ଅମରପୋଇ

ଉଇକିପିଡ଼ିଆ‌ରୁ


ଅମର ପୋଇ
ଅମରପୋଇ ପତ୍ରରୁ ଜାତ ନୂତନ ଗଛ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Core eudicots
ଗଣ: Saxifragales
କୁଳ: Crassulaceae
ପ୍ରଜାତି: Kalanchoe
ବିଭାଗ: Bryophyllum
ଜାତି: K. pinnata
ବାଇନୋମିଆଲ ନାମ
Kalanchoe pinnata
Synonyms

Bryophyllum pinnatum (Lam.) Oken
Bryophyllum calycinum

ଅମର ପୋଇ (ଉଦ୍ଭିଦିକ ନାମ - Kalanchoe pinnata ବା Bryophyllum calycinum ବା Bryophyllum pinnatum) ହେଉଛି ଏକ ଗୁଳ୍ମ ଜାତୀୟ ସପୁଷ୍ପକ ଉଦ୍ଭିଦ, ଯାହା ଓଡ଼ିଶା ତଥା ଭାରତର ପ୍ର।ୟ ସମସ୍ତ ରାଜ୍ୟରେ ଦେଖାଯାଏ । ଏହାର ଉତ୍ପତ୍ତିସ୍ଥଳ ମାଡ଼ାଗାସ୍କର ବୋଲି ଧରାଯାଏ। ଏଇ ଗଛର ପତ୍ରରୁ ନୂଆ ଗଛ ଜନ୍ମ ନେଇଥାଏ । ଏଇ ଗୁଣ ପାଇଁ ଏହା ଅନ୍ୟ ଗଛମାନଙ୍କଠାରୁ ସ୍ୱତନ୍ତ୍ର ।

ଘର ଭିତରେ ରଖାଯାଉଥିବା କେତୋଟି ଲୋକପ୍ରିୟ ଗଛ ଭିତରୁ ଏହା ଅନ୍ୟତମ ।

ବର୍ଣ୍ଣନା[ସମ୍ପାଦନା]

ଫ୍ରାନସିସ୍କୋ ମାନୁଏଲ ବ୍ଲାଙ୍କୋଙ୍କ ରଚିତ ଫ୍ଲୋରା ଦେ ଫିଲିପିନାସରେ ଅମର ପୋଇଗଛର ଚିତ୍ରଣ

ବିଭିନ୍ନ ସ୍ଥାନରେ ଅମର ପୋଇ ଗଛ[ସମ୍ପାଦନା]

ଅମର ପୋଇ ଏସିଆ, ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ, ୱେଷ୍ଟ ଇଣ୍ଟିଜ, ମାକ୍ରୋନେସିଆ ଓ ହାୱାଇ ଆଦି ସ୍ଥାନରେ ମଧ୍ୟ ଦୃଷ୍ଟ ହୁଏ। [୧] ହାୱାଇ ଦ୍ୱୀପ ସମେତ ଉପରୋକ୍ତ ଅନେକ ସ୍ଥାନରେ ଏହା ବିଦେଶରୁ ଆସିଛି ବୋଲି ଧରାଯାଏ।[୨] ଏହା ଫିଲିପାଇନସରେ ବହୁଳ ଭାବରେ ଦେଖାଯାଏ। ସେଠାରେ ଏହାକୁ ଲୋକେ କଟକକଟକା କହିଥାନ୍ତି, ଯାହାର ଅର୍ଥ ହେଉଛି ଆଶ୍ଚର୍ଯ୍ୟ ଜନକ ଓ ଅସାଧାରଣ।[୩][୪][୫]

ସଂକ୍ଷିପ୍ତ ପରିଚୟ[ସମ୍ପାଦନା]

ସବୁ ସ୍ଥାନରେ ବଢ଼ିପାରିବାର କ୍ଷମତା ରଖିଥିବାରୁ ଏହା ଏକ ଲୋକପ୍ରିୟ ଉଦ୍ୟାନ ଗୁଳ୍ମ ଭାବରେ ପରିଚିତ ହୋଇ ପାରିଛି । ଏହା ପିଲାମାନଙ୍କର ଅତି ପ୍ରିୟ ଓ ସ୍କୁଲରେ ପିଲାମାନେ ଏହାକୁ ନିଜ ବହି ଭିତରେ ରଖିଥାନ୍ତି ଓ କିଛି ଦିନ ପରେ ଏଥିରୁ ଚେର ବାହାରିବାର ଦେଖି ଆଶ୍ଚର୍ଯ୍ୟ ହୋଇଥାନ୍ତି । ବିଖ୍ୟାତ ଲେଖକ ଜୋହାନ ୱଲ୍ଫଗ୍ୟାଙ୍କ ଭନ ଗୋଏଥେ ଏହାକୁ ଏତେ ଭଲ ପାଉଥିଲେ ଯେ ଏହାର ଚାରାକୁ ନିଜ ବନ୍ଧୁମାନଙ୍କୁ ଉପହାର ଦେଉଥିଲେ । ଏହି ଗଛ ବିଷୟରେ ସେ ନିଜର ପ୍ରବନ୍ଧ Geschichte meiner botanischen Studien ("ମୋର ଉଦ୍ଭିଦୀୟ ଅନ୍ୱେଷଣର ଇତିହାସ")ରେ ଉଲ୍ଲେଖ କରିଛନ୍ତି ।

ଅନ୍ୟ କେତେକ ନାମ[ସମ୍ପାଦନା]

  • Air Plant,
  • Life Plant,
  • Miracle Leaf,
  • Goethe Plant and
  • Katakataka (ଫିଲିପାଇନସ)
  • Wonder of the World
  • ଫଥରଚଟା (ଫଥରଚାଟା) (ହିନ୍ଦୀ)

ଔଷଧୀୟ ଓ ବିଷାକ୍ତ ଗୁଣ[ସମ୍ପାଦନା]

ଏଥିଲେ ବଫାଡିଏନୋଲାଇଡ (bufadienolide )ଓ କାର୍ଡିଆକ ଗ୍ଲାଇକୋସାଇଡସ (cardiac glycosides) ରହିଥିବାର ଜଣାଯାଏ । [୬] ବିଶେଷ କରି ଘାସ ଖାଉଥିବା ପ୍ରାଣୀମାନଙ୍କ ଭିତରେ ଏହା ହୃତପିଣ୍ଡକୁ ବିଷାକ୍ତ କରି ଦେଇପାରେ । [୭][୮]

ବିଭିନ୍ନ ପ୍ରକାର କ୍ଷତ, ଗଣ୍ଠି ବାତ ଓ ଫୁଲା ଦରଜରେ ଏହାର ପ୍ରୟୋଗ ହୋଇଥାଏ ।[ଆଧାର ଲୋଡ଼ା] ଟ୍ରିନିଡାଡରେ ଅମର ପୋଇ ଉଚ୍ଚରକ୍ତଚାପର ପାରମ୍ପରିକ ଔଷଧୀ ରୂପେ ବ୍ୟବହାର କରାଯାଏ । [୯] ଭାରତରେ ବୃକକର ପଥର (kidney stones) ଦୂର କରିବା ପାଇଁ ଏହାର ବ୍ୟବହାର ହେଉଥିବାରୁ ଏହାକୁ ଫଥର ଚଟା ବା ପାନ ଫୁଟି ବୋଲି ମଧ୍ୟ କୁହାଯାଏ ।[ଆଧାର ଲୋଡ଼ା]

ଏଥିରେ ଥିବା ବ୍ରାଇଓଫିଲିନ ‘ଏ’ (bryophillin A) ତତ୍ତ୍ୱ ଶରୀରରେ ଆବୁ (tumor)ର ପ୍ରତିଷେଧକ ରୂପେ କାମ କରିଥାଏ । [୧୦] ଏଥିରେ ଥିବା ବ୍ରାଇଓଫିଲିନ ‘ସି’ର କୀଟନାଶକ ଗୁଣ ମଧ୍ୟ ରହିଛି। [୧୧]

ଆଧାର[ସମ୍ପାଦନା]

  1. "Kalanchoe pinnata (Lam.) Pers". USDA GRIN Taxonomy for Plants. Retrieved 2007-10-01.
  2. "Kalanchoe pinnata". Hawaii's Most Invasive Horticultural Plants. Retrieved 2007-10-01.
  3. "Katakataka". Philippine Medicinal Plants. Retrieved 2008-11-20.
  4. "Kataka-taka". Filipino Herbs Healing Wonders. Archived from the original on 2008-10-17. Retrieved 2008-11-20.
  5. "Katakataka". Tagalog English Dictionary. Archived from the original on 2010-10-28. Retrieved 2008-11-20.
  6. Steyn, Pieter S; van Heerden, Fanie R. (1998). "Bufadienolides of plant and animal origin". Natural Product Reports. Royal Society of Chemistry. Retrieved 2007-09-19.
  7. McKenzie RA; Dunster PJ (1986). "Hearts and flowers: Bryophyllum poisoning of cattle". Aust. Vet. J. 63 (7): 222–7. doi:10.1111/j.1751-0813.1986.tb03000.x. PMID 3778371. {{cite journal}}: Unknown parameter |author-separator= ignored (help); Unknown parameter |month= ignored (help)
  8. McKenzie RA; Franke FP; Dunster PJ (1987). "The toxicity to cattle and bufadienolide content of six Bryophyllum species". Aust. Vet. J. 64 (10): 298–301. doi:10.1111/j.1751-0813.1987.tb07330.x. PMID 3439945. {{cite journal}}: Unknown parameter |author-separator= ignored (help); Unknown parameter |month= ignored (help)
  9. Lans CA (2006). "Ethnomedicines used in Trinidad and Tobago for urinary problems and diabetes mellitus". J Ethnobiol Ethnomed. 2: 45. doi:10.1186/1746-4269-2-45. PMC 1624823. PMID 17040567.{{cite journal}}: CS1 maint: unflagged free DOI (link)
  10. Supratman U; Fujita T; Akiyama K; et al. (2001). "Anti-tumor promoting activity of bufadienolides from Kalanchoe pinnata and K. daigremontiana x tubiflora" (PDF). Biosci. Biotechnol. Biochem. 65 (4): 947–9. doi:10.1271/bbb.65.947. PMID 11388478. {{cite journal}}: Unknown parameter |author-separator= ignored (help); Unknown parameter |month= ignored (help)[permanent dead link]
  11. Supratman U; Fujita T; Akiyama K; Hayashi H (2000). "New insecticidal bufadienolide, bryophyllin C, from Kalanchoe pinnata" (PDF). Biosci. Biotechnol. Biochem. 64 (6): 1310–2. doi:10.1271/bbb.64.1310. PMID 10923811. {{cite journal}}: Unknown parameter |author-separator= ignored (help); Unknown parameter |month= ignored (help)[permanent dead link]

ବାହାର ଆଧାର[ସମ୍ପାଦନା]

Arvigo, R. (2001). Rainforest Home Remedies: The Maya Way to Heal Your Body and Replenish Your Soul. New York: Harper Collins. pp. 48–49, 114–15. ISBN 0-06-251637-X.