ଅନନ୍ତ ଚରଣ ସାଇବାବୁ
ଦେଖଣା
ଅନନ୍ତଚରଣ ସାଇବାବୁ | |
---|---|
ଜନ୍ମ | ୧୯୧୫ |
ମୃତ୍ୟୁ | ୧୯୮୯ |
ବୃତ୍ତି | ଛଉ ନୃତ୍ୟଗୁରୁ |
ପିତାମାତା | ରାଧାମୋହନ ସାଇବାବୁ |
ପୁରସ୍କାର | କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର |
ଅନନ୍ତ ଚରଣ ସାଇବାବୁ(୧୯୧୫-୧୯୮୯) ଜଣେ ଛଉ ନୃତ୍ୟଗୁରୁ ଥିଲେ ।[୧] ଛଉନାଚ ପାଇଁ ସେ ୧୯୭୧ ମସିହାରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୨] ଅନନ୍ତ ନିଜ ପିତା ରାଧାମୋହନ ସାଇବାବୁଙ୍କଠାରୁ ଛଉ ଶିକ୍ଷାରମ୍ଭ କରି, ପରେ ଗୁରୁ ଦିବାକର ଭଞ୍ଜଦେଓ ଏବଂ ରେଜାକ ଖାନଙ୍କଠାରୁ ମଧ୍ୟ ଶିଖିଥିଲେ । ବାରିପଦାର "ନୃତ୍ୟ ପ୍ରତିଷ୍ଠାନ"ରେ ସେ ମୁଖ୍ୟ ନୃତ୍ୟଗୁରୁ ଭାବରେ ଅନେକ ଛଉ ନୃତ୍ୟଶିଳ୍ପୀ ସୃଷ୍ଟି କରିଥିଲେ ।[୩] ଅନନ୍ତ ୧୯୮୯ ମସିହାରେ ଦେହତ୍ୟାଗ କରିଥିଲେ । ତାଙ୍କ ଅନ୍ତେ ପୁତୁରା ଜନ୍ମେଜୟ ସାଇବାବୁ ଓ ଜନ୍ମେଜୟଙ୍କ ଦୁଇ ପୁଅ ରାଜେଶ[୪] ଏବଂ ରାକେଶ ଛଉନୃତ୍ୟ ଶିକ୍ଷାଦାନରେ ବ୍ରତି ଅଛନ୍ତି ।
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୧୯୭୧[୫]
ଆଧାର
[ସମ୍ପାଦନା]- ↑ http://www.asianage.com/life/art/070318/time-to-reclassify-chhau-as-classical.html
- ↑ Sangeet Natak. Sangeet Natak Akademi. 1999.
- ↑ The Oxford Companion to Indian Theatre by Lol Ananda,Oxford University Press, ISBN 978-0-19-564446-3
- ↑ https://www.deccanchronicle.com/lifestyle/viral-and-trending/200216/a-dance-form-that-s-also-a-workout.html
- ↑ http://sangeetnatak.gov.in/sna/Awardees.php?section=all