ଅନ୍ତର୍ବଦ୍ଧିତ ନ‌ଖ

ଉଇକିପିଡ଼ିଆ‌ରୁ
Ingrown nail
Unguis incarnatus, onychocryptosis, ingrown toenail[୧]
An ingrown toenail on the large toe of the right foot
ବିଭାଗEmergency medicine
ଲକ୍ଷଣPain, swelling, redness[୨]
କାରଣImproper cutting of the nails[୨]
ବିପଦ କାରକTight shows, excessive sweating, injury, certain medications[୨]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms[୨]
ସଠିକ ରୋଗ ନିର୍ଣ୍ଣୟSubungual exostosis, nail tumor[୨]
ଚିକିତ୍ସାWarm water soaks, wider shoes, minor procedures[୩][୨]
ପୁନଃପୌନିକ2.5% to 5% of people[୨]

ଅନ୍ତର୍ବଦ୍ଧିତ ନ‌ଖ ହେଉଛି ଏକ ରୋଗ ଯେଉଁଥିରେ ହାତ ବା ପାଦ ନ‌ଖର ଦୁଇ ପାର୍ଶ୍ୱ ଆଙ୍ଗୁଠି ମଧ୍ୟକୁ ପ୍ରବେଶ କରିଥାଏ ।[୪] ଲକ୍ଷଣ ମଧ୍ୟରେ ଯନ୍ତ୍ରଣା, ଫୁଲା ଏବଂ ଲାଲ ରଙ୍ଗ ଅନ୍ତର୍ଭୁକ୍ତ |[୫] ଗୁରୁତର ହେଲେ ଚମ ଭାଙ୍ଗିଯାଏ, ପୂଜ ବାହାରେ ଓ ପାର୍ଶ୍ୱସ୍ଥ ଚର୍ମ ବଢ଼ିଯାଏ | [୨] ପାଦର ବୁଢ଼ା ଆଙ୍ଗୁଠି ସାଧାରଣତଃ ଅଧକ ପ୍ରଭାବିତ ହୁଏ । [୨] ନ‌ଖ ପାଖ ଚମରେ ସଂକ୍ରମଣ ହୋଇପାରେ | [୨]

ଏହାର ସାଧାରଣ କାରଣ ହେଉଛି ଅନୁପଯୁକ୍ତ ନଖ କାଟିବା | [୫] ଅନ୍ୟାନ୍ୟ ବିପଦ କାରଣଗୁଡ଼ିକ ମଧ୍ୟରେ ଟାଇଟ୍ ଜୋତା, ସ୍ୱେଦାଧିକ୍ୟ, ଆଘାତ ଏବଂ ସେଟୁକ୍ସିମାବ ପରି କେତେକ ଔଷଧ ଅନ୍ତର୍ଭୁକ୍ତ | [୨] ଆଙ୍ଗୁଠିର ଚର୍ମରେ ନଖର ଧାର ପଶିଯିବା ଫଳରେ ପ୍ରଦାହ ଓ ସଂକ୍ରମଣ ହୁଏ |[୨] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ ।[୨]

ଉଷୁମ ପାଣିରେ ଭିଜାଇବା, ଢିଲା ଜୋତା ପିନ୍ଧିବା ଏବଂ ନଖକୁ ଅତି ଛୋଟ କରି ନ କାଟିବା ଇତ୍ୟାଦି ଚିକିତ୍ସା କରାଯାଏ |[୪] ଯନ୍ତ୍ରଣା ଉପଶମ ପାଇଁ ପାରାସେଟାମୋଲ (ଆସେଟାମିନୋଫେନ) ଏବଂ ଆଇବୁପ୍ରୋଫେନ ବ୍ୟବହାର କରାଯାଇପାରେ | [୩] ଅନେକ ପ୍ରୟାସ ମଧ୍ୟରେ ନଖ ତଳେ ତୁଳା ସଳିତା ଭର୍ତ୍ତି କରିବା କିମ୍ବା ନଖ ଧାରରେ ଏକ ଗଟର ସ୍ପ୍ଲିଣ୍ଟ ଭର୍ତ୍ତି କରିଦିଆଯାଏ | [୫] ୱେଜ ରିସେକସନ କିମ୍ବା ଆଖପାଖର ଚର୍ମକୁ ବାହାର କରିଦେବା ଭଳି ଅନେକ ଅସ୍ତ୍ରୋପଚାର ପଦ୍ଧତି ମଧ୍ୟ କରାଯାଇପାରିବ | [୨]

ଏହା ଏକ ସାଧାରଣ ରୋଗ ଓ ପ୍ରାୟ 2.5%ରୁ ୫% ଲୋକଙ୍କର ପାଦ ଆଙ୍ଗୁଠିକୁ ପ୍ରଭାବିତ କରିଥାଏ | [୫] ବୟସ୍କ ପିଲାମାନେ ଏବଂ ସାନ ବୟସ୍କମାନେ ସାଧାରଣତଃ ପ୍ରଭାବିତ ହୁଅନ୍ତି | [୨] ପୁରୁଷମାନେ ମହିଳାଙ୍କ ତୁଳନାରେ ଦୁଇଗୁଣ ଅଧିକ ପ୍ରଭାବିତ ହୁଅନ୍ତି। [୨] ଏହି ରୋଗ ପୁନର୍ବାର ଘଟିପାରେ | [୨]

ଆଧାର[ସମ୍ପାଦନା]

  1. James, William; Berger, Timothy; Elston, Dirk (2002). Andrews' Diseases of the Skin: Clinical Dermatology (10th ed.). Saunders. p. 789. ISBN 978-0-7216-2921-6.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ Chabchoub, I; Litaiem, N (January 2020). "Ingrown Toenails". PMID 31536303. {{cite journal}}: Cite journal requires |journal= (help)
  3. ୩.୦ ୩.୧ "Ingrown toenail". nhs.uk (in ଇଂରାଜୀ). 3 October 2018. Archived from the original on 16 January 2021. Retrieved 2 January 2021.
  4. ୪.୦ ୪.୧ "Ingrown toenail". nhs.uk (in ଇଂରାଜୀ). 3 October 2018. Archived from the original on 16 January 2021. Retrieved 2 January 2021.
  5. ୫.୦ ୫.୧ ୫.୨ ୫.୩ Chabchoub, I; Litaiem, N (January 2020). "Ingrown Toenails". PMID 31536303. {{cite journal}}: Cite journal requires |journal= (help)