Jump to content

ଅଭ୍ୟା ହିରଣମୟୀ

ଉଇକିପିଡ଼ିଆ‌ରୁ
ଅଭ୍ୟା ହିରଣମୟୀ
Background information
ଜନ୍ମ (1989-05-24) ୨୪ ମଇ ୧୯୮୯ (ବୟସ ୩୭)
ଥିରୁଅନନ୍ତପୁରମ, ଭାରତ
ପେଷାପ୍ରଚ୍ଛଦପଟ ଗାୟିକା
କାର୍ଯ୍ୟକାଳ୨୦୧୪–ଏବେଯାଏଁ

ଅଭ୍ୟା ହିରଣମୟୀ (ଜନ୍ମ: ୨୪ ମଇ ୧୯୮୯) ଜଣେ ଭାରତୀୟ ପ୍ରଚ୍ଛଦପଟ ଗାୟିକା । ସେ ତେଲୁଗୁ ଓ ମାଲାୟଲମ ଭାଷାର କଥାଚିତ୍ର ପାଇଁ ଗୀତ ଗାଇଛନ୍ତି ।[୧]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

[ସମ୍ପାଦନା]

ଅଭ୍ୟା ୧୯୮୯ ମସିହାର ମଇ ୨୪ ତାରିଖରେ ଥିରୁଅନନ୍ତପୁରମଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାଆ ଲତିକା ଦେବୀ ଜଣେ ସଙ୍ଗୀତ ଅଧ୍ୟାପକ, ଯାହାଙ୍କଠାରୁ ସେ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ । ତାଙ୍କ ବାପା ଜି. ମୋହନ ଦୂରଦର୍ଶନ କେନ୍ଦ୍ରର ଜଣେ କାର୍ଯ୍ୟକ୍ରମ ପ୍ରଯୋଜକ ।[୧]

ସେ ଥିରୁଅନନ୍ତପୁରମଠାରେ ଥିବା କାରମେଲ୍ ସ୍କୁଲରେ ପଢ଼ୁଥିଲେ ଏବଂ ସଙ୍ଗୀତ ପାଇଁ ସେ ପାଠପଢ଼ା ଛାଡ଼ିବା ପୂର୍ବରୁ ଇଞ୍ଜିନିୟରିଂ ଶିକ୍ଷାଗ୍ରହଣ କରୁଥିଲେ ।

ଜୁଲାଇ ୨୦୧୮ ମସିହାରେ, ସଙ୍ଗୀତକାର ଗୋପି ସୁନ୍ଦର ଉଭୟଙ୍କର ୯ ବର୍ଷର ସମ୍ପର୍କ ବିଷୟରେ ଜଣାଇଥିଲେ ।[୨] ମଇ ୨୦୨୨ରେ ଗୋପି ଅନ୍ୟ ଜଣେ କଣ୍ଠଶିଳ୍ପୀ ଅମୃତା ସୁରେଶଙ୍କ ସହିତ ନିଜର ସମ୍ପର୍କ ବିଷୟରେ ଜଣାଇବା ସହିତ ଆଭାଙ୍କ ସହ ସମ୍ପର୍କ ବିଚ୍ଛେଦ ବିଷୟରେ ସୂଚନା ଦେଇଥିଲେ ।

୨୦୧୪ ମସିହାରେ ସେ ମାଲାୟଲମ କଥାଚିତ୍ରରେ ଗୀତ ଗାଇବା ଆରମ୍ଭ କରିଥିଲେ ।[୩][୪][୫]

