙ୍କୁ ବିବାହ କରିଥିଲେ ଏବଂ ୨୦୧୬ରେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଅଞ୍ଜେଲିନାଙ୍କର ସମୁଦାୟ ୬ଟି ସନ୍ତାନ ଅଛନ୍ତି, ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ସେ ଅଲଗା ଅଲଗା ଦେଶରୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଥିଲେ ।
ଆଧାର
[ସମ୍ପାଦନା]- ↑ "Angelina Jolie Biography: Director, Film Actress (1975–)". Biography.com (FYI (TV network / A&E Networks). Archived from the original on August 25, 2015. Retrieved November 11, 2015.
- ↑ ୨.୦ ୨.୧ Heath, Chris (July 5, 2001). "Blood, Sugar, Sex, Magic". Rolling Stone. Retrieved December 28, 2014.
- ↑ Maslin, Janet (September 15, 1995). "Those Wacky Teenagers and Their Crazy Fads". The New York Times. Retrieved December 29, 2014.
- ↑ Winfrey, Lee (August 24, 1997). "A Story Of Civil Wrongs And Eventual Repentance". The Philadelphia Inquirer. Archived from the original on March 4, 2016. Retrieved January 13, 2015.
- ↑ Vance, Vanessa. "Gia (1998)". Reel.com. Archived from the original on June 11, 2009.
- ↑ "IMDb Movie of the Day". IMDb. March 7, 2003. Archived from the original on December 22, 2003.
- ↑ Levy, Emanuel (December 9, 1999). "Reviews: Girl, Interrupted". Variety. Retrieved December 29, 2014.
- ↑ Anderson, John (June 15, 2001). "It's No Game: She's a Woman of Action". Newsday. Archived from the original on June 25, 2001.
- ↑ "Angelina Jolie Movie Box Office Results (Actor)". Box Office Mojo. Retrieved December 29, 2014.
- ↑ Covert, Colin (June 9, 2005). "Mr. & Mrs. Smith". Minneapolis Star Tribune. Retrieved December 29, 2014.
- ↑ Dargis, Manohla (June 27, 2008). "You Talkin' to Me, Boys? (Bang-Bang, My Pretties)". The New York Times. Retrieved January 28, 2015.
- ↑ Thomas, William (July 2010). "Empire's Salt Movie Review". Empire. Archived from the original on 2011-07-10. Retrieved December 29, 2014.
- ↑ "10 Questions for Mariane Pearl". Time. ଜୁନ 21, 2007. Archived from the original on ଜୁନ 26, 2007.
- ↑ Foundas, Scott (December 19, 2007). "Clint Eastwood: The Set Whisperer". LA Weekly. Retrieved December 29, 2014.
- ↑ "Maleficent (2014)". Rotten Tomatoes (Flixster). Retrieved December 29, 2014.
- ↑ Linden, Sheri (May 28, 2014). "'Maleficent': Film Review". The Hollywood Reporter. Retrieved December 29, 2014.
- ↑ Borger, Julian (January 11, 2017). "Among the ghosts of Cambodia's killing fields: on the set of Angelina Jolie's new film". The Guardian. Retrieved February 5, 2017.
- ↑ Miller, Prairie (ଜୁନ 2001). "Angelina Jolie On Filling Lara Croft's Shoes and D-size Cups". NY Rock. Archived from the original on ଡିସେମ୍ବର 2, 2001. Retrieved ଡିସେମ୍ବର 30, 2014.
- ↑ "Angelina Jolie to be honored with Oscars' Jean Hersholt Humanitarian Award". Associated Press. September 5, 2013. Retrieved January 7, 2015.
- ↑ Milliken, Mary (November 17, 2013). "Angelina Jolie receives humanitarian award from Academy". Reuters. Retrieved January 7, 2015.
- ↑ Barnes, Brooks (November 20, 2008). "Angelina Jolie's Carefully Orchestrated Image". The New York Times. Retrieved January 15, 2015.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଆଞ୍ଜେଲିନା ଜୋଲି