ଅବିଦା ପରବୀନ

ଉଇକିପିଡ଼ିଆ‌ରୁ
Queen of Sufi Music

ଅବିଦା ପରବୀନ

Abida Parveen in 2016
ଜନ୍ମ (1954-02-20) ୨୦ ଫେବୃଆରୀ ୧୯୫୪ (ବୟସ ୭୦)
Larkana, Sindh, Pakistan
ଅନ୍ୟ ନାମLiving legend of Pakistan Queen of Sufi music[୧]
ବୃତ୍ତିସମୂହ
  • Singer
  • Musician
  • Entrepreneur
  • Composer
Musical career
ଜନ୍ମସ୍ଥାନPakistan
ଶୈଳୀ
ବାଦ୍ୟଯନ୍ତ୍ର
  • Vocals
  • harmonium
  • percussions
କାର୍ଯ୍ୟକାଳ1973–present
ଲେବଲCoke studio, PTV, etc
ଅନ୍ୟ ଅଂଶଗ୍ରହଣCoke Studio,
Jahan-e-Khusrau,
Bulleh Shah, Mobilink, Telenor, Alfllah, Pakistan Television Corporation
ୱେବସାଇଟabidaparveen.com.pk

ଅବିଦା ପରବୀନ (Sindhi: عابده پروين; ଜନ୍ମ ୨୦ ଫେବ୍ରୁଆରୀ ୧୯୫୪ ମସିହା)[୨] ଜଣେ ପାକିସ୍ଥାନୀ ଗାୟିକା, ରଚୟିତା ଓ ସୁଫି ସଙ୍ଗୀତର ସଙ୍ଗୀତକାର ଥିଲେ । [୩] ତାଙ୍କର ଗାଇବା ଓ ସଙ୍ଗୀତ ଯୋଗୁ ସେ ଅନେକ ପ୍ରଶଂସା ପାଇଥିଲେ ଓ ତାଙ୍କୁ 'ସୁଫି ସଙ୍ଗୀତର ରାଣୀ' କୁହାଯାଉଥିଲା ।

