Jump to content

ଅଶିରଗଡ ଦୁର୍ଗ

ଉଇକିପିଡ଼ିଆ‌ରୁ

ଅଶିରଗଡ ଦୁର୍ଗ ଏକ ଭାରତୀୟ ଦୁର୍ଗ ( କିଲ୍ଲା) । ଏହା ଭାରତୀୟ ରାଜ୍ୟ ମଧ୍ୟପ୍ରଦେଶର ବୁରହାନପୁର ସହରଠାରୁ ୧୨ କିଲୋମିଟର ଦୂରସ୍ଥ ସତପୁରା ରେଞ୍ଜଠାରେ ଅବସ୍ଥିତ । ଏହି ଦୁର୍ଗ ମଧ୍ୟ ଦେଇ ସତପୁରାକୁ  ସଂଯୋଗକାରୀ ରାସ୍ତା ଥିବାରୁ ଏହା ନର୍ମଦା ନଦୀର ଉପତ୍ୟକା ଓ ତାପ୍ତି ନଦୀର ଉପତ୍ୟକାକୁ ସଂଯୋଗ କରିବାର ବାଟ ଥିଲା । ଉତ୍ତର ଭାରତରୁ ଡେକାନ ଅଞ୍ଚଳକୁ ସଂଯୋଗ ହୋଇଥିବାରୁ ଏହା ପୁରାତନ କାଳରେ ' ଡେକାନକୁ ଚାବିକାଠି ' ନାମରେ ପରିଚିତ ଥିଲା । ମୋଗଲ ରାଜୁତି ସମୟରେ ଅଶିରଗଡଠାରୁ ଡେକାନ ରାଜ୍ୟର ଆରମ୍ଭ ହୋଇଛି ବୋଲି କୁହାଯାଉଥିବା ବେଳେ ଅଶିରଗଡରୁ ଦିଲ୍ଲୀ ଯାଏ ଅଞ୍ଚଳକୁ ହିନ୍ଦୁସ୍ତାନ ସାମ୍ରାଜ୍ୟ କୁହାଯାଉଥିଲା । 

ଇତିହାସ 

[ସମ୍ପାଦନା]

କୁହାଯାଏ ଅଶିରଗଡ ଦୁର୍ଗ ଆସା ଆହିର ନାମକ ଜଣେ ଜମିଦାରଙ୍କଦ୍ୱାରା ୧୫ଶ ଶତାବ୍ଦୀରେ ନିର୍ମାଣ ହେଇଥିଲା । ପରେ ସେ ଖାନଦେଶ  ର ନାସିର ଖାନଙ୍କଦ୍ୱାରା ନିହତ ହେଇଥିଲେ । 

ନାସିର ଖାନଙ୍କ ଦାୟାଦ ମିରାନ ବାହାଦୁର ଖାନ ( ୧୫୯୬-୧୬୦୦) ନିଜକୁ ସ୍ୱାଧୀନ ଘୋଷଣା କଲେ ଓ ମୋଗଲ ସମ୍ରାଟ ଆକବର ଓ ତାଙ୍କ ପୁତ୍ର ଦାନିୟାଲଙ୍କୁ ସମ୍ମାନ କରିବାକୁ ଅସ୍ୱୀକାର କଲେ । ଫଳରେ ଆକବର ତାଙ୍କ ସୈନ୍ୟ ବାହିନୀ ସହ ବୁରହାନପୁର ଦିଗକୁ ଅଗ୍ରସର ହେଇ ଏହାକୁ ୧୫୯୯ ମସିହାରେ ଦଖଲ କରିନେଲେ । ଏହା ପରେ ଆକବର ୧୬୦୧ ମସିହାରେ ଅଶିରଗଡ ଦୁର୍ଗ ଆକ୍ରମଣ କରି ଏହାକୁ ନିଜ ଅକ୍ତିଆରକୁ ଜାନୁଆରୀ ୧୭ରେ ଆଣିଥିଲେ । 

