ଆଗାଡ଼ୁ

ଉଇକିପିଡ଼ିଆ‌ରୁ
ଆଗାଡ଼ୁ
ନିର୍ଦ୍ଦେଶକଶ୍ରୀନୁ ଭାଇତ୍‌ଲା
ପ୍ରଯୋଜକରାମ ଅଚନ୍ତ
ଗୋପିଚାନ୍ଦ ଅଚନ୍ତ
ଅନିଲ ସୁଙ୍କରା
ସଂଳାପଅନୀଲ ରବିପୁଡ଼ି
ଉପେନ୍ଦ୍ର ମହାଦେବ
ପ୍ରବୀଣ ବର୍ମା
କଳାକାରମହେଶ ବାବୁ
ତମନ୍ନା ଭାଟିଆ
ରାଜେନ୍ଦ୍ର ପ୍ରସାଦ
ସୋନୁ ସୁଦ
ବ୍ରହ୍ମାନନ୍ଦମ
ସଙ୍ଗୀତଏସ୍. ଥମନ୍
ଚିତ୍ରଗ୍ରହଣକେ. ଭି. ଗୁହାନ
ସମ୍ପାଦକଏମ୍. ଆର୍. ବର୍ମା
Production
company
୧୪ ରିଲ୍‌ସ୍ ଏଣ୍ଟରଟେନମେଣ୍ଟ
ବିତରକଇରୋଜ୍ ଇଣ୍ଟରନ୍ୟାସନାଲ
ମୁକ୍ତିଲାଭ ତାରିଖ
୨୯ ସେପ୍ଟେମ୍ବର ୨୦୧୪
କଥାଚିତ୍ରର ସମୟ
୧୬୩ ମିନିଟ
ଦେଶଭାରତ
ଭାଷାତେଲୁଗୁ
ଖର୍ଚ୍ଚ୬୫ କୋଟି[୧]
ମୋଟ ଆୟ୩୪ କୋଟି[୨]

ଆଗାଡ଼ୁ, ୨୦୧୪ରେ ମୁକ୍ତିଲାଭ କରିଥିବା ଏକ ତେଲୁଗୁ କଥାଚିତ୍ର ।[୩] ଶ୍ରୀନୁ ଭାଇତ୍‌ଲା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ରାମ ଅଚନ୍ତ, ଗୋପିଚାନ୍ଦ ଅଚନ୍ତ ଓ ଅନିଲ ସୁଙ୍କରା ଏହି କଥାଚିତ୍ରଟି ପ୍ରଯୋଜନା କରିଥିଲେ । ଅନୀଲ ରବିପୁଡ଼ି, ଉପେନ୍ଦ୍ର ମହାଦେବ ଓ ପ୍ରବୀଣ ବର୍ମା କାହାଣୀ ରଚନା କରିଥିଲେ । ୧୪ ରିଲ୍‌ସ୍ ଏଣ୍ଟରଟେନମେଣ୍ଟ ବ୍ୟାନର ଅଧିନରେ ଏହି ଚଳଚ୍ଚିତ୍ରଟି ନିର୍ମାଣ କରାଯାଇଥିଲା ।[୪] ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ମହେଶ ବାବୁ ଓ ତମନ୍ନା ଭାଟିଆ ।[୫] ରାଜେନ୍ଦ୍ର ପ୍ରସାଦ, ସୋନୁ ସୁଦ, ବ୍ରହ୍ମାନନ୍ଦମ, ଏମ୍.ଏସ୍. ନାରାୟଣନ୍, ବ୍ରହ୍ମାଜୀ, କିଶୋର, ନସାର, ଆଶିଷ ବିଦ୍ୟାର୍ଥୀ, ଅଜୟ, ରବି ପ୍ରକାଶ, ଶ୍ରବଣ, ଭରତ ରେଡ୍ଡୀ, ରାଓ ରମେଶ, କ୍ରୀଷ୍ଣା ମୁରଲୀ, ରଘୁ ବାବୁ, ଶେଖର, ମମତାଜ, କରୁଣ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଶ୍ରୁତି ହାସନ ଏହି କଥାଚିତ୍ରଟିରେ ଆଇଟମ ଗୀତରେ ନୃତ୍ୟ କରିଥିଲେ ।[୬]

ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ଏସ୍. ଥମନ । ଏହି ଚଳଚ୍ଚିତ୍ରଟି ତାଙ୍କର ସଙ୍ଗୀତ ନିର୍ଦ୍ଦେଶନାର ୫୦ ତମ ଚଳଚ୍ଚିତ୍ର ଥିଲା ।[୭] କେ. ଭି. ଗୁହାନ ଏହି କଥାଚିତ୍ରଟିର ଚିତ୍ରୋତ୍ତଳନ କରିଥିଲେ ଏବଂ ଏମ୍. ଆର୍. ବର୍ମା କଥାଚିତ୍ରଟିର ସମ୍ପାଦନା କରିଥିଲେ ।[୮] ମହେଶବାବୁ ଏହି କଥାଚିତ୍ରଟିରେ ଶଙ୍କର ନାମକ ଜଣେ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କରିଥିଲେ[୯], ଯିଏକି ଜଣେ ଏକ୍‌କାଉଣ୍ଟର ସ୍ପେଶାଲିଷ୍ଟ ଭାବରେ ପରିଚିତ ଥିଲେ । ଶଙ୍କର ଗୋଟିଏ ବୁକ୍କାପାଟନମ୍ ନାମକ ଏକ ଗାଁକୁ ବଦଳ ହୋଇ ଆସିଲା, ଯେଉଁଠାରେ ତାକୁ ନିର୍ମାଣାଧୀନ ଥିବା ପାୱାର ପାୱାର ପ୍ଲାଣ୍ଟର ମାଲିକ ଦମୋଦରର କଳାକାରନାମା ସବୁକୁ ଖୋଜି ବନ୍ଦ କରିବା ପାଇଁ ନିଯୁକ୍ତି ଦିଆଯାଇଥିଲା । ଦାମୋଦର ସେଠାରେ ସ୍ତାନୀୟ ଲୋକଙ୍କ ସାହାଯ୍ୟରେ ଛୋଟ ଛୋଟ ଅପରାଧରୁ ଆରମ୍ଭ କରି ବଡ଼ ବଡ଼ ବେଟିଂ ଯାଏଁ କାର୍ଯ୍ୟ କରୁଥିଲା । ବଜାରରେ ପ୍ରଦୁଷିତ ମଦ ବିକ୍ରି କରିବାଠାରୁ, ବିଭିନ୍ନ ଜିନଷରେ ଘୋଟାଲା କରିବାଯାଏଁ ଅଲଗା ଅଲଗା ଦଳ ରଖିଥିଲା ଏବଂ ସେ ଦଳର ଦଳପତିମାନେ ସେ ସବୁର କାର୍ଯ୍ୟଭାର ତୁଲାଉଥିଲା । ଶଙ୍କର ସେଠାକୁ ଆସିବାପରେ ତା'ର ଭାଇର ହତ୍ୟା ପଛରେ ଦାମୋଦରର ହାତ ଅଛି ବୋଲି ଜାଣିଲା ଏବଂ ତା' ସ‌ହ ମିଶି କାର୍ଯ୍ୟ କରିବାର ଛଳ କରି ଜଣେ ଦଲାଲ ସାହାଯ୍ୟରେ ଦାମୋଦରର ସବୁ କଳାକାରାନାମା ବନ୍ଦ କରିବାରେ ସଫଳ ହେଲା ଏବଂ ଭାଇର ମୃତ୍ୟୁର ପ୍ରତିଶୋଧ ନେଲା ।

ଆଗାଡ଼ୁ ୬୫ କୋଟୀ ଭାରତୀୟ ମୁଦ୍ରାରେ ନିର୍ମିତ ହୋଇଥିଲା । ୨୮ ନଭେମ୍ବର ୨୦୧୩ରେ ଏହି ଚଳଚ୍ଚିତ୍ରଟିର ସୁଟିଂ, ଫଟୋଗ୍ରାଫି କାମ ଆରମ୍ଭ ହେଲା[୧୦][୧୧] ଏବଂ ୫ ସେପ୍ଟେମ୍ବର ୨୦୧୪ ଯାଏଁ ଏହାର କାମ ଚାଲିଥିଲା । ହାଇଦ୍ରାବାଦର ଏହି ଚଳଚ୍ଚିତ୍ରଟିର ଅଧିକତମ ଦୃଶ୍ୟ ସୁଟିଂ କରାଯାଇଥିଲା ।[୧୨] ଚଳଚ୍ଚିତ୍ରଟିର ବାକି କିଛି ଦୃଶ୍ୟ ମୁମ୍ବାଇ[୧୩], ଗୁଜରାଟ, ବେଲ୍ଲାରୀ[୧୪] ଏବଂ କେରଳରେ[୧୫] ସୁଟିଂ କରାଯାଇଥିଲା । ଚଳଚ୍ଚିତ୍ରଟିରେ ଥିବା ଗୀତଗୁଡ଼ିକର ଦୃଶ୍ୟ ଲଦାଖ[୧୬][୧୭], ସୁଇଜରଲ୍ୟାଣ୍ଡ, ଉଟି, ହାଇଦ୍ରାବାଦ ଓ ବେଲ୍ଲାରୀରେ ସୁଟିଂ କରାଯାଇଥିଲା । ଚଳଚ୍ଚିତ୍ରଟିର ସୁଟିଂ ସରିବାପରର କାର୍ଯ୍ୟ ପ୍ରାୟ ୫୦ ଦିନ ଧରି ଚାଲିଥିଲା । ଯାହାକି ସୁଟିଂ ଚାଲିଥିବାବେଳେ ଆରମ୍ଭ ହୋଇଯାଇଥିଲା ଏବଂ ୧୬ ସେପ୍ଟେମ୍ବର ୨୦୧୪ରେ ଶେଷ ହୋଇଥିଲା ।[୧୮]

