Jump to content

ପେଡ଼ିପେଡ଼ିକା

ଉଇକିପିଡ଼ିଆ‌ରୁ
(ଅତିବଳାରୁ ଲେଉଟି ଆସିଛି)

ପେଡ଼ିପେଡ଼ିକା
Scientific classification
Kingdom:
(unranked):
(unranked):
(unranked):
Rosids
Order:
Malvales
Family:
Malvaceae
Genus:
Abutilon
Species:
A. indicum
Binomial name
Abutilon indicum
Synonyms

Sida indica L.

ପେଡ଼ିପେଡ଼ିକା ଗଛ (Abutilon indicum)

ପେଡ଼ିପେଡ଼ିକା (Sida abutilon ବା Abutilon indicum) ଏକ ଔଷଧୀୟ ଉଦ୍ଭିଦ । ଏହାର ସଂସ୍କୃତ ନାମ - ଅତିବଳା, କଙ୍କତିକା, ଋଶ୍ୟାପୃକ୍ତା, ଆଦି । ଇଂରାଜୀ- Country mallow ଓ ବୈଜ୍ଞାନିକ ନାମ Abutilon indicum

ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ

[ସମ୍ପାଦନା]
ପ୍ରାଦେଶିକ ଭାଷାନାମ
ଓଡ଼ିଆପେଡ଼ିପେଡ଼ିକା, ବିଲେଇ ଫୁଲ
ହିନ୍ଦୀକଂଘୀ, କକହି
ଅହମିୟାଜୟବନ୍ଧ, ଜୟପଟେରୀ
ବଙ୍ଗଳାବଦେଲା, ପେଟାରୀ, ଝାଁପୀ
ଗୁଜରାଟୀଖପାଟ, ଡାବଳୀ, କାଂସକୀ
ତାମିଲପନିୟାରାହୁଟ୍ଟି, ତୁଟ୍ଟି, ଥୁଥି
ତେଲୁଗୁଟୁତ୍ତୁରାବେନ୍ଦା
କନ୍ନଡଶ୍ରୀମୁଦ୍ରିଗିଡା, ମୁଦ୍ରାଗିଡା, ତୁରୁବେ
କାଶ୍ମିରକାଥ
ମାଲାୟାଲାମଉରମ, କଟୁବାନ, ଉରୁବମ୍, ୱାଙ୍କୁରୁନ୍ତୋଟ, ଊର୍ପମ, ତୁଟ୍ଟି

ଉଦ୍ଭିଦ ସ୍ୱରୂପ ବର୍ଣ୍ଣନା

[ସମ୍ପାଦନା]

ଏହା ଏକ ମଖମଲି ଗୁଳ୍ମକ ।

  • ପତ୍ର: ଦନ୍ତୁର ଏବଂ ମୃଦୁ ରୋମଶ ।
  • ପୁଷ୍ପ: ପୀତ ବର୍ଣ୍ଣ, ପାଖାପାଖି ୧-ଇଞ୍ଚ ବ୍ୟାସ ବିଶିଷ୍ଟ ଯେଉଁଥିରେ ପୁଷ୍ପ ଦଣ୍ଡ ପତ୍ର ପତ୍ରବୃନ୍ତଠାରୁ ଦୁଇଗୁଣ କିମ୍ବା ତିନିଗୁଣ ବଡ଼ ହୋଇଥାଏ ।ସ୍ତ୍ରୀ କେଶର ୧୫ କିମ୍ବା ଅଧିକ ।
  • ଫଳ: ଚକ୍ର ବୃତ୍ତ।କାର, ଅପର ପାର୍ଶ୍ୱରେ ପାନିଆଁ ସଦୃଶ ଦନ୍ତୁରିତ ।
  • ବୀଜ: ୧୫-୨୦ ସଂଖ୍ୟାରେ ଥାଏ ପାଉଁଶିଆ, କଳା ବର୍ଣ୍ଣ ଯୁକ୍ତ । ଏହାର ଫଳ ବୀଜକୁ ବୀଜବନ୍ଦ କୁହାଯାଏ । ବର୍ଷା ଋତୁରେ ପୁଷ୍ପ ତଥା ଶୀତକାଳରେ ଫଳ ଆସିଥାଏ ।
  • ଜାତି: ଏହାର ଦୁଇଟି ଜାତି - ୧. ବଡ଼ ଓ ୨.ଛୋଟ ।
ବଡ଼ ଜାତି ଗୁଳ୍ମକର ନାମ Abutilon hirtum । ଏହାର କ୍ଷ୍ୟୁପ ବଡ଼ ହୁଏ ଏବଂ ଶାଖା, ପୁଷ୍ପଦଣ୍ଡରେ ଲମ୍ବା ରୋମ ହୋଇଥାଏ ।

ଭୌଗଳିକ ଉତ୍ପତ୍ତି ସ୍ଥାନ

[ସମ୍ପାଦନା]

ସମଗ୍ର ଭାରତ ବର୍ଷରେ ଦେଖିବାକୁ ମିଳିଥାଏ । ସମୁଦ୍ର ପତ୍ତନରୁ ୧,୨୦୦ମିଟର ଉଚ୍ଚ ଯାଏଁ ଏହା ଦେଖିବାକୁ ମିଳିଥାଏ । ଏହା ବ୍ୟତୀତ ଏହି ବୃକ୍ଷଟି ସମଗ୍ର ଆଫ୍ରିକା, ଆମେରିକା ତଥା ସମସ୍ତ ଏସିଆ ମହାଦେଶ ଗୁଡିକରେ ସହଜରେ ବଢ଼ିଥାଏ ଏବଂ ପ୍ରାପ୍ତ ହୋଇଥାଏ ।

ରାସାୟନିକ ସଙ୍ଘଟନ

[ସମ୍ପାଦନା]

ସମଗ୍ର ବୃକ୍ଷ କ୍ଷାରାଭ(Alkaloids) ଯୁକ୍ତ । କେବଳ ବୀଜରେ ସର୍ବାଧିକ କ୍ଷ୍ୟାରାଭ ମହଜୁଦ ଥାଏ । ଭାସିସିନୋନ (Vasicinone) C11H12N20 ନାମକ ଏକ ବହୁ ଉପଯୋଗୀ ତତ୍ତ୍ୱ ମହଜୁଦ ଥାଏ, ଏହା ଶ୍ୱାସନଳୀ ପ୍ରସାରକ । ଶ୍ୱାସ ରୋଗ ଏବଂ ଶ୍ୱାସନଳୀ ପ୍ରଦାହ ଜନିତ ଶ୍ୱାସରୂଦ୍ଧରେ ଏହା ବହୁଳ ଭାବେ ଉପଯୋଗୀ ।ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷାରାଭ ହେଲା ଏଫେଡ୍ରାଇନ(Ephedrine) ଓ ଏହା ସମଗ୍ର ବୃକ୍ଷରେ ବହୁଳ ଭାବେ ମିଳିଥାଏ । ଏହା ବ୍ୟତୀତ ଏହି ବୃକ୍ଷରୁ ଫାଇଟୋସ୍ଟେରୋଳ୍, ରେଜିନ, ପଟାସିୟମ ନାଇଟ୍ରେଟ୍, ରେଜିନଏସିଡ଼ ଇତ୍ୟାଦି ଯୌଗିକ ମିଳିଥାଏ । ଚେରରୁ ଆଲାଣ୍ଟୋଲାକ୍ଟୋନ, ଆଇସୋ- ଆଲାଣ୍ଟୋଲାକ୍ଟୋନ, ଗାଲିକ ଏସିଡ଼ ମିଳିଥାଏ ।

ଚିକିତ୍ସା ବିଜ୍ଞାନ ପ୍ରମାଣିତ ତଥ୍ୟ

[ସମ୍ପାଦନା]

ବେଦନା ସ୍ଥାପକ ଗୁଣ

[ସମ୍ପାଦନା]

ଏଥିରେ ଗଚ୍ଛିତ ଇଉଜିନୋଲ ନାମକ ତତ୍ତ୍ୱ ପୀଡ଼ା ଓ ବେଦନା ଉପଶମ କରିବାରେ ସକ୍ଷମ । ଏହା ଗବେଷଣାଗାର ମୂଷାଙ୍କ ଉପରେ ପରୀକ୍ଷଣ କରି ଜଣା ଯାଇଛି ।

କବକ, ବୀଜାଣୁ ରୋଧୀ(Antifungal) ତତ୍ତ୍ୱ

[ସମ୍ପାଦନା]

ପତ୍ରରୁ ମିଥାନୋଲ ଆହରିତ ଯୌଗିକ ସଫଳ ଭାବେ ଟ୍ରାଇକୋଫାଇଟମ ରୁବ୍ରମ (Trichophyton rubrum) ନାମକ କବକକୁ ନାଶ କରିବାରେ ସକ୍ଷମ ହୋଇଥାଏ ।

