ଆଜମେରୀ ହକ୍ ବଧନ

ଉଇକିପିଡ଼ିଆ‌ରୁ
ଡ. ଆଜମେରୀ ହକ୍ ବଧନ
୨୦୧୮ରେ ବଧନ
ଜନ୍ମ (1986-10-28) ୨୮ ଅକ୍ଟୋବର ୧୯୮୬ (ବୟସ ୩୭)
ମୁନ୍‌ଷୀଗଞ୍ଜ, ବାଂଲାଦେଶ
ଜାତୀୟତାବଙ୍ଗଳାଦେଶୀ
ଶିକ୍ଷାଦନ୍ତ୍ୟ ସର୍ଜରୀରେ ସ୍ନାତକ
ଶିକ୍ଷାନୁଷ୍ଠାନବାଂଲାଦେଶ ମେଡିକାଲ କଲେଜ
ବୃତ୍ତି(ସମୂହ)ଅଭିନେତ୍ରୀ, ଦନ୍ତ ଚିକିତ୍ସକ
ସକ୍ରିୟ ବର୍ଷ୨୦୦୬–ଏବେଯାଏଁ
ପ୍ରସିଦ୍ଧିଲକ୍ସ ଚେନାଲ୍ ଆଇ ସୁପରଷ୍ଟାର - ୨୦୦୬ (୩ୟ ସ୍ଥାନ)

ଡ. ଆଜମେରୀ ହକ୍ ବଧନ ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଏବଂ ଜଣେ ଦନ୍ତ ଚିକିତ୍ସକ । ସେ ୨୦୦୬ ମସିହାରେ ଲକ୍ସ ଚେନାଲ୍ ଆଇ ସୁପରଷ୍ଟାର ପ୍ରତିଯୋଗିତାରେ ୩ୟ ସ୍ଥାନ ଅଧିକାର କରିଥିଲେ । ୨୦୧୦ ମସିହାରେ ସେ ବଙ୍ଗଳାଦେଶୀ କଥାଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ନିଜମ୍ ଆରୋନି, ଯେଉଁଥିରେ ସେ ଇଲିୟସ୍ କାଞ୍ଚନ ଓ ଚମ୍ପାଙ୍କ ସହ ଅଭିନୟ କରିଥିଲେ । ସେ ଅନେକ ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି ।

ଶିକ୍ଷା ଏବଂ ବୃତ୍ତି[ସମ୍ପାଦନା]

ଆଜମେରୀ ବାଂଲାଦେଶର ଢାକାସ୍ଥିତ ବାଂଲାଦେଶ ମେଡିକାଲ୍ କଲେଜରେ ପଢ଼ୁଥିଲେ, ଯେଉଁଠାରେ ସେ ଦନ୍ତ୍ୟ ସର୍ଜରୀରେ ସ୍ନାତକ କରିଥିଲେ । ସେ ମିଡିଆ ଇଣ୍ଡଷ୍ଟ୍ରୀ ପ୍ରତି ଯୁବାବସ୍ଥାରୁ ଆକୃଷ୍ଟ ଥିଲେ ଏବଂ ବିଭିନ୍ନ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସେ ଚଇତ ପାଗଲା, ଶୁଭୋ ବିବାହ, ରୋଙ୍ଗ୍ ଏବଂ ବିଜିବିଜି ନଥିଙ୍ଗ୍ ଭଲି ଦୂରଦର୍ଶନ ଧାରାବାହିକ ପାଇଁ ଲୋକପ୍ରିୟତ ଅର୍ଜନ କରିଛନ୍ତି ।[୧] ସେ ଜଣେ ଡେଣ୍ଟିଷ୍ଟ ଭାବରେ କାର୍ଯ୍ୟ କରିବା ସହ[୨] ବିଭିନ୍ନ ଦୂରଦର୍ଶନ କାର୍ଯ୍ୟକ୍ରମେ ଅଭିନୟ କରୁଛନ୍ତି ।[୩]

ଆଧାର[ସମ୍ପାଦନା]

  1. "Badhon". The Daily Star News. Dhaka. Retrieved 2017-10-21.
  2. ‘আমি তারকা বাঁধন হিসেবে চেম্বারে বসলে রোগীর অভাব হবে না’. Manab Zamin (in Bengali). Dhaka. Retrieved 2018-04-26.
  3. "Badhon's first love letter". The Daily Star News. Dhaka. Retrieved 2016-11-26.

ବାହାର ଆଧାର[ସମ୍ପାଦନା]