ଗୀତ ତାଲିକା

[ସମ୍ପାଦନା]
ବର୍ଷକଥାଚିତ୍ରଗୀତସଙ୍ଗୀତକାରଆଧାର
୨୦୧୪ନାକୁ ପେଣ୍ଟା ନାକୁ ଟାକାନାକୁ ପେଣ୍ଟା ନାକୁ ଟାକାଗୋପି ସୁନ୍ଦର[୬]
୨୦୧୫ବିଶ୍ୱାସମ୍, ଆଥାଲେ ଏଲ୍ଲାମ୍ନୋ ଫୁଲାକ୍କିଙ୍ଗ୍ଗୋପି ସୁନ୍ଦର[୬]
ମଲ୍ଲୀ ମଲ୍ଲୀ ଇଦି ରାଣୀ ରୋଜୁଛୋଟି ଜିନାଗିଗୋପି ସୁନ୍ଦର[୭]
ଟୁ କଣ୍ଟ୍ରିଜ୍ଥାନ୍ନେ ଥାନ୍ନେଗୋପି ସୁନ୍ଦର[୬]
ଜେମ୍‌ସ୍ ଆଣ୍ଡ୍ ଆଲାଇସ୍ମଜାହେ ମଜାହେଗୋପି ସୁନ୍ଦର[୬]
୨୦୧୭ସତ୍ୟାନିଜାନ ନିନ୍ନେ ଥେଦିବରୁମ୍ଗୋପି ସୁନ୍ଦର[୬]
ଗୁଡାଲୋଚନାକୋୟିକୋଡ଼େ ଗୀତଗୋପି ସୁନ୍ଦର[୬]
ଟୁ କଣ୍ଟ୍ରିଜ୍ଚେଲିଯା ଚେଲିୟା ବିଡିପୋକେ କଲାଲାଗୋପି ସୁନ୍ଦର
୨୦୨୦ ଜୋଶୁଆ କୋଣ୍ଡା କୋଣ୍ଡା କୋଣ୍ଡାଟ୍ଟମ୍ ଗୋପି ସୁନ୍ଦର [୮]

ଦୂରଦର୍ଶନ

[ସମ୍ପାଦନା]
  • ଥରାଥିନୋପ୍ପମ୍ (ଉପସ୍ଥାପିକା)
  • ପରାୟମ୍ ନେଦମ୍ (ଅଂଶଗ୍ରହକାରୀ)

ଅଭିନୟ

[ସମ୍ପାଦନା]
  • ୨୦୨୨: ଲଳିତମ୍ ସୁନ୍ଦରମ୍ (ରିଆଲିଟି ଶୋ' ଜଜ୍)
  1. 1 2 Sathyendran, Nita (23 June 2016). "Notes of a Bohemian kind". The Hindu (in Indian English). ISSN 0971-751X. Retrieved 2 November 2017.
  2. ↑ "Singer Abhaya Hiranmayi in a live-in relationship with Gopi Sundar". Mathrubhumi. 14 February 2019. Archived from the original on 18 February 2019. Retrieved 18 February 2019.
  3. ↑ "Naku Penta Naku Taka music review - Times of India". The Times of India. Retrieved 2 November 2017.
  4. ↑ "Magic behind Koikode song". Deccan Chronicle (in ଇଂରାଜୀ). 8 November 2017. Retrieved 26 December 2017.
  5. ↑ James, Anu. "Asiavision Movie Awards 2017: Deepika Padukone, Dulquer Salmaan, Manju Warrier, Tovino Thomas grace event [PHOTOS]". International Business Times, India Edition (in ଇଂରାଜୀ). Retrieved 24 February 2018.
  6. 1 2 3 4 5 6 "List of Malayalam Songs by Singers Abhaya Hiranmayi". en.msidb.org. Archived from the original on 7 November 2017. Retrieved 2 November 2017.
  7. ↑ "Music Review: Malli Malli Idhi Rani Roju - Times of India". The Times of India. Retrieved 2 November 2017.
  8. ↑ 2 Countries (Original Motion Picture Soundtrack) - EP by Gopi Sundar on Apple Music (in ବ୍ରିଟିଶ୍‌ ଇଂରାଜୀ), 13 December 2017, retrieved 16 December 2017

ବାହାର ଆଧାର

[ସମ୍ପାଦନା]