ଅଶ୍ୱିନ ଚିତଳେ

ଉଇକିପିଡ଼ିଆ‌ରୁ
ଅଶ୍ୱିନ ଚିତଳେ
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୨୦୦୪ – ଏବେଯାଏଁ
ଉଲ୍ଲେଖନୀୟ କୃତିଶ୍ୱାସ (ମରାଠୀ କଥାଚିତ୍ର)
ପୁରସ୍କାରଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଶିଶୁ କଳାକାର

ଅଶ୍ୱିନ ଚିତଳେ ଜଣେ ଭାରତୀୟ ଅଭିନେତା, ଯିଏକି ମୁଖ୍ୟତଃ ହିନ୍ଦୀମରାଠୀ ଭାଷାର କଥାଚିତ୍ରରେ କାମ କରନ୍ତି । ସେ ୨୦୦୪ ମସିହାରେ ମରାଠୀ କଥାଚିତ୍ର ଶ୍ୱାସରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ । ଏହି କଥାଚିତ୍ର ପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।[୧] ସେ ପୁଣେରେ ବାସିନ୍ଦା ।[୨] ସେ ନାଗେଶ କୁକୁନୂରଙ୍କ ନିର୍ଦ୍ଦେଶିତ ହିନ୍ଦୀ କଥାଚିତ୍ରଆଶାୟେଁରେ ଗୋବିନ୍ଦା ଭୂମିକାରେ ଅଭିନୟ କରିଛନ୍ତି ।[୩] ତାଙ୍କ ଅଭିନୀତ ଅନ୍ୟ ହିନ୍ଦୀ କଥାଚିତ୍ର ଗୁଡ଼ିକ ହେଉଛି ଜୋର୍ ଲାଗା କେ... ହୈୟା (୨୦୦୯) ଏବଂ ଆହିସ୍ତା ଆହିସ୍ତା (୨୦୦୬) ।[୪] ସେ ଟ୍ୟାକ୍ସି ନଂ ୯୨୧୧ରେ ଅଭିନେତା ନାନା ପାଟେକରଙ୍କ ପୁଅ ରିଶବ ଶାସ୍ତ୍ରୀଙ୍କ ଭୂମିକାରେ ଅଭିନୟ କରିଥିଲେ ।

ସେ ପୁଣେର ନୂତନ ମରାଠୀ ବିଦ୍ୟାଳୟରେ ପାଠ ପଢ଼ିଥିଲେ ।[୨] ପରେ ସେ ପୁଣେସ୍ଥିତ ଏସ୍.ପି. କଲେଜରୁ ଦର୍ଶନଶାସ୍ତ୍ରରେ ସ୍ନାତକୋତ୍ତର କରିଥିଲେ ।

ଆଧାର[ସମ୍ପାଦନା]

  1. Rajadhyaksha, Mukta (2004-10-09). "Breath of hope". Frontline. Retrieved 4 May 2013.
  2. ୨.୦ ୨.୧ Nadar, Ganesh (2004-11-02). "At home with Shwaas star Ashwin Chitale". rediff.com. Retrieved 4 May 2013.
  3. Paw. "Ashayein". filmytown.com. Retrieved 4 May 2013.
  4. "Master Ashwin Chitale filmography". One India entertainment. Greynium Information Technologies Pvt. Ltd. Retrieved 4 May 2013.[permanent dead link]

ବାହାର ଲିଙ୍କ୍[ସମ୍ପାଦନା]