ଅହନା ରହମାନ ଲକି

ଉଇକିପିଡ଼ିଆ‌ରୁ
ଅହନା ରହମାନ ଲକି
অহনা রহমান
Ahona Rahman.jpg
ଅହନା ରହମାନ ଲକି‌
ଜନ୍ମ
ଅହନା ରହମାନ

(1987-04-04) ୪ ଅପ୍ରେଲ ୧୯୮୭ (ବୟସ ୩୬)
ପାଟୁଆଖାଲି, ବାରିସାଲ, ବାଂଲାଦେଶ
ଜାତୀୟତାବଙ୍ଗଳାଦେଶୀ
ଅନ୍ୟ ନାମଲକି
ବୃତ୍ତି(s)ଅଭିନେତ୍ରୀ, ମଡେଲ୍
Years active୨୦୦୬-ଏବେଯାଏଁ
Organizationଆହାନାସ୍ କ୍ରିଏସନ୍[୧][୨]
Notable workଦୁଇ ପୃଥିବୀ

ଅହନା ରହମାନ ଲକି (ଜନ୍ମ: ୪ ଅପ୍ରେଲ ୧୯୮୭) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ତଥା ମଡେଲ ।[୩][୪][୫] ସେ ୨୦୦୬ ମସିହାରେ ଆୟୋଜିତ ଏକ ଫଟୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଲୋକ ଲୋଚନକୁ ଆସିଥିଲେ । ୨୦୦୮ ମସିହାରେ ସେ ଚକୋରେର ପ୍ରେମ ଜରିଆରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ।[୬]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଅହନା ୧୯୮୭ ମସିହାର ଅପ୍ରେଲ ୪ ତାରିଖରେ ବଙ୍ଗଳାଦେଶର ପାଟୁଆଖାଲିଠାରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କର ସ୍କୁଲ ଶିକ୍ଷା ମୀରପୁର ବାଳିକା ଉଚ୍ଚ ବିଦ୍ୟାଳୟରୁ ସମାପ୍ତ କରି ଢାକା କମର୍ସ ମହାବିଦ୍ୟାଳୟରେ ପଢ଼ିଥିଲେ । ଏହାପରେ ସେ ମୀରପୁର ୟୁନିଭର୍ସିଟି ଅଫ୍ ମ୍ୟାନେଜ୍‌ମେଣ୍ଟରୁ ସ୍ନାତକ କରିଥିଲେ । ତାଙ୍କ ଡାକନାମ ହେଉଛି ଲକି ।[୭]

ଅଭିନୟ ଜୀବନ[ସମ୍ପାଦନା]

ଅହନା ଜଣେ ମଡେଲ୍ ଭାବରେ ପ୍ରଥମେ କାମ କରିବା ଆରମ୍ଭ କରିଥିଲେ । ୨୦୦୮ ମସିହାରେ ସେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଚକୋରେର ପ୍ରେମ, ଯାହାର ନିର୍ଦ୍ଦେଶନା ଦେଇଥିଲେ ରକିବ ଆଲମ ଏବଂ ଅମିନ ଖାନ ଏହି କଥାଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

୨୦୧୫ ମସିହାରେ ସେ ଦୁଇ ପୃଥିବୀ ନାମକ ଅନ୍ୟ ଏକ ବଙ୍ଗଳାଦେଶୀ କଥାଚିତ୍ରରେ ଅଭିନେତା ଶାକିବ ଖାନ୍‌ଙ୍କ ସହିତ କାର୍ଯ୍ୟ କରିଥିଲେ ।[୮][୯] ୨୦୨୦ ମସିହାରେ ସେ ସଦରଘାଟେର ଟାଇଗର ନାମକ ଏକ ୱେବ୍ ସରିଜି୍‌ରେ କାମ କରିଥିଲେ, ଯାହାକି ବିଞ୍ଜ୍ ନାମ ଏକ ଓଟିଟିରେ ମୁକ୍ତିଲାଭ କରିଥିଲା ।

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭାଷା Director Ref.
୨୦୦୮ ଚକୋରେର ପ୍ରେମ ବଙ୍ଗଳା ରକିବ ଆଲମ
୨୦୦୯ ଜଳଦସ୍ୟୁ ରକ୍ତ ରହସ ବଙ୍ଗଳା ରୋମାନ ରବିନ [୧୦]
୨୦୧୪ ଚଖେର ଦେଖା ବଙ୍ଗଳା କାଜଲ [୧୧]
୨୦୧୫ ଦୁଇ ପୃଥିବୀ ବଙ୍ଗଳା ମାଣିକ [୧୨][୧୩]

ୱେବ୍ ସିରିଜ୍[ସମ୍ପାଦନା]

ବର୍ଷ ସିରିଜ୍ ଓଟିଟି ନିର୍ଦ୍ଦେଶକ ମନ୍ତବ୍ୟ
୨୦୨୦ ସଦରଘାଟେର ଟାଇଗର ବିଞ୍ଜ୍ ସୁମନ୍ ଆୱାର୍

ଆଧାର[ସମ୍ପାଦନା]

  1. এবার ব্যবসায় যুক্ত হলেন অভিনেতা অহনা. dailyinqilab.com (in Bengali). Retrieved 20 April 2017.
  2. "Ahona's new mission". The Independent. Dhaka. Retrieved 20 April 2018.
  3. Ahona Rahman. Prothom Alo (in Bengali). Retrieved 20 April 2017.
  4. জেদি অহনা! - আনন্দ বিনোদন. The Daily Ittefaq (in Bengali). Retrieved 20 April 2017.
  5. নতুন পরিচয় অহনা. The Daily Nayadiganta (in Bengali). Retrieved 20 April 2017.
  6. চলচ্চিত্রে ফিরলেন অহনা. Jaijaidin (in Bengali). Retrieved 20 April 2017.
  7. বন্ধুদের কাছে অহনা ছিলেন ‘জিরাফ’. Prothom Alo (in Bengali). Retrieved 20 April 2017.
  8. সিনেমা নয় নাটকে সরব অহনা. Jugantor (in Bengali). Retrieved 20 April 2017.
  9. "Ahona to open parlor besides acting". The New Nation. 10 January 2017. Retrieved 20 April 2017.
  10. জলদস্যু রক্ত রহস্য’ ছবির ওয়ার্ল্ড প্রিমিয়ার আরটিভিতে. banglanews24.com (in Bengali). Retrieved 20 April 2017.
  11. সাইমন অহনা জু‌টি আস‌ছে ১৪ অক্টোবর. poriborton.com (in Bengali). Retrieved 9 February 2018.
  12. ‘দুই পৃথিবী’ মুক্তি পাচ্ছে কাল. NTV (in Bengali). Retrieved 20 April 2017.
  13. চার বছর পর চলচ্চিত্রে অহনা. Jaijaidin (in Bengali). Retrieved 20 April 2017.

ବାହାର ଆଧାର[ସମ୍ପାଦନା]