ଅନିସା ସେୟଦ

ଉଇକିପିଡ଼ିଆ‌ରୁ
ଅନିସା ସେୟଦ
ବ୍ୟକ୍ତିଗତ ତଥ୍ୟ
ଜନ୍ମ୨୨ ସେପ୍ଟେମ୍ବର ୧୯୮୦
ୱାଇ, ମହାରାଷ୍ଟ୍ର, ଭାରତ[୧]
ଉଚ୍ଚତା୧୫୭ ସେମି[୧]
ଓଜନ୯୦ କେଜି[୧]
ପତି/ପତ୍ନୀମୁବାରକ ହୁସେନ[୧]
Sport
କ୍ରୀଡ଼ାବନ୍ଧୁକ ଚାଳନା
Event(s)୨୫ ମିଟର ପିସ୍ତଲ୍
Medal record
Competitor for  ଭାରତ
Commonwealth Games
Gold 2010 Delhi 25 m pistol pairs
Gold 2010 Delhi 25 m pistol
Silver 2014 Glasgow 25 m pistol
Asian Games
Bronze 2014 Incheon 25 m pistol team

ଅନିସା ସେୟଦ (ଜନ୍ମ ୨୨ ସେପ୍ଟେମ୍ବର ୧୯୮୦) ଜଣେ ଭାରତୀୟ ମହିଳା ସୁଟର ଅଟନ୍ତି, ଯେ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିଲେ ।[୨] ସେ ମଧ୍ୟ ୨୦୦୬ରେ ସାଫ୍ କ୍ରୀଡାରେ ସ୍ୱର୍ଣ୍ଣ ଜିତିଥିଲେ । ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡାରେ ସେ ୨୫ ମିଟର ବିଭାଗରେ ରୌପ୍ୟ ଜିତିଥିଲେ ।[୩]

ଆଦ୍ୟ ଜୀବନ[ସମ୍ପାଦନା]

ମୂଳତଃ ପୁନେର ସତାରା ଜିଲ୍ଲାର ଖାଡ଼କିର ବାସିନ୍ଦା ଅନିସା ଅବ୍‌ଦୁଲ୍ ହମିଦ୍ ସୟେଦ୍‌ଙ୍କ ଝିଅ ।[୪] ତାଙ୍କ ବାପା, ଯେ କି ପୂର୍ବତନ କ୍ଲବ୍ ସ୍ତରୀୟ ଫୁଟ୍‌ବଲ୍ ଖେଳାଳି, ଟେଲ୍‌କୋରେ କିରାଣୀ ଭାବେ କାମ କରୁଥିଲେ ।[୫] ଅନିସା ମହାବିଦ୍ୟାଳୟରେ ପଢ଼ୁଥିବା ସମୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପାଇଁ ତାଲିମ୍ ନେଉଥିବା ବେଳେ ବନ୍ଧୁକ ଚାଳନା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।[୪]

ପେଶାଗତ ଜୀବନ[ସମ୍ପାଦନା]

ଅନିସା ଲେଡି ହ‌ୱାଭାଇ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷ‌ୟିତ୍ରୀ ଭାବେ କାମ କରୁଥିଲେ ।[୫] ପରେ ସେ ଭାରତୀୟ ରେଳ ପାଇଁ ମହାରାଷ୍ଟ୍ରର ମୁମ୍ବାଇ-ପୁନେର ବ୍ୟସ୍ତ ବ‌ହୁଳ ପଥର ଭାଇଲ୍ ପାର୍ଲ୍ ରେଳ ଷ୍ଟେଷନରେ ଟିକେଟ୍ ସଂଗ୍ରାହକ ଭାବେ କାମ କରୁଥଲେ ।[୬] ସେ ନିଜ ସ‌ହର ପୁନେକୁ ସ୍ଥାନାନ୍ତରିତ ହେବା ପାଇଁ ଚେଷ୍ଟା କରି ବାରମ୍ବାର ବିଫଳ ହେବାରୁ ଚାକିରୀରୁ ଇସ୍ତଫା ଦେଇଥିଲେ ।[୬]