ଆୟୁର୍ବେଦ ମତରେ ଉପଯୋଗ

[ସମ୍ପାଦନା]
ଗୁଣର ପ୍ରକାରଗୁଣ
ଗୁଣଲଘୁ, ସ୍ନିଗ୍ଧ, ପିଚ୍ଛିଳ
ରସମଧୁର
ବୀର୍ଯ୍ୟଶୀତ
ବିପାକମଧୁର
କର୍ମବାତ, ପିତ୍ତହର, ବଲ୍ୟ
ପେଡ଼ିପେଡ଼ିକା ଗଛ (Abutilon indicum)

ସଂସ୍ଥାନିକ କର୍ମ

[ସମ୍ପାଦନା]
  • ବାହ୍ୟ:
ଏହାର ଲେପ ବେଦନା ଶାମକ ଏବଂ ଶୋଥହର(anti-inflammatory) ଅଟେ । ଶ୍ଲୀପଦ ଏବଂ ଚକ୍ଷୁ ଶୋଥ ଏବଂ ଦାହରେ ଏହାର ବାହ୍ୟ ଲେପ ପ୍ରୟୋଗ କରାଯାଇ ଥାଏ ।
  • ଆଭ୍ୟନ୍ତର:
    • ନାଡିସଂସ୍ଥାନ: ବଲ୍ୟ, ବାତ ହର
    • ପାଚନ ସଂସ୍ଥାନ: ଗ୍ରାହୀ
    • ରକ୍ତବହ ସଂସ୍ଥାନ: ହୃଦ୍ୟ, ରକ୍ତପିତ୍ତ ଶମକ
    • ପ୍ରଜନନ ସଂସ୍ଥାନ: ଶୁକ୍ରଳ ପ୍ରଜା ସ୍ଥାପକ
    • ମୂତ୍ରବହ ସଂସ୍ଥାନ: ମୂତ୍ରଳ
    • ତାପକ୍ରମ: ଜ୍ୱରଘ୍ନ
  • ସାତ୍ମିକରଣ: ବଲ୍ୟ, ବୃଂହଣ ଏବଂ ଓଜ ବର୍ଦ୍ଧକ । ଦୌର୍ବଲ୍ୟ କ୍ଷୟ ରୋଗ ଏବଂ କୃଶତାରେ ଦିଆଯାଏ ।
  • ପ୍ରଯୋଜ୍ୟ ଅଙ୍ଗ: ମୂଳ, ବୀଜ, ପତ୍ର ସ୍ୱରସ
  • ବିଶିଷ୍ଟ ଯୋଗ: ବଲାଦି କ୍ୱାଥ, ବଳାଦ୍ୟ ଘୃତ, ବଳାଦ୍ୟରିଷ୍ଟ, ଚନ୍ଦନବାଳାଲାକ୍ଷାଦି ତୈଳ
  1. "Abutilon indicum". Pacific Island Ecosystems at Risk. Archived from the original on 2023-04-26. Retrieved 2008-06-18.

ବାହାର ଆଧାର

[ସମ୍ପାଦନା]
  • ଦ୍ରବ୍ୟଗୁଣ ବିଜ୍ଞାନ, ୨ୟ ଖଣ୍ଡ: ବରିଷ୍ଠ ଅଧ୍ୟାପକ ପ୍ରିୟବ୍ରତ ଶର୍ମା |
  • Ayurvedic pharmacopeia of India –VOL-1 , chapter-13, page-25
  • Analgesic principle from Abutilon indicum. Ahmed M, Amin S, Islam M, Takahashi M, Okuyama E, Hossain CF.Source-Department of Pharmacy, University of Dhaka, Bangladesh. deanphrm@du.bangla.net
  • Antimycotic activity of the componenets of Abutilon indicum (Malvaceae). Rajalakshmi Padma Vairavasundaram, 1* and Kalaiselvi Senthil2 Drug Invention Today, Vol 1, No 2 (2009)
  • Paul, T.K. 'Indian journal of forestry. Ind J For Dec 1987. v. 10 (4) p. 311-312.
  • Plant Genetic Resources Conservation Unit, Griffin, GA (S9). United States Department of Agriculture, Agricultural Research Service, Beltsville Area, Germplasm Resources Information Network (GRIN)
  • Herbal monograph'Himalayan drugs' Archived 2011-11-19 at the Wayback Machine.
  • Natural Resources Conservation Service (NRCS) USDA
  • Ayurherbs