ସେ ଲାରକାନାରେ ଜନ୍ମ ହୋଇ ସିନ୍ଧି ସୁଫି ପରିବାରରେ ବଢ଼ିଥିଲେ, ତାଙ୍କର ପିତା ବିଖ୍ୟାତ ଗାୟକ ଓ ସଙ୍ଗୀତ ଶିକ୍ଷକ ଉସ୍ତାଦ ଗୁଲାମ ହାଇଦର ତାଙ୍କୁ ସଙ୍ଗୀତ ପ୍ରଶିକ୍ଷଣ ଦେଇଥିଲେ । ଅବିଦା ପମ୍ପ ଅର୍ଗାନ, କି ବୋର୍ଡ଼ ଓ ସିତାର ବାଦ୍ୟମାନ ବଜଉଥିଲେ । ୧୯୭୦ ଦଶକର ଆରମ୍ଭରେ ସେ ତାଙ୍କ କଳା ପ୍ରଦର୍ଶନ ଦେଖେଇବା ଆରମ୍ଭ କରି ୧୯୯୦ ମସିହାର ବେଳକୁ ପୃଥିବୀରେ ବିଖ୍ୟାତ ହୋଇଗଲେ । ୧୯୯୩ ମସିହାରୁ ଆରମ୍ଭ କରି ସେ ବିଭିନ୍ନ ଦେଶମାନଙ୍କରେ ଭ୍ରମଣ କରିଥିଲେ ଓ ବୁଏନୋ ପାର୍କ, କାଲିଫର୍ଣ୍ଣିଆରେ ପ୍ରଥମ ପ୍ରଦର୍ଶନ କରିଥିଲେ ।[୪] ଅନେକ ଚର୍ଚ୍ଚରେ ମଧ୍ୟ ସେ ପ୍ରଦର୍ଶନ କରିଥିଲେ । ପାକିସ୍ଥାନର ଜନପ୍ରିୟ ସଙ୍ଗୀତ ସୋ କୋକ ଷ୍ଟୁଡିଓରେ ଅଂଶ ଗ୍ରହଣ କରିଥିଲେ ଓ ପାନ-ସାଉଥ ଏସିଆର ସୁର କ୍ଷେତ୍ର (Sur Kshetra) ପ୍ରଦର୍ଶନରେ ଜଣେ ଜ‌ଜ୍ ଥିଲେ[୫] ଯେଉଁଥିରେ ରୁନା ଲଇଲାଆଶା ଭୋସଲେ ମଧ୍ୟ ବିଚାରପତି ଥିଲେ ଓ ଏହାକୁ ଆୟେଶା ତକିଆ ପରିଚାଳନା କରିଥିଲେ । ସେ ଭାରତ ଓ ପାକିସ୍ଥାନର ଆନେକ ରିଏଲିଟି ସୋରେ ଭାଗନେଇଥିଲେ ଯେପରିକି ପାକିସ୍ଥାନ ଆଇଡଲ, ଛୋଟେ ଉସ୍ତାଦ ଓ ଭାରତର ଷ୍ଟାର ଭଏସ । ସେ ପାଞ୍ଚ ଶହ ପ୍ରଭାବଶାଳୀ ମୁସଲମାନ ମହିଳାଙ୍କ ମଧ୍ୟରୁ ଜଣେ ଥିଲେ ଯିଏ ଦର୍ଶକମାନଙ୍କ ମଧରେ ପାଗଳପଣ ସୃଷ୍ଟି କରିବାକୁ ସକ୍ଷମ ଥିଲେ । ସେ ଜଣେ ପୃଥିବୀ ବ୍ୟାପୀ ରହସ୍ୟମୟ ସୁଫି ରାଷ୍ଟ୍ରଦୂତ ଥିଲେ । ବିଗର କିଛି ବର୍ଷ ଧରି ସେ ଅତିଫ ଅସଲାମଙ୍କ ସାଥିରେ ମିଶି ପେପସି ବ୍ୟବସାୟରେ ଗୀତ ଗାଉଛନ୍ତି ।

ନିୟମିତ ଭାବରେ ଅବିଦାଙ୍କୁ ପୃଥିବୀର ସର୍ବଶ୍ରେଷ୍ଠ ରହସ୍ୟମୟ ଗାୟିକାମାନଙ୍କ ମଧ୍ୟରେ ଜଣେ ବୋଲି ସୁନାମ ଥିଲା ।[୬] ସେ ମୁଖ୍ୟତଃ ଗଜଲ, ଠୁମରି, ଖୟାଲ, କବାଲି,ରାଗ, ସୁଫି ରକ୍, କ୍ଲାସିକାଲ, ସେମିକ୍ଲାସିକାଲ ସଙ୍ଗୀତ ସ‌ହିତ ତାଙ୍କର ସ୍ୱତନ୍ତ୍ର କାଜିଲ ଶୈଳୀ ଥିଲା ଯେଉଁଥିରେ ହାରମିନିୟନ ଓ ତବଲା ବ୍ୟବ‌ହାର କରି ସୁଫି କବିମାନଙ୍କ ଗୀତ ଗାଉଥିଲେ ।[୭] ଉର୍ଦ୍ଦୁ ଭାଷା, ସିନ୍ଧି, ସରାଇକି, ପଞ୍ଜାବୀ ଭାଷା, ଆରବୀ ଓ ପର୍ସିଆ ଭାଷାରେ ଅବିଦା ଗାଇପାରୁଥିଲେ ।[୮][୯][୧୦] ଅବିଦା ନେପାଳର କାଠମାଣ୍ଡୁରେ ୨୦୧୭ ମସିହାରେ ନେପାଳୀ ଭାଷାରେ "ଉକାଲି ଓରାଲି ହାରୁମା" ନାମକ ଏକ ଗୀତ ଗାଇଥିଲେ ଯାହା ପ୍ରଥମେ ନେପାଳୀ ଗାୟିକା ତାରା ଦେବୀ ଗାଇଥିଲେ । ତାଙ୍କୁ ସାର୍କର (SAARC) ଶାନ୍ତି ରାଷ୍ଟ୍ରଦୂତ କୁହାଯାଉଥିଲା ।

