Jump to content

ଅବଧିପାର ଗର୍ଭାବସ୍ଥା

ଉଇକିପିଡ଼ିଆ‌ରୁ
Postterm pregnancy
Postmaturity, prolonged,[] post-dates,[] postmature pregnancy or birth
A pregnant abdomen
ବିଭାଗObstetrics
ଲକ୍ଷଣBaby with dry or yellowish skin, little fat, and greater hair on their head[]
କାରଣUnknown[]
ବିପଦ କାରକFirst pregnancy, obesity, older age of the mother, genetics[]
ରୋଗ ନିର୍ଣ୍ଣୟ ପଦ୍ଧତିBased on gestational age of at least 42 weeks[]
ସଠିକ ରୋଗ ନିର୍ଣ୍ଣୟInaccurate dates[]
ଚିକିତ୍ସାLabor induction, C-section[]
ପୁନଃପୌନିକ7% of pregnancies[]

ଅବଧିପାର ଗର୍ଭାବସ୍ଥା କୁହାଯାଏ ଯେତେବେଳେ ଜଣେ ମହିଳା ଗର୍ଭଧାରଣର ୪୨ ସପ୍ତାହ ସମ୍ପୁର୍ଣ୍ଣ ହେବା ପରେ ମଧ୍ୟ ପ୍ରସବ କରିନଥାଆନ୍ତି ।[] ଜନ୍ମ ସମୟରେ ଶିଶୁର ଶୁଷ୍କ କିମ୍ବା ହଳଦିଆ ଚର୍ମ, ଅଳ୍ପ ଚର୍ବି ଏବଂ ସେମାନଙ୍କ ମୁଣ୍ଡରେ ଅଧିକ କେଶ ଥାଇପାରେ ।[] ଶିଶୁ ପାଇଁ ଜଟିଳତା ମଧ୍ୟରେ ମେକୋନିଅମ ଆସ୍ପିରେସନ୍ ସିଣ୍ଡ୍ରୋମ, ଅସ୍ୱାଭାବିକ ବୃଦ୍ଧି ଏବଂ ମୃତ ପ୍ରସବ ଅନ୍ତର୍ଭୁକ୍ତ ହୋଇପାରେ ।[] [] ମା ପାଇଁ ଜଟିଳତା ମଧ୍ୟରେ ପ୍ରସବ ପରେ ରକ୍ତସ୍ରାବ ଏବଂ ସିବନାଞ୍ଚଳରେ (ପେରିନିଅମ)ରେ ଆଘାତ ହୋଇପାରେ । []

ଏହାର କାରଣ ସାଧାରଣତଃ ଅଜ୍ଞାତ ଅଛି ।[] ବିପଦ କାରକଗୁଡ଼ିକ ମଧ୍ୟରେ ପ୍ରଥମ ଗର୍ଭଧାରଣ, ମୋଟାପଣ, ମା’ର ଅଧକ ବୟସ ଏବଂ ଜେନେଟିକ୍ସ ଅନ୍ତର୍ଭୁକ୍ତ ହୋଇପାରେ ।[] ଶେଷ ଋତୁସ୍ରାବର ପ୍ରଥମ ଦିନରୁ ଗଣନା କରି କିମ୍ବା ଅଲଟ୍ରାସାଉଣ୍ଡଦ୍ୱାରା ଗର୍ଭଧାରଣ ବୟସ ନିର୍ଣ୍ଣୟ କରାଯାଏ। [] ୪୧ ସପ୍ତାହ ବା ତା' ପରେ ଗର୍ଭଧାରଣ ସମୟ ହୋଇଥିଲେ ବିଳମ୍ବ ଗର୍ଭଧାରଣ କୁହାଯାଏ ।[]

ସୁପାରିଶ କରାଯାଇଥିବା ପରିଚାଳନା ମଧ୍ୟରେ ପ୍ରସବ ପ୍ରରୋଚନା କରାଯାଏ ଯାହା ୪୧ ସପ୍ତାହ ଗର୍ଭଧାରଣ ସମୟରୁ ଗଣନା କରାଯାଏ । [] ଯଦି ୪୧ ସପ୍ତାହରେ ପ୍ରରୋଚନା କରାନ‌ଯାଏ ତେବେ ସପ୍ତାହକୁ ୨ ଥର ଶିଶୁର ଅବସ୍ଥା ପରୀକ୍ଷା କରାଯାଏ ।[] ଯଦି ଭ୍ରୁଣର ହୃତ୍‌ସ୍ପନ୍ଦନ ସଠିକ ନଥାଏ କିମ୍ବା କମ୍ ଉଲ୍ୱଜଳ ( (ଆମନିଓଟିକ୍ ଫ୍ଲୁଇଡ୍) ଥାଏ ତେବେ ତ୍ୱରାନ୍ୱିତ ପ୍ରସବ ଜରୁରୀ ହୁଏ । [] ସିଜରିଆନ ସେକସନ ସାହାଯ୍ୟରେ ତ୍ୱରାନ୍ୱିତ କରାଯାଏ ।[] ସମୁଦାୟ ଗର୍ଭଧାରଣର ପ୍ରାୟ ୭% ଗର୍ଭଧାରଣରେ ଏହି ଅବସ୍ଥା ହୋଇପାରେ ପରେ ହୁଏ; ଯଦିଓ କେତେକ କ୍ଷେତ୍ରରେ ଯାହା କମ୍ ସାଧାରଣ ଅଟେ, ସାଧାରଣତଃ ସମୟ ପୂର୍ବରୁ ପ୍ରରୋଚନା କରାଯାଏ ।[]


  1. 1 2 3 4 Galal, M; Symonds, I; Murray, H; Petraglia, F; Smith, R (2012). "Postterm pregnancy". Facts, views & vision in ObGyn. 4 (3): 175–87. PMID 24753906.
  2. 1 2 3 4 5 6 7 8 9 10 11 12 "Postterm Pregnancy - Gynecology and Obstetrics". Merck Manuals Professional Edition. Archived from the original on 22 February 2024. Retrieved 20 February 2024."Postterm Pregnancy - Gynecology and Obstetrics". Merck Manuals Professional Edition. Archived from the original on 22 February 2024. Retrieved 20 February 2024. Archived 22 February 2024 at the Wayback Machine.
  3. 1 2 3 4 5 6 Wang, M; Fontaine, P (1 August 2014). "Common questions about late-term and postterm pregnancy". American family physician. 90 (3): 160–5. PMID 25077721.
  4. Muglu, J; Rather, H; Arroyo-Manzano, D; Bhattacharya, S; Balchin, I; Khalil, A; Thilaganathan, B; Khan, KS; Zamora, J (July 2019). "Risks of stillbirth and neonatal death with advancing gestation at term: A systematic review and meta-analysis of cohort studies of 15 million pregnancies". PLOS Medicine. 16 (7): e1002838. doi:10.1371/journal.pmed.1002838. PMC 6605635. PMID 31265456.