Jump to content

ଅନାମିକା (କବି)

ଉଇକିପିଡ଼ିଆ‌ରୁ
ଅନାମିକା
୨୦୧୭ ମସିହାରେ ନୂଆ ଦିଲ୍ଲୀଠାରେ ସାର୍କ ସାହିତ୍ୟ ଉତ୍ସବରେ ଅନାମିକା
୨୦୧୭ ମସିହାରେ ନୂଆ ଦିଲ୍ଲୀଠାରେ ସାର୍କ ସାହିତ୍ୟ ଉତ୍ସବରେ ଅନାମିକା
ଜନ୍ମ ଓ ଜନ୍ମସ୍ଥାନ (1961-08-17) ୧୭ ଅଗଷ୍ଟ ୧୯୬୧ (ବୟସ ୬୫)
ମୁଜାଫରପୁର, ବିହାର, ଭାରତ
ବୃତ୍ତିକବି, ଲେଖିକା
ଜାତୀୟତାଭାରତୀୟ
ଶିକ୍ଷାଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର, ପିଏଚ୍‌ଡି, ଡିଲିଟ୍

ଅନାମିକା (ଜନ୍ମ: ୧୭ ଅଗଷ୍ଟ ୧୯୬୧) ଜଣେ ସମସାମୟିକ ଭାରତୀୟ କବି, ସାମାଜିକ କର୍ମୀ ତଥା ଔପନ୍ୟାସିକା ।[୧] ହିନ୍ଦୀ ସାହିତ୍ୟରେ ଲେଖିବା ସହିତ ଇଂରାଜୀ ଭାଷାରେ ଲେଖୁଥିବା ଜଣେ ସମାଲୋଚିକା । ମାଇଁ ଟାଇପ୍ ରାଇଟର୍ ଇଜ୍ ମାଇଁ ପିଆନୋ ହେଉଛି ଇଂରାଜୀରେ ଅନୁବାଦ ହୋଇଥିବା ତାଙ୍କର ଏକ କବିତା ସଂକଳନ । ସେ ନିଜର ନାରୀବାଦୀ କବିତା ପାଇଁ ଜଣାଶୁଣା ।[୨]

ପ୍ରାଥମିକ ଜୀବନ ଏବଂ ଶିକ୍ଷା

[ସମ୍ପାଦନା]

ଅନାମିକା ୧୭ ଅଗଷ୍ଟ ୧୯୬୧ରେ ବିହାରର ମୁଜାଫରପୁରରେ ଜନ୍ମଗ୍ରହଣ କରିଥିଲେ । ଦିଲ୍ଲୀର କିଶୋର ମୁର୍ତ୍ତୀ ଭବନରେ "ସମସାମୟିକ ବ୍ରିଟିଶ ଏବଂ ହିନ୍ଦୀ କବିତାରେ ମହିଳାମାନଙ୍କର ଏକ ତୁଳନାତ୍ମକ ଅଧ୍ୟୟନ" ଉପରେ ତାଙ୍କର ଏବେ ଅନୁସନ୍ଧାନ ଚାଲିଛି ।[୩] ସେ ବର୍ତ୍ତମାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ଏକ ମହାବିଦ୍ୟାଳୟରେ ଇଂରାଜୀ ସାହିତ୍ୟ ଶିକ୍ଷା ଦେଉଛନ୍ତି ।[୨]

ରଚନାବଳୀ

[ସମ୍ପାଦନା]
  • ଟୋକ୍ରି ମେଁ ଦିଗନ୍ତ
  • ଅନୁଷ୍ତୁପ
  • ଦୁବ-ଧାନ
  • ଖୁରଦାରୀ ହାଥେଲିଆଁ
  • ପାନି କୋ ସବ୍ ୟାଦ ଥା

ପୁରସ୍କାର

[ସମ୍ପାଦନା]
  • ୨୦୨୦ - ସାହିତ୍ୟ ଏକାଡେମୀ ପୁରସ୍କାର (ତାଙ୍କ କବିତା ସଂକଳନ ଟୋକ୍ରି ମେଁ ଦିଗନ୍ତ 'ଦେୟାର୍ ଗାଥା': ୨୦୧୪[୪] ପାଇଁ) ହିନ୍ଦୀ କବିତା ପାଇଁ ଏହି ପୁରସ୍କାର ଲାଭ କରିବାରେ ସେ ପ୍ରଥମ ନାରୀ କବି ଥିଲେ ।[୫][୬]
  1. ↑ Sen, Sudeep (November 2010). "Salt". World Literature Today. Archived from the original on 3 September 2014.
  2. 1 2 Sethi, Rekha. "How the poetry of Anamika, winner of the Hindi Sahitya Akademi award for 2020, challenges patriarchy". Scroll.in.
  3. ↑ Subramaniam, Arundhati (1 June 2006). "Poetry and the 'Good Girl Syndrome'". Poetry International Rotterdam. Archived from the original on 3 September 2014. Retrieved 29 August 2014.
  4. ↑ "Veerappa Moily, poet Anamika among 20 to be conferred Sahitya Akademi Awards". The New Indian Express. 13 March 2021.
  5. ↑ Tarika (2021-04-04). "Anamika's Reshaping Of The Hindi Canon: The 2020 Winner Of Sahitya Akademi Award For Hindi Poetry". Feminism In India (in ବ୍ରିଟିଶ୍‌ ଇଂରାଜୀ). Retrieved 2022-04-18.
  6. ↑ "Dr. Anamika wins the Sahitya Akademi Award for Poetry". www.networkcapital.tv (in ଇଂରାଜୀ). Retrieved 2022-04-18.

ବାହାର ଲିଙ୍କ

[ସମ୍ପାଦନା]