ଆଜମେରୀ ହକ୍ ବଧନ
ଡ. ଆଜମେରୀ ହକ୍ ବଧନ | |
---|---|
ଜନ୍ମ | ମୁନ୍ଷୀଗଞ୍ଜ, ବାଂଲାଦେଶ | ୨୮ ଅକ୍ଟୋବର ୧୯୮୬
ଜାତୀୟତା | ବଙ୍ଗଳାଦେଶୀ |
ଶିକ୍ଷା | ଦନ୍ତ୍ୟ ସର୍ଜରୀରେ ସ୍ନାତକ |
ଶିକ୍ଷାନୁଷ୍ଠାନ | ବାଂଲାଦେଶ ମେଡିକାଲ କଲେଜ |
ବୃତ୍ତି(ସମୂହ) | ଅଭିନେତ୍ରୀ, ଦନ୍ତ ଚିକିତ୍ସକ |
ସକ୍ରିୟ ବର୍ଷ | ୨୦୦୬–ଏବେଯାଏଁ |
ପ୍ରସିଦ୍ଧି | ଲକ୍ସ ଚେନାଲ୍ ଆଇ ସୁପରଷ୍ଟାର - ୨୦୦୬ (୩ୟ ସ୍ଥାନ) |
ଡ. ଆଜମେରୀ ହକ୍ ବଧନ ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଏବଂ ଜଣେ ଦନ୍ତ ଚିକିତ୍ସକ । ସେ ୨୦୦୬ ମସିହାରେ ଲକ୍ସ ଚେନାଲ୍ ଆଇ ସୁପରଷ୍ଟାର ପ୍ରତିଯୋଗିତାରେ ୩ୟ ସ୍ଥାନ ଅଧିକାର କରିଥିଲେ । ୨୦୧୦ ମସିହାରେ ସେ ବଙ୍ଗଳାଦେଶୀ କଥାଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ନିଜମ୍ ଆରୋନି, ଯେଉଁଥିରେ ସେ ଇଲିୟସ୍ କାଞ୍ଚନ ଓ ଚମ୍ପାଙ୍କ ସହ ଅଭିନୟ କରିଥିଲେ । ସେ ଅନେକ ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି ।
ଶିକ୍ଷା ଏବଂ ବୃତ୍ତି
[ସମ୍ପାଦନା]ଆଜମେରୀ ବଙ୍ଗଳାଦେଶ ଢାକାସ୍ଥିତ ବାଂଲାଦେଶ ମେଡିକାଲ୍ କଲେଜରେ ପଢ଼ୁଥିଲେ, ଯେଉଁଠାରେ ସେ ଦନ୍ତ୍ୟ ସର୍ଜରୀରେ ସ୍ନାତକ କରିଥିଲେ । ସେ ମିଡିଆ ଇଣ୍ଡଷ୍ଟ୍ରୀ ପ୍ରତି ଯୁବାବସ୍ଥାରୁ ଆକୃଷ୍ଟ ଥିଲେ ଏବଂ ବିଭିନ୍ନ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସେ ଚଇତ ପାଗଲା, ଶୁଭୋ ବିବାହ, ରୋଙ୍ଗ୍ ଏବଂ ବିଜିବିଜି ନଥିଙ୍ଗ୍ ଭଲି ଦୂରଦର୍ଶନ ଧାରାବାହିକ ପାଇଁ ଲୋକପ୍ରିୟତ ଅର୍ଜନ କରିଛନ୍ତି ।[୧] ସେ ଜଣେ ଡେଣ୍ଟିଷ୍ଟ ଭାବରେ କାର୍ଯ୍ୟ କରିବା ସହ[୨] ବିଭିନ୍ନ ଦୂରଦର୍ଶନ କାର୍ଯ୍ୟକ୍ରମେ ଅଭିନୟ କରୁଛନ୍ତି ।[୩]
ଆଧାର
[ସମ୍ପାଦନା]- ↑ "Badhon". The Daily Star News. Dhaka. Retrieved 2017-10-21.
- ↑ ‘আমি তারকা বাঁধন হিসেবে চেম্বারে বসলে রোগীর অভাব হবে না’. Manab Zamin (in Bengali). Dhaka. Retrieved 2018-04-26.
- ↑ "Badhon's first love letter". The Daily Star News. Dhaka. Retrieved 2016-11-26.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଆଜମେରୀ ହକ୍ ବଧନ