ଏହି ଚଳଚ୍ଚିତ୍ରଟି ୧୯ ସେପ୍ଟେମ୍ବର ୨୦୧୪ରେ ସାରା ବିଶ୍ୱରେ ୨୦୦୦ଟି ପ୍ରେକ୍ଷାଳୟରେ ମୁ୍କ୍ତିଲାଭ କରିଥିଲା ।[୧୯] ଇରୋଜ୍ ଇଣ୍ଟରନ୍ୟାସନାଲ ଏହି କଥାଚିତ୍ରଟି ବିତରଣ କରିଥିଲା ।[୨୦] ଆରମ୍ଭରେ ଏହି ଚଳଚ୍ଚିତ୍ରଟି ଭଲ ଚାଲିଥିଲେ ମଧ୍ୟ[୨୧][୨୨] ଏଥିରେ ବ୍ୟବ‌ହୃତ ଶବ୍ଦ[୨୩][୨୪] ଓ କାହଣୀ ଯୋଗୁଁ ସେ ଭଲ ବ୍ୟବସାୟ କରିପାରିନଥିଲା । ଏହି ସ‌ହିତ ସେହି ସମୟରେ ମୁକ୍ତିଲାଭ କରିଥିବା ଅନ୍ୟ ଚଳଚ୍ଚିତ୍ରଗୁଡ଼ିକ ବ‌ହୁତ ଭଲଥିବାରୁ ଏହାର ସମୁଦାୟ ବ୍ୟବସାୟ ୩୪.୨ କୋଟି ଭାରତୀୟ ମୁଦ୍ରାରେ ହିଁ ସୀମିତ ହୋଇଯାଇଥିଲା ।[୨]

ଅଭିନୟ[ସମ୍ପାଦନା]

  • ମହେଶ ବାବୁ
  • ତମନ୍ନା ଭାଟିଆ
  • ରାଜେନ୍ଦ୍ର ପ୍ରସାଦ
  • ସୋନୁ ସୁଦ
  • ବ୍ରହ୍ମାନନ୍ଦମ[୨୫]
  • ଏମ୍.ଏସ୍. ନାରାୟଣନ୍
  • ବ୍ରହ୍ମାଜୀ
  • ବର୍ଣ୍ଣିଲା କିଶୋର
  • ନସାର
  • ଆଶିଷ ବିଦ୍ୟାର୍ଥୀ
  • ଅଜୟ
  • ରବି ପ୍ରକାଶ
  • ଶ୍ରବଣ
  • ଭରତ ରେଡ୍ଡୀ
  • ରାଓ ରମେଶ
  • କ୍ରୀଷ୍ଣା ମୁରଲୀ
  • ରଘୁ ବାବୁ
  • ଶେଖର
  • ମମତାଜ
  • କରୁଣ

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲ ଏସ୍. ଥମନ ।[୨୬] ଭାସ୍କରଭତ୍‌ଲା ଏହି କଥାଚିତ୍ରଟିର ୬ଟି ଗୀତରୁ ୪ଟୀ ରଚନା କରିଥିଲେ[୨୭] ଏବଂ ଶ୍ରୀ ମଣି ଗୋଟିଏ ରଚନା କରିଥିଲେ ।[୨୮]

ଆଧାର[ସମ୍ପାଦନା]

