Jump to content

ଅମିତ ରୋହିଦାସ

ଉଇକିପିଡ଼ିଆ‌ରୁ
ଅମିତ ରୋହିଦାସ
Amit Rohidas in Paris olympics 2024
ବ୍ୟକ୍ତିଗତ ସୂଚନା
ଜନ୍ମ (1993-05-10) ୧୦ ମଇ ୧୯୯୩ (ବୟସ ୩୨)
ସୁନ୍ଦରଗଡ଼
ଉଚ୍ଚତା ୧.୭୯ ମି[]
Playing position ଡିଫେଣ୍ଡର
National team
୨୦୧୩ ୨୧ବର୍ଷରୁ କମ ଭାରତୀୟ ଦଳ
୨୦୧୩– ଭାରତୀୟ ଦଳ ୭୩ (୮)
Medal record
ପୁରୁଷ ହକି
ଏସିଆନ ଗେମ୍ସ
Bronze୨୦୧୮ ଏସିଆନ ଗେମ୍ସହକି
ହକି ଏସିଆ କପ
Gold୨୦୧୭ ଏସିଆ ହକି କପ
Silver୨୦୧୩ ଏସିଆ କପ
ଚାମ୍ପିୟନସିପ ଟ୍ରଫି
Silver୨୦୧୮ ଚାମ୍ପିୟନସିପ ଟ୍ରଫି
ହକି ୱାର୍ଲ୍ଡ ଲିଗ
Bronze୨୦୧୬-୧୭ ହକି ୱାର୍ଲ୍ଡ ଲିଗ
Last updated on: ୩ ମାର୍ଚ୍ଚ ୨୦୧୯


ଅମିତ ରୋହିଦାସ (ଜନ୍ମ ୧୦ ମଇ ୧୯୯୩) ଜଣେ ଭାରତୀୟ ହକି ଖେଳାଳି । ସେ ଭାରତୀୟ ହକି ଦଳରେ ଜଣେ ରକ୍ଷଣପନ୍ଥୀ (ଡିଫେଣ୍ଡର) ଖେଳାଳି ଭାବରେ ଖେଳିଥାନ୍ତି ଓ ଭାରତୀୟ ଦଳର ଅଧିନାକତ୍ୱ ମଧ୍ୟ କରିଛନ୍ତି ।

ଜୀବନୀ

[ସମ୍ପାଦନା]

ଅମିତ ୧୯୯୩ ମସିହା ମଇ ୧୦ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାର ସଉନାପରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଗୋପାଳ ରୋହିଦାସ ଓ ମାତାଙ୍କ ନାମ ଗୋଲାପ ରୋହିଦାସ । ସେ ନିଜ ଗ୍ରାମରୁ ହକି ଖେଳ ଆରମ୍ଭ କରି, ୨୦୦୪ ମସିହାରେ ରାଉରକେଲାର ପାନପୋଷ ସ୍ପୋର୍ଟସ ହଷ୍ଟେଲରେ ଯୋଗ ଦେଇଥିଲେ । ୨୦୦୯ ମସିହାରେ ସେ ଭାରତୀୟ ଯୁବଦଳରେ ଖେଳିବାର ସୁଯୋଗ ପାଇଥିଲେ ।[]

୨୦୧୩ ମସିହାରେ ଅନୁଷ୍ଠିତ ହୋଇଥିବା ଏସିଆ କପରେ ସେ ଭାରତୀୟ ଦଳ ପକ୍ଷରୁ ଖେଳିବା ପାଇଁ ତାଙ୍କର ଚୟନ କରାଯାଇଥିଲ । ସେହି ପ୍ରତିଯୋଗୀତାରେ ଭାରତୀୟ ଦଳ ରୌପ୍ୟ ପଦକ ହାସଲ କରିଥିଲା । କିଛିବର୍ଷ ସେ ଭାରତୀୟ ଦଳରେ ସ୍ଥାନ ପାଇ ନଥିଲେ କିନ୍ତୁ ୨୦୧୭ ମସିହାରୁ ସେ ଭାରତୀୟ ଦଳର ନିୟମିତ ସଦସ୍ୟ ଭାବରେ ଖେଳି ଆସୁଛନ୍ତି । ୨୦୨୨ ଏଫଆଇଏଜ ପ୍ରୋଲିଗରେ ସେ ଭାରତୀୟ ଦଳର ଅଧିନାୟକ ରୂପେ ଖେଳିଥିଲେ ।[]

  1. "ROHIDAS Amit". www.worldcup2018.hockey. International Hockey Federation. Archived from the original on 6 March 2019. Retrieved 3 March 2019.
  2. "HIL is the best thing to happen in my life: Amit Rohidas". The Times of India. 5 January 2013. Retrieved 12 November 2017.
  3. "ଓଡ଼ିଶାର ଅମିତ ରୋହିଦାସ ଅଧିନାୟକ". www.http://dharitriepaper.in/. ଧରିତ୍ରୀ. Archived from the original on 31 March 2022. Retrieved 31 March 2022. {{cite web}}: External link in |website= (help)
[ସମ୍ପାଦନା]