ଅନିସାଙ୍କ ବନ୍ଧୁକ ଚାଳନା ଜୀବନ ୨୦୦୨ରେ ଗାନି ଶେଖ ଓ ପି ଭି ଇନାମଦାରଙ୍କ ତ‌ତ୍ତ୍ୱାବଧାନରେ ଆରମ୍ଭ ହୋଇଥିଲା ।[୭] ଅନିସା ପ୍ରଥମ ସ୍ୱର୍ଣ୍ଣ ପଦକ, ରାଜୀ ସାର୍ନୋବତଙ୍କ ସ‌ହ ମିଳିତ ଭାବେ ୨୫ ମିଟର୍ ପିସ୍ତଲ୍‌ରେ ଜିତିଥିଲେ ।[୮] ସେ ମଧ୍ୟ ୨୬ ଜୁନ୍ ୨୦୧୪ରେ ଗ୍ଲାସ୍‌ଗୋ ନିକଟସ୍ଥ ବ୍ୟାରୀ ବଡ଼ନ୍ ସୁଟିଂ ସେଣ୍ଟରରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ୨୫ ମିଟର ପିସ୍ତଲ୍ ବିଭାଗରେ ରୌପ୍ୟ ଜିତିଥିଲେ ।[୯]

ଅନିସା ରାଜ୍ୟଗୋଷ୍ଠୀ କ୍ରୀଡାରେ ୭୭୬.୫ ସ‌ହ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ମଧ୍ୟ ୨୦୦୬ରେ ସାଫ୍ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।[୧୦] ୨୦୧୪ରେ ସେ ଗ୍ଲାସ୍‌ଗୋର ରାଜ୍ୟଗୋଷ୍ଠୀ କ୍ରୀଡାରେ ୨୫ ମିଟର ପିସ୍ତଲ୍ ବିଭାଗରେ ରୌପ୍ୟ ଜିତିଥିଲେ । ଅନିସା ଆଙ୍ଗଲିଆନ୍ ମେଡ଼ାଲ୍ ହଣ୍ଟ୍ କମ୍ପାନୀଦ୍ୱାରା ସମର୍ଥିତ ହେଉଛନ୍ତି ।[୧୧]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଅନିସା ମୁନାରକ ଖାନ୍‌ଙ୍କୁ ବିବାହ କରିଥିଲେ ଓ ୨୦୧୭ରେ ଏକ କନ୍ୟାସନ୍ତାନର ଜନନୀ ହୋଇଥିଲେ । ସେ ବର୍ତ୍ତମାନ ହରିଆନା ରାଜ୍ୟର ଫରିଦାବାଦ ଜିଲ୍ଲାରେ ରହୁଛନ୍ତି । ସତ୍ୟବ୍ରତ ଦାମ ତାଙ୍କର ମାନସିକ ପ୍ରଶିକ୍ଷକ ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Anisa Sayyed Archived 2019-06-25 at the Wayback Machine.. glasgow2014.com
  2. Sayyed, Anisa (7 October 2010). "Double delight for Pune shooter Anisa Sayyed". Times of India. Retrieved 19 September 2013.
  3. "Pistol shooter Rahi Sarnobat wins gold, Anisa Sayyed silver". news.biharprabha.com. IANS. 26 July 2014. Retrieved 26 July 2014.
  4. ୪.୦ ୪.୧ "teachers class act". The Indian Express (in ଆମେରିକୀୟ ଇଂରାଜୀ). 2010-10-07. Retrieved 2017-05-13. {{cite news}}: Cite has empty unknown parameter: |dead-url= (help)
  5. ୫.୦ ୫.୧ "Anisa climbs her way up to glory from a very humble beginning". www.sunday-guardian.com (in ବ୍ରିଟିଶ୍‌ ଇଂରାଜୀ). Archived from the original on 2017-12-01. Retrieved 2017-05-13.
  6. ୬.୦ ୬.୧ ୬.୨ TwoCircles.net. "Anisa Sayyed: From ticket-checker to shooting champion | TwoCircles.net". twocircles.net (in ଆମେରିକୀୟ ଇଂରାଜୀ). Retrieved 2017-05-13.
  7. "Double delight for Pune shooter Anisa Sayyed - Times of India". The Times of India. Retrieved 2017-05-13.
  8. "CWG 2014: Pistol shooter Rahi Sarnobat wins gold, Anisa Sayyed silver". hindustantimes.com/ (in ଇଂରାଜୀ). 2014-07-26. Retrieved 2017-05-13.
  9. "Commonwealth Games 2014: Pistol Shooting - Rahi Sarnobat wins gold, Anisa Sayyed silver". 2014-07-26. Retrieved 2017-05-13.
  10. NDTVSports.com. "I am Still Waiting for That Promised Job: Commonwealth Games Silver Medallist Anisa Sayyed – NDTV Sports". NDTVSports.com. Retrieved 2017-05-13.
  11. Marar, Nandakumar. "Hat-trick for Anisa Sayyed". The Hindu (in ଇଂରାଜୀ). Retrieved 2017-05-13.

ବାହ୍ୟ ଆଧାର[ସମ୍ପାଦନା]