ଅବିଦା ଆବେଗ‌ହୀନ, ଉଚ୍ଚ ସ୍ୱରରେ ବୁଲ୍ଲେହ ଶାହଙ୍କ କବିତା "ୟାର କୋ ହମନେ" ଗୀତ ଗାଇବା ପାଇଁ ବିଖ୍ୟାତ ଥିଲେ ।[୧୧] ୨୦୧୨ ମସିହାର ତାଙ୍କୁ ପାକିସ୍ଥାନର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ "ନିଶାନ-ଏ-ଇମିତିଆଜ" ଦିଆଯାଇଥିଲା[୧୨] ଓ ୨୦୨୧ ମସିହାରେ ପାକିସ୍ଥାନର ପ୍ରେସିଡେଣ୍ଟ ତାଙ୍କୁ "ହିଲାଲ-ଏ-ଇମତିଆଜ" ସର୍ବୋଚ୍ଚ ସମ୍ମାନ ଦେଇଥିଲେ ।[୧୩]

ଆଧାର[ସମ୍ପାଦନା]

  1. "Abida Parveen, the Queen of Sufi music talks to Saima Ajram about her career, her childhood and her thoughts on the month of Ramadhan". BBC RADIO ASIAN NETWORK. 14 July 2013. Retrieved 9 November 2018.
  2. Iqbal, Nosheen (8 July 2013). "Abida Parveen: 'I'm not a man or a woman, I'm a vehicle for passion'". The Guardian (newspaper). Retrieved 9 November 2018.
  3. "You can't listen to them if you can't afford them…". The Express Tribune. 14 July 2017. Retrieved 13 September 2019.
  4. EPSTEIN, BENJAMIN (18 September 1993). "Cleansing Soul Singer Has Purification Motives : Music: Abida Parveen of Pakistan tries to spread a message of love and induce a state of spiritual ecstasy with her Sufi mystic songs". Los Angeles Times. ISSN 0458-3035. Retrieved 9 November 2018.
  5. Images Staff (8 August 2016). "Amjad Sabri, Rahat Fateh, Abida Parveen kick-start Coke Studio 9 with an emotional tribute". Pakistan: Dawn. Retrieved 9 November 2018.
  6. Madhumita Dutta (2008). Let's Know Music and Musical Instruments of India. p. 56. ISBN 9781905863297.
  7. Culshaw, Peter (14 September 2001). "Singer with the knock-out effect". The Telegraph. Retrieved 31 January 2021.
  8. Neil Strauss (15 October 1996). "Ecstasy In Songs Of the Sufi". The New York Times. Retrieved 9 November 2018.
  9. Mary Talbot (11 October 1996). "MYSTICAL SINGER'S MUSIC IS THE MESSAGE". Daily News. Archived from the original on 5 April 2010. Retrieved 24 March 2021.
  10. Abida Parveen World music: the basics, by Richard Nidel. Routledge, 2005. ISBN 0-415-96800-3. p.247.
  11. Anna S. King, J. L. Brockington (2005). The Intimate Other: Love Divine in Indic Religions. Orient Blackswan. p. 358. ISBN 9788125028017.
  12. "Abida Parveen's Hilal-i-Imtiaz Award (2012)". The Express Tribune (newspaper). Retrieved 9 November 2018.
  13. "Abida Parveen, Faisal Edhi among 88 conferred civil awards by President Alvi". Dawn (in ଇଂରାଜୀ). 23 March 2021. Retrieved 24 March 2021.