ଅଣଅବରୋହୀ ଟେଷ୍ଟିସ

ଉଇକିପିଡ଼ିଆ‌ରୁ
Undescended testis
Cryptorchidism
Cryptorchidism on scrotal ultrasound
ବିଭାଗUrology
ଲକ୍ଷଣAbsence at least one testicle from the scrotum[୧]
କାରଣOften unclear[୧]
ବିପଦ କାରକPrematurity, smoking during pregnancy, family history, certain genetic mutations[୨][୧]
ରୋଗ ନିର୍ଣ୍ଣୟ ପଦ୍ଧତିExamination, ultrasound[୧]
ସଠିକ ରୋଗ ନିର୍ଣ୍ଣୟRetractile testicle[୧]
ଚିକିତ୍ସାObservation, surgery[୩]
PrognosisHalf of cases resolve by 3 months[୨]
ପୁନଃପୌନିକ3% at birth, 1% at a year[୧][୨]

ଅଣଅବରୋହୀ ଟେଷ୍ଟିସ, (ଇଂରାଜୀ ଭାଷାରେ Undescended testis), ଅନ୍ୟ ନାମ କ୍ରିପ୍ଟୋର୍କିଡିଜିମ, ରୋଗରେ ଅତି କମ୍‌ରେ ଗୋଟିଏ ଟେଷ୍ଟିସ ମୁଷ୍କ‌କୋଷରେ ଅନୁପସ୍ଥିତ ଥାଏ ।[୧] ଡାହାଣ ଟେଷ୍ଟିସ୍ ସାଧାରଣତଃ ଏହି ଅବସ୍ଥାର ