ଅଧିରଥ

ଉଇକିପିଡ଼ିଆ‌ରୁ

ହିନ୍ଦୁ ମହାକାବ୍ୟ ମହାଭାରତରେ ଅଧିରଥ ହେଉଛନ୍ତି କର୍ଣ୍ନଙ୍କ ପାଳିତ ପିତା ତଥା ଭୀଷ୍ମଙ୍କ ସାରଥି ।[୧] ସେ ସମସ୍ତ ରାଜକୀୟ ସାରଥିମାନଙ୍କର ମଧ୍ୟ ମୁଖ୍ୟ ଥିଲେ । ସେ ମଧ୍ୟ ଅଙ୍ଗଦେଶର ନରେଶ ରୋମପାଦଙ୍କର ବଂଶଧର ଥିଲେ ।[୨] ତାଙ୍କ ପତ୍ନୀଙ୍କ ନାମ ରାଧା ।

କୁନ୍ତୀ କୁମାରୀ ଥିବା ଅବସ୍ଥାରେ ସୂର୍ଯ୍ୟଙ୍କ ଔରସରେ ତାଙ୍କ କର୍ଣ୍ଣବାଟେ ଏକ କୁମାର ଜାତ ହେବାରୁ କୁନ୍ତୀ ଲୋକଲଜ୍ଜାଭୟରେ ଗୋଟିଏ ପେଡ଼ାମଧ୍ୟରେ ସେ ଶିଶୁଟିକି ପରାଇ ନଈରେ ଭସାଇ ଦେଲେ । ଶିଶୁଟି ଭାସି ଯାଉ ଯାଉ ସୂତ୍ରଧରଜାତୀୟ ସାରଥି ବା ସୁତ ଅଧିରଥ ତାକୁ ଦେଖିଲେ । ଏହି ଦମ୍ପତି ନିଃସନ୍ତାନ ଥିଲେ । ତେଣୁ ଅଧିରଥ ତାକୁ ନେଇ ଆପଣାର ପତ୍ନୀ ରାଧାଙ୍କୁ ଦେଲେ ଓ ରାଧା ଉକ୍ତ ପୁତ୍ରକୁ ଲାଳନପାଳନ କରି ବଢ଼ାଇଥିଲେ । ସେହି ପୁତ୍ର ଭବିଷ୍ୟତରେ କର୍ଣ୍ନ ନାମରେ ପରିଚିତ ହେଲେ । ଏଥିପାଇଁ କର୍ଣ୍ଣଙ୍କୁ ସୂତପୁତ୍ର ଓ ରାଧେୟ ମଧ୍ୟ କୁହାଯାଏ । ପ୍ରକୃତରେ ରାଧା କର୍ଣ୍ଣଙ୍କର ପାଲିତା ମାଆ ।

ମହାଭାରତର ବନ ପର୍ବରେ ଅଧିରଥ୍, ତାଙ୍କ ପତ୍ନୀ ରାଧା ତଥା ଶିଶୁ କର୍ଣ୍ନଙ୍କ ପ୍ରାପ୍ତି ବିଷୟରେ ବର୍ଣ୍ଣନା କରାଯାଇଛି । କର୍ଣ୍ନଙ୍କ ଲାଲନ ପାଳନ ପରେ ଅଧିରଥ ଏବଂ ରାଧାଙ୍କ ଔରସରୁ ଆଉ ଏକ ପୁତ୍ର ସନ୍ତାନ ଜନ୍ମ ହେଲା । ଏହି ଶିଶୁଟି ସୁବର୍ଣ୍ନ କବଚ ଏବଂ କୁଣ୍ଡଳ ଧାରଣ ପୂର୍ବକ ଜନ୍ମ ହୋଇଥିବାରୁ ବ୍ରାହ୍ମଣମାନେ ଏହାର ନାମ ରଖିଥିଲେ ବସୁଷେଣ ।

ଆଧାର[ସମ୍ପାଦନା]

  1. "Story of Adhiratha". www.wisdomlib.org. 28 January 2019. Retrieved 30 January 2021.
  2. Chib, Sukhdev Singh (1980). Bihar. p. 4.