ଅମିଶ ତ୍ରିପାଠୀ

ଉଇକିପିଡ଼ିଆ‌ରୁ
ଅମିଶ ତ୍ରିପାଠୀ

ଅମିଶ ତ୍ରିପାଠୀ ଜଣେ ଭାରତୀୟ ଲେଖକ । ତାଙ୍କ ଉପନ୍ୟାସ ହେଲା ଦ ଇମୋଟାଲସ ଅଫ ମେଲୋହା, ଦ ସିକ୍ରେଟ ଅଫ ନାଗାସ ଏବଂ ଦ ଓଥ ଓଫ ଦ ବାୟୁପୁତ୍ରସ । ଏହି ତିନୋଟି ବ‌ହିକୁ ମିଳିତ ଭାବରେ କୁହାଯାଏ ଦ ଶିବା ଟ୍ରାଇଲୋଜି । ତାଙ୍କ ପ୍ରଥମ ଉପନ୍ୟାସ ଦ ଇମୋଟାଲସ ଅଫ ମେଲୋହା ଭଲ ମାରକେଟିଙ୍ଗ ରଣନିତି କାରଣରୁ ଗୋଟିଏ ସପ୍ତାହ ମଧ୍ୟରେ ସର୍ବଶ୍ରେଷ୍ଠ ବ‌ହି ବିକ୍ରେତାର ତାଲିକାର ଉପରେ ଥିଲା । ଦ ଶିବା ଟ୍ରାଇଲୋଜି ଭାରତୀୟ ପ୍ରକାଶନ ଇତିହାସରେ ସବୁଠାରୁ ଶିଘ୍ର ବିକ୍ରିହେବା ବ‌ହି, ଯାହାର ଛପା ପ୍ରତିଲିପି ୨୫୦ ଲକ୍ଷ, ୭୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଛି । ଭାରତରେ ତାଙ୍କୁ ୧୦୦ ଜଣ ପ୍ରସିଦ୍ଧ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଭାବରେ ତିନିବର୍ଷ ଧରି ୨୦୧୨, ୨୦୧୩ ଏବଂ ୨୦୧୪ ଗଣନା କରାଯାଇଅଛି ।

ଅମିଶ ତ୍ରିପାଠୀଙ୍କ ଜନ୍ମ ୧୮ ଅକ୍ଟୋବର ୧୯୭୪ରେ ହୋଇଥିଲା ଓ ଓଡ଼ିଶାର ରାଉରକେଲାରେ ସିଏ ବଡ଼ ହୋଇଥିଲେ ।[୧] ସେ ଛାତ୍ର ସେଇଣ୍ଟ ଜେବିୟର କଲେଜ, ମୁମ୍ବାଇ ଏବଂ ଇଣ୍ତିଆନ ଇନଷ୍ଟିଟ୍ୟୁଟ ଅଫ ମେନେଜମେଣ୍ଟ କଲିକତାରେ ଶିକ୍ଷା ଲାଭ କରିଥିଲେ । ସେ ଜଣେ ଇତିହାସବିତ୍ ହେବାପାଇଁ ଚାହୁଁଥିଲେ, ଏଥିରେ ସମର୍ଥ ନ ହେଇପାରିବାରୁ ସିଏ ଅର୍ଥଶାସ୍ତ୍ରରେ ନିଜ ଜୀବନ ଆଗକୁ ବଢ଼େଇଥିଲେ । ସିଏ ନିଜ ଲେଖା ଆରମ୍ଭ କରିବା ପୂର୍ବରୁ ୧୪ ବର୍ଷ ବିତ୍ତୀୟ ସେବା ଉଦ୍ୟୋଗରେ କାମ କରିଥିଲେ । ସିଏ କାମ କରିଥିବା ଉଦ୍ୟୋଗ ଗୁଡ଼ିକ ହେଲା ସ୍ଟାଣ୍ତଡ ଚଟାଡ଼, ଡ଼ିବିଏସ ବେଙ୍କ ଓ ଆଇଡ଼ିବିଆଇ ଫେଡ଼ରାଲ ଲାଇଫ ଇନସ୍ୟୁରେନସ ।

ଦ ଇମୋଟାଲସ ଅଫ ମେଲୋହା, ତ୍ରିପାଠୀଙ୍କ ପ୍ରଥମ ଉପନ୍ୟାସ ଏବଂ ଶିବ ଟ୍ରାୟୋଲୋଜିର ପ୍ରଥମ ବ‌ହି ଯାହା ଫେବୃଆରି ୨୦୧୦ରେ ପ୍ରକାଶ ପାଇଥିଲା । ଏହି ସିରିଜର ଦ୍ୱିତୀୟ ବ‌ହି ଦ ସିକ୍ରେଟ ଅଫ ନାଗାସ, ପ୍ରକାଶ ପାଇଥିଲା ୧୨ ଅଗଷ୍ଟ ୨୦୧୧ ଏବଂ ତୃତୀୟ ବ‌ହି, ଶିର୍ଷକ ଦ ଓଥ ଅଫ ଦ ବାୟୁପୁତ୍ରସ, ପ୍ରକାଶ ପାଇଥିଲା ୨୭ ଫେବୃଆରୀ ୨୦୧୩ । ଦ ଟ୍ରାଇଲୋଜି ଭାରତୀୟ ଭଗବାନ ଶିବଙ୍କ ଜୀବନ ଓ ସାହସିକ କାର୍ଯ୍ୟର ବିଚିତ୍ର ସଂରଚନାକୁ ପୁନର୍ବାର କଳ୍ପନା କରି ଅମିଶ ଏହି ବ‌ହି ଗୁଡ଼ିକ ଲେଖିଛନ୍ତି ।

ଆଧାର[ସମ୍ପାଦନା]

  1. "I watched Love Story 4 times in a day - Amish Tripathi". filmfare.com (in ଇଂରାଜୀ). Retrieved 28 July 2018.