  1. Kavirayani, Suresh (24 September 2014). "'Directors & actors must pay us back'". Deccan Chronicle. Archived from the original on 23 November 2015. Retrieved 14 October 2014.
  2. ୨.୦ ୨.୧ Seshagiri, Sangeetha (8 October 2014). "Box Office Collection: 'Aagadu' Beats '1 Nenokkadine', 'Rabhasa' Total Figures". International Business Times India. Archived from the original on 4 June 2015. Retrieved 12 October 2014.
  3. "Srinu Vaitla confirms Mahesh Babu's Aagadu". The Times of India. 6 July 2013. Archived from the original on 14 November 2015. Retrieved 14 November 2015.
  4. "Sreenu Vaitla to direct Mahesh again!". IndiaGlitz. 24 September 2012. Archived from the original on 14 November 2015. Retrieved 14 November 2015.
  5. "Tamannaah to play a village belle in Aagadu". The Times of India. 4 August 2014. Archived from the original on 14 November 2015. Retrieved 4 August 2014.
  6. Kumar, Hemanth (6 June 2014). "Shruti Haasan to groove with Mahesh Babu". The Times of India. Archived from the original on 14 November 2015. Retrieved 9 June 2014.
  7. "Sreenu Vaitla, Thaman get busy with Aagadu". The Times of India. 27 July 2013. Archived from the original on 14 November 2015. Retrieved 14 November 2015.
  8. Shekhar (25 October 2013). "Photos: Srinu Vaitla Launches Mahesh Babu's Aagadu". Oneindia Entertainment. Archived from the original on 14 November 2015. Retrieved 14 November 2015.
  9. "Mahesh Babu to play a cop again?". The Times of India. 6 October 2013. Archived from the original on 14 November 2015. Retrieved 24 October 2013.
  10. "Mahesh Babu's Aagadu launched". The Times of India. 25 October 2013. Archived from the original on 14 November 2015. Retrieved 14 November 2015.
  11. Shekhar (28 November 2013). "Mahesh Babu Begins Filming For Srinu Vaitla's Aagadu". Oneindia Entertainment. Archived from the original on 26 September 2014. Retrieved 28 November 2013.
  12. "Tollywood shoots in Gujarat". Deccan Chronicle. 5 January 2014. Archived from the original on 24 September 2014. Retrieved 8 January 2014.
  13. "Mahesh Babu's Aagadu wraps up Mumbai schedule". The Times of India. 17 June 2014. Archived from the original on 22 June 2014. Retrieved 18 June 2014.
  14. "Mahesh Babu starrer Aagadu's song leaks online?". The Times of India. 27 February 2014. Archived from the original on 14 November 2015. Retrieved 1 March 2014.
  15. "Mahesh Babu's Aagadu to be shot in Bellary". The Times of India. 19 June 2014. Archived from the original on 14 November 2015. Retrieved 19 June 2014.
  16. "Mahesh Babu to shoot in Ladakh". Deccan Chronicle. 16 May 2014. Archived from the original on 24 June 2014. Retrieved 17 May 2014.
  17. "'Aagadu' Ladakh schedule from tomorrow". IndiaGlitz. 19 May 2014. Archived from the original on 23 May 2014. Retrieved 19 May 2014.
  18. King, Vincent (18 August 2014). "New release dates are the most sought after thing in Tollywood". Deccan Chronicle. Archived from the original on 19 August 2014. Retrieved 18 August 2014.
  19. Indo-Asian News Service(IANS) (11 September 2014). "Mahesh Babu's Aagadu to release in 2000 screens". The Times of India. Archived from the original on 11 November 2015. Retrieved 11 September 2014.
  20. "Eros International Plc Reports Fourth Quarter & Fiscal Year 2014 Results". The Wall Street Journal. 12 June 2014. Archived from the original on 15 July 2014. Retrieved 13 June 2014.
  21. Seshagiri, Sangeetha (24 September 2014). "Million Dollar Club in US (Telugu): 'Aagadu', 'Attarintiki Daaredi', 'Baadshah' and Other Films". International Business Times India. Archived from the original on 26 December 2015. Retrieved 14 October 2014.
  22. IANS (21 September 2014). "Mahesh Babu hits the bull's eye with Aagadu". Sify. Archived from the original on 30 December 2015. Retrieved 30 December 2015.
  23. Kumar, Hemanth (1 June 2014). "Aagadu's teaser irks Pawan Kalyan's fans". The Times of India. Archived from the original on 17 November 2015. Retrieved 17 November 2015.
  24. Jha, Neha (4 June 2014). "Mahesh Babu: Man of Peace!". Deccan Chronicle. Archived from the original on 7 June 2014. Retrieved 17 November 2015.
  25. Kavirayani, Suresh (3 August 2014). "The spoof specialist". Deccan Chronicle. Archived from the original on 26 June 2015. Retrieved 3 August 2014.
  26. "Aagadu will be Thaman's 50th film". The Times of India. 18 June 2013. Archived from the original on 17 November 2015. Retrieved 28 October 2013.
  27. "Aaja Saroja in Aagadu to surpass Businessman's Sir Osthara". The Times of India. 27 August 2014. Archived from the original on 9 November 2015. Retrieved 27 August 2014.
  28. "Music review: Aagadu". The Times of India. 4 September 2014. Archived from the original on 8 September 2014. Retrieved 4 September 2014.

ବାହାର ଆଧାର[ସମ୍ପାଦନା]