ଅଭିନନ୍ଦନ ବର୍ଦ୍ଧମାନ
ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ | |
---|---|
ଜନ୍ମ | ୨୧ ଜୁନ ୧୯୮୩ |
ନିଯୁକ୍ତିଦାତା | ଭାରତ |
ସେବା/ | ଭାରତୀୟ ବାୟୁସେନା |
ପଦବୀ | Wing Commander |
ସେବା ସଂଖ୍ୟା | 27981 |
ସଂଘର୍ଷ/ଯୁଦ୍ଧ | ୨୦୧୯ ଭାରତ-ପାକିସ୍ତାନ ତିକ୍ତତା |
ଅଭିନନ୍ଦନ ବର୍ଦ୍ଧମାନ (ଜନ୍ମ: ୨୧ ଜୁନ ୧୯୮୩) ଭାରତୀୟ ବାୟୁସେନାର ଜଣେ ୱିଙ୍ଗ କମାଣ୍ଡର ଯିଏ କି ମିଗ-୨୧ ବାଇଶନ ବିମାନର ପାଇଲଟ ଅଟନ୍ତି ।[୧][୨] ସେ ୨୦୧୯ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ତିକ୍ତତା ମଧ୍ୟରେ ଯୁଧ୍ୟବନ୍ଦୀ ହୋଇ ପାକିସ୍ତାନରେ ଦୁଇ ଦିନ ଥିଲେ ।
ପ୍ରାରମ୍ଭିକ ଜୀବନ ଏବଂ ପେଶା
[ସମ୍ପାଦନା]ଅଭିନନ୍ଦନ ୨୧ ଜୁନ ୧୯୮୩ ମସିହାରେ ଏୟାର ମାର୍ଶାଲ ସିଂହାକୁଟ୍ଟୀ ବର୍ଦ୍ଧମାନଙ୍କ ପରିବାରରେ ତାମିଲନାଡ଼ୁ, ଭାରତରେ ଜନ୍ମ ଗ୍ରହଣ କରିଥିଲେ ।[୩] ତାଙ୍କର ବୋଉ ଜଣେ ଡାକ୍ତର ଅଟନ୍ତି ।[୩] ସେ ଜଣେ ଲଢ଼ାକୁ ପାଇଲଟ ଭାବରେ ୨୦୦୪ ମସିହାରେ ଭାରତୀୟ ବାୟୁସେନାରେ ନିଯୁକ୍ତି ପାଇଥିଲେ ।[୩]
ଅଭିନନ୍ଦନ ୨୭ ଫେବୃୟାରୀ ୨୦୧୯ ମସିହାରେ ନିଜର ମିଗ-୨୧ ବିମାନରେ ଗୋଟିଏ ପାକିସ୍ତାନୀ ଏଫ-୧୬ ବିମାନର ପିଛା କରି ଗୁଳି କରି ଖସାଇଦେଇଥିଲେ ।[୪] ମାତ୍ର ଏହି ଆକାଶୀୟ ଗୋଡ଼ାଗୋଡ଼ିରେ ସେ ପାକିସ୍ତାନର ଆକାଶ ସୀମା(ପାକିସ୍ତାନ ଅଧିକୃତ କାଶ୍ମୀର) ମଧ୍ୟକୁ ପ୍ରବେଶ କରିଯାଇଥିଲେ । ଯେଉଁଠାରେ ତାଙ୍କର ବିମାନକୁ ପାକିସ୍ତାନୀ ବାୟୁସେନା ଗୁଳିକରି ଖସାଇଦେଇଥିଲେ । ପରେ ଭାରତୀୟ ବିଦେଶ ମନ୍ତ୍ରାଳୟ ଜଣେ ଭାରତୀୟ ପାଇଲଟ ନିଖୋଜ ଥିବା ଘୋଷଣା କରିଥିଲେ । ପାକିସ୍ତାନରେ ତାଙ୍କୁ ଯୁଦ୍ଧବନ୍ଦୀ ଭାବରେ ଦୁଇ ଦିନ ରଖାଯାଇଥିଲା ।[୫]
ସ୍ୱଦେଶ ପ୍ରତ୍ୟାବର୍ତ୍ତନ
[ସମ୍ପାଦନା]୨୮ ଫେବୃୟାରୀ ୨୦୧୯ ମସିହାରେ ପାକିସ୍ତାନ ସରକାର ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନା ପାଇଁ ଅଭିନନ୍ଦନଙ୍କୁ ଏହାର ପରଦିନ ଅର୍ଥାତ ମଇ ପହିଲାରେ ଭାରତକୁ ହସ୍ତାନ୍ତର କରିବେ ବୋଲି ଘୋଷଣା କରିଥିଲେ ।[୬][୭]
ମଇ ପହିଲାରେ ୱାଘା ସୀମାରେ ସନ୍ଧ୍ୟା ୯ଟା ବାଜି ୨୨ ମିନିଟରେ ଅଭିନନ୍ଦନ ପୁନର୍ବାର ଭାରତରେ ପ୍ରବେଶ କରିଥିଲେ ।[୮]
ଆହୁରି ପଢ଼ନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Dawn.com (28 February 2019). "2 Indian aircraft violating Pakistani airspace shot down; 2 pilots arrested". DAWN.COM. Retrieved 28 February 2019.
- ↑ "Saved From Pakistani Mob, Downed Indian Pilot Becomes Face of Kashmir Crisis". The New York Times. February 27, 2019.
- ↑ ୩.୦ ୩.୧ ୩.୨ "Pilot Abhinandan Profile, Family, All you need to know about IAF Wing Commander Abhinandan Varthaman". www.timesnownews.com.
- ↑ Pubby, Manu (28 February 2019). "Abhinandan Varthaman's MiG21 locked in Pakistan's F16". The Economic Times. Retrieved 2019-03-01 – via The Economic Times.
- ↑ "India-Pak Tensions LIVE: IAF Wing Commander Missing After MiG-21 Crash, Pakistan Claims He is in Their Custody, Says Govt". News18. 27 February 2019. Retrieved 28 February 2019.
- ↑ Shah, Saeed (February 28, 2019). "Pakistan to Release Captured Indian Pilot, Easing Tensions". The Wall Street Journal.
- ↑ Sharma, Swati (1 March 2019). "Every Indian Is Proud Of IAF Pilot Abhinandan Varthaman, Says PM Modi". NDTV. NDTV. Retrieved 1 March 2019.
- ↑ Bureau, Samaja Live. "ସ୍ୱଦେଶ ଫେରିଲେ ବୀରତ୍ୱର ପ୍ରତୀକ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ | Samaja Live" (in ଆମେରିକୀୟ ଇଂରାଜୀ). Retrieved 2019-03-01.