୧୮ ଶ ଶତାବ୍ଦୀରେ ଏହା ମରାଠାମାନଙ୍କ ଅଧୀନରେ ଥିଲା । ସେତେବେଳେ ଦ୍ୱିତୀୟ ଆଙ୍ଗ୍ଲୋ- ମରାଠା ଯୁଦ୍ଧ ଚାଲିଲା ଓ ବ୍ରିଟିଶ ସେନା ବାହିନୀ ଅଶିରଗଡ ଦୁର୍ଗ ବାହାର ଆଞ୍ଚଳ  କୁ ୨ ଜଣ ସେନାଙ୍କୁ ହରେଇ ୧୮ ଅକ୍ଟୋବରରେ ଅଧିକାର କରିନେଇଥିଲେ । ସେମାନେ ଦୁର୍ଗକୁ ଘେରେଇ ରଖିଲେ । ୨୧ ଅକ୍ଟୋବରରେ ଯେତେବେଳେ ବ୍ରିଟିଶ ବାହିନୀ ଦୁର୍ଗକୁ ଭାଙ୍ଗିବାକୁ ଗୋଳା ବାରୁଦ ପ୍ରୟୋଗ କରିବାକୁ ଗଲେ ଦୁର୍ଗ ଭିତରେ ଥିବା ମରାଠା ସୈନ୍ୟ ଦଳ ବାଧ୍ୟ ହେଇ ଆତ୍ମସମର୍ପଣ କଲେ । 

ଦୁର୍ଗର ସ୍ଥପତ୍ୟ 

[ସମ୍ପାଦନା]

ଦୁର୍ଗର ସ୍ଥାପତ୍ୟ ଶୈଳୀ ମୋଗଲ ସ୍ଥାପତ୍ୟ ଶୈଳୀ ସହ ସାମଞ୍ଜସ୍ଯ ଥିଲା । ଏହି ମୋଗଳ ସ୍ଥାପତ୍ୟ ପ୍ରକୃତରେ ଇସ୍ଲାମିକ , ପାର୍ସିଆନ , ତୁର୍କିସ ଓ ଭାରତୀୟ ସ୍ଥାପତ୍ୟ ଶୈଳୀର ସମ୍ମିଶ୍ରଣ । ଦୁର୍ଗ ଭିତରେ ୩ଟି ପୁଷ୍କରିଣୀ ଖୋଦିତ ହେଇଥିଲା । 

ଏହା ପାଖରେ ଗୁପ୍ତେଶ୍ୱର ମହାଦେବ ମନ୍ଦିର ରହିଛି , ଯାହାର ଆରାଧ୍ୟ ଦେବତା ଶିବ । ଜନଶ୍ରୁତି ରହିଛି ଯେ ମହାଭାରତର ଚର୍ଚ୍ଚିତ ଚରିତ୍ର  ଅଶ୍ୱତ୍ ଥାମା ସେଠାରେ ଥିବା ମନ୍ଦିରକୁ ଶିବ ଉପାସନା ପାଇଁ ଆସୁଥିଲେ ଓ ଫୁଲ ନୈବେଦ୍ୟ ଦେଇ ପ୍ରତ୍ୟହ ସକାଳେ ପୂଜା ଅର୍ଚନା କରୁଥିଲେ ।  

ଦୁର୍ଗ ମଧ୍ୟରେ ଗୋଟିଏ ଭଗ୍ନ ମସଜିଦ , ଅଶିର ମସଜିଦ ନାମରେ  ମଧ୍ୟ ରହିଛି ।ବ୍ରିଟିଶ ନିର୍ମାଣର ଭଗ୍ନାବଶେଷ ଓ ବ୍ରିଟିଶ କବରଖାନା ମଧ୍ୟ ଦୁର୍ଗ ଭିତରେ ଅଛି । ବ୍ରିଟିଶମାନେ ଛାଡି ଚାଲିଗଲା ପରେ ଦୁର୍ଗଟି ପରିତ୍ୟକ୍ତ ଅବସ୍ଥାରେ ରହିଛି । 

ଆଧାର 

[ସମ୍ପାଦନା]

ବାହାର ଲିଙ୍କ 

[ସମ୍ପାଦନା]