ଅମରେଶ ବିଶ୍ଵାଳ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଅମରେଶ ବିଶ୍ଵାଳ
ଜନ୍ମ ଓ ଜନ୍ମସ୍ଥାନ ୧୩ ଜୁନ ୧୯୭୨ (1972-06-13) (୪୫ ବର୍ଷ)
ଜୀବିକା ସାହିତ୍ୟିକ, ସାମ୍ବାଦିକ
ପୁରସ୍କାର ରାଜଧାନୀ ପୁସ୍ତକ ମେଳା ପୁରସ୍କାର

ଅମରେଶ ବିଶ୍ଵାଳ (ଜନ୍ମ : ୧୩ ଜୁନ ୧୯୭୨) ଜଣେ ଓଡ଼ିଆ ସାହିତ୍ୟିକ ଓ ସାମ୍ବାଦିକ ।[୧] ସେ ଗଳ୍ପ, ପ୍ରବନ୍ଧ ଓ ଉପନ୍ୟାସ ଆଦି ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ରଚନା କରିଛନ୍ତି । ସେ ଓଡ଼ିଶା ଟେଲିଭିଜନରେ ଆଉଟପୁଟ ଏଡିଟର ଭାବରେ କାର୍ଯ୍ୟରତ । ସେ ଯାଜପୁର ଜିଲ୍ଲାଯାଜପୁର ରୋଡ଼ ସନ୍ନିକଟ ରାଛିପୁର ଗ୍ରାମରେ ସେ ୧୯୭୨ ମସିହାରେ ଜନ୍ମଗ୍ରହଣ କରିଥିଲେ ।

ରଚନାବଳୀ[ସମ୍ପାଦନା]

  • ଅବକ୍ଷୟମୁଖୀ ଜାତୀୟ ଚରିତ୍ର (ପ୍ରବନ୍ଧ, ୨୦୦୧)
  • ବୟସ୍କ ଲୋକର ସମୟ (ଗଳ୍ପ, ୨୦୦୮)
  • ସେ ଶାଲ ରିପୋର୍ଟ (ଗଳ୍ପ, ୨୦୧୨)
  • ତୁମରି ପରି ଝିଅଟିଏ (କିଶୋର ଜୀବନୀ, ୨୦୧୩)
  • ମଧ୍ୟବିତ୍ତ (ଉପନ୍ୟାସ, ୨୦୧୪)
  • ସଁବାଳୁଆର ସ୍ଵପ୍ନ (ଗଳ୍ପ, ୨୦୧୪)
  • ସା-ରେ-ଗା-ମା-ପା (ମିଳିତ ଗଳ୍ପ ସଂକଳନ)
  • ଚାଇନାର ଚରିତ୍ର (ଭ୍ରମଣ ଉପନ୍ୟାସ)

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ମନ୍ଥନ ଯୁବ ପ୍ରତିଭା ପୁରସ୍କାର, ୨୦୦୦
  • ରାଜଧାନୀ ପୁସ୍ତକ ମେଳା ପୁରସ୍କାର, ୨୦୦୧ (ପ୍ରବନ୍ଧ)[୨]
  • ରାଜଧାନୀ ପୁସ୍ତକ ମେଳା ପୁରସ୍କାର ୨୦୧୦ (ଗଳ୍ପ)
  • ବିରୂପା ସାହିତ୍ୟ ସଂସଦ ପୁରସ୍କାର ୨୦୧୦
  • ଲେଖାଲେଖି ଯୁବ ଗାଳ୍ପିକ ପୁରସ୍କାର ୨୦୧୦
  • ଟାଇମ୍ ପାସ୍ ବୁକର ପୁରସ୍କାର ୨୦୧୨[୩]
  • ଚିନ୍ତାମଣି ବେହେରା ଗଳ୍ପ ସମ୍ମାନ ୨୦୧୩
  • ଶିହରଣ କଥା ସମ୍ମାନ ୨୦୧୩
  • କବିଶେଖର ଚିନ୍ତାମଣି ସ୍ମାରକୀ ସମ୍ମାନ ୨୦୧୩
  • ପଶ୍ଚିମା ଉପନ୍ୟାସ ପୁରସ୍କାର ୨୦୧୫
  • ଜଗଦୀଶ ଯୁବ ସମ୍ମାନ ୨୦୧୫,
  • କଥାକଳିକା ଯୁବ ପୁରସ୍କାର ୨୦୧୬[୪]
  • ଭୁବନେଶ୍ଵର ପୁସ୍ତକ ମେଳା ସାହିତ୍ୟ ପୁରସ୍କାର - ୨୦୧୭(ମଧ୍ୟବିତ୍ତ ଉପନ୍ୟାସ ପାଇଁ)[୫]

ଆଧାର[ସମ୍ପାଦନା]

  1. http://www.thehindu.com/todays-paper/tp-national/tp-otherstates/amaresh-biswal-selected-for-timepass-booker-award/article3971212.ece
  2. http://www.rajdhanibookfair.com/awards.htm
  3. http://www.odisha360.com/2012/10/06/amaresh-biswal-to-receive-time-pass-booker-award-2012/
  4. ସମାଜ ୨୩/୧୧/୨୦୧୬ କଲିକତା ସଂସ୍କରଣ ପୃଷ୍ଠା ୧୪. 
  5. ସମ୍ବାଦ ୧୩/୦୪/୨୦୧୭ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୧୮. http://www.sambadepaper.com/Details.aspx?id=346857&boxid=32358660. Retrieved 13 April 2017.