ବ୍ରାଡ଼ ପିଟ

ଉଇକିପିଡ଼ିଆ‌ରୁ

ୱିଲିୟମ ବ୍ରେଡଲି ପିଟ (ବ୍ରାଡ ପିଟ ନାମରେ ଜଣାଶୁଣା) ଜଣେ ଆମେରିକୀୟ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା । ସମସାମୟିକ ଦୁନିଆର ସବୁଠାରୁ ଆକର୍ଷକ ପୁରୁଷମାନଙ୍କ ମଧ୍ୟରେ ଅନ୍ୟତମ ଭାବେ ତାଙ୍କୁ ସ୍ୱୀକୃତି ମିଳିଥିଲା [୧]। ଫଳରେ ଗଣ ମାଧ୍ୟମରେ ତାଙ୍କ ବ୍ୟକ୍ତିଗତ ଜୀବନ ଉପରେ ବିଭିନ୍ନ ତଥ୍ୟ ପ୍ରକାଶ ପାଇଥିଲା ।

ପିଟ ନିଜର ଅଭିନୟ ଜୀବନ ଛୋଟପରଦାରେ ଅତିଥି କଳାକାର ଭାବେ ପ୍ରାରମ୍ଭ କରିଥିଲେ ଯେଉଁଥିରେ ୧୯୮୭ ମସିହାରେ ମୁକ୍ତିଲାଭ କରିଥିବା CBS ଧାରାବହିକ "ଡଲ୍ଲାସ"ର ଏକ ଭୂମିକା ସାମିଲ ଅଟେ । ବଡ଼ ବଜେଟ ଚଳଚ୍ଚିତ୍ର ମଧ୍ୟରେ ଏ ରିଭର ରନସ ଥୃ ଇଟ୍(୧୯୯୨), "ଇଣ୍ଟରଭ୍ୟୁ ୱିତ ଦ ଭାମ୍ପାୟାର" (୧୯୯୪)ରେ ମୁଖ୍ୟ ଭୂମିକାରେ ତାଙ୍କୁ ଅଭିନୟ କରିବା ପାଇଁ ସୂଯୋଗ ମିଳିଥିଲା । ୧୯୯୪ରେ ମୁକ୍ତିଲାଭ କରିଥିବା ଏକ ନାଟକ "ଲିଜେଣ୍ଡସ ଅଫ ଦ ଫାଲ"ରେ ତାଙ୍କୁ ଏନ୍ଥୋନୀ ହଫକିନସଙ୍କ ସହ ଅଭିନେତା ଭାବେ ଅଭିନୟ କରିବାର ସୂଯୋଗ ମିଳିଥିଲା ଯେଉଁଥିରେ ସେ ପ୍ରଥମ ଥର ଗୋଲ୍ଡେନ ଗ୍ଲୋବ ପୁରସ୍କାର ପାଇଁ ସେ ନାମାଙ୍କିତ ହୋଇଥିଲେ । ୧୯୯୫ ମସିହାରେ ତାଙ୍କୁ ଅପରାଧ ଓ ରୋମାଞ୍ଚ ଭିତ୍ତିକ ଚଲଚ୍ଚିତ୍ର "ସେଭେନ"ରେ ଏକ ଡିଟେକଟିଭର ଭୂମିକାରେ ଦେଖିବାକୁ ମିଳିଥିଲା । ଏହା ଛଡା କଳ୍ପିତ ବିଜ୍ଞାନ ଚଳଚ୍ଚିତ୍ର ଟ୍ୱେଲ୍‌ଭ ମଙ୍କୀଜରେ ତାଙ୍କ ଅଭିନୟ ସମୀକ୍ଷକଙ୍କଦ୍ୱାରା ଉଚ୍ଚ ପ୍ରସଂଶିତ ହୋଇଥିଲା । ଏହି ଚଲଚ୍ଚିତ୍ରରେ ସର୍ବଶ୍ରେଷ୍ଠ ସହାୟକ ଅଭିନେତା ଭାବେ ପ୍ରଶଂସନୀୟ ଅଭିନୟ ପାଇଁ ତାଙ୍କୁ ଗୋଲ‌ଡେନ ଗ୍ଲୋବ ପୁରସ୍କାର ତଥା ଏକାଡେମୀ ପୁରସ୍କାର ମଧ୍ୟ ମିଳିଥିଲା । ଚାରି ବର୍ଷ ପରେ ଅର୍ଥାତ ୧୯୯୯ ମସିହାରେ ସେ ଫାଇଟ କ୍ଲବ ଚଲଚ୍ଚିତ୍ରରେ ଅଭିନୟ କଲେ । ଏହା ପରେ ପରେ ୨୦୦୧ ମସିହାରେ ସେ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ସଫଳ ଚଳଚ୍ଚିତ୍ର ଓସିଏନସ ଇଲେଭେନେରେ ଏବଂ ଏହାର ପରବର୍ତ୍ତୀ ସିକ୍ୱେଲ (ଶୃଙ୍ଖଳା) ଚଳଚ୍ଚିତ୍ର ଓସିଏନସ ଇଲେଭେନେ ୨୦୦୪ ଏବଂ ଓସିଏନସ ଇଲେଭେନେ ୨୦୦୭ରେ ମଧ୍ୟ ଅଭିନୟ କରିଥିଲେ । ତେବେ ତାଙ୍କୁ ଚଲଚ୍ଚିତ୍ର ଜୀବନର ସବୁଠୁ ବଡ଼ ବ୍ୟବସାୟୀକ ସଫଳତା ମିଳିଥିଲା ଟ୍ରାୟ ୨୦୦୪ ଏବଂ ମିଃ ଏବଂ ମିସେସ ସ୍ମିଥ୍ (୨୦୦୫) ଏ ଦୁଇ ଚଲଚ୍ଚିତ୍ରରେ । ପିଟଙ୍କୁ ୨୦୦୮ ମସିହାରେ ଦ କ୍ୟୁରିୟସ କେସ ଅଫ ବେଞ୍ଜାମିନ ବଟନରେ ମୁଖ୍ୟ ଭୂମିକାରେ ପ୍ରସଂଶନୀୟ ଅଭିନୟ ପାଇଁ ନିଜ ଚଲଚ୍ଚିତ୍ର ଜୀବନର ଦ୍ୱିତୀୟ ଏକାଡେମୀ ପୁରସ୍କାର ନିମିତ୍ତ ନାମାଙ୍କିତ କରାଯାଇଥିଲା ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ପିଟ ହେଉଛନ୍ତି ପ୍ଳାନ ବି ଏଣ୍ଟେରଟେନମେଣ୍ଟ ନାମକ ନିର୍ମାଣ କମ୍ପାନୀର ମାଲିକ ଯିଏ କି ଅନ୍ୟ କିଛି ଚ୍ଚଳଚ୍ଚିତ୍ର ସହ ୨୦୦୭ ମସିହାରେ ସର୍ବଶ୍ରେଷ୍ଠ ଚଲଚ୍ଚିତ୍ର ଭାବେ ଏକାଡେମୀ ପୁରସ୍କାର ଲାଭ କରିଥିବା ଚଲଚ୍ଚିତ୍ର ଦ ଡିପାର୍ଟେଡର ମଧ୍ୟ ପ୍ରଯୋଜକ । ପ୍ରଥମେ ଅଭିନେତ୍ରୀ ଗିନିଥ ପାଲ୍ଟ୍ରେଙ୍କ୍ ସହ ତାଙ୍କର ସମ୍ପର୍କ ରହିଥିଲା । ତେବେ ପରବର୍ତ୍ତୀ ସମୟରେ ସେ ଅଭିନେତ୍ରୀ ଜେନିଫର ଏନିଷ୍ଟନଙ୍କ ସହ ପାଞ୍ଚବର୍ଷ ପାଇଁ ବିବାହିତ ଜୀବନ ବିତାଇଲେ । ତେବେ ୨୦୦୯ ମସିହାରେ ଆଞ୍ଜେଲୀନା ଜୋଲୀଙ୍କ ସହ ତାଙ୍କର ବିବାହୋତ୍ତର ସମ୍ପର୍କକୁ ନେଇ ଦୁନିଆ ସାରା ମିଡିଆରେ ଅନେକ ଖବର ପ୍ରକାଶିତ ହୋଇଥିଲା ।[୨] ୨୦୧୪ ମସିହାରେ ପିଟ ଏବଂ ଜୋଲୀ ବିବାହ କଲେ । ତାଙ୍କର ସମୁଦାୟ ଛଅଗୋଟି ସନ୍ତାନ ମଧ୍ୟରୁ ତିନିଟି ହେଉଛନ୍ତି ପୋଷ୍ୟ ଏବଂ ଅନ୍ୟ ତିନୋଟି ହେଉଛନ୍ତି ମେଡୋକ୍ସ, ଜହାରା ଏବଂ ପେକ୍ସ । ୨୦୧୬ ମସିହାରେ ଜୋଲୀ ପିଟଙ୍କ ବିରୁଦ୍ଧରେ ଏକ ବିବାହ ବିଛେଦ ମାମଲା ଦାୟର କଲେ, ଯାହାକି ୨୦୧୯ ମସିହାରେ ଫଇସଲା ହୋଇ ଦୁହିଁଙ୍କ ମଧ୍ୟରେ ବିବାହ ବିଛେଦ ହୋଇସାରିଛି ।

ଆଧାର[ସମ୍ପାଦନା]

  1. "Brad Pitt 'sexiest man alive'". www.news.bbc.co.uk. 2 November 2000. Retrieved 19 December 2019.
  2. Harris, Mark (15 October 2008). "Angelina Jolie, Master of Her Mommy Track". The New York Times. Retrieved 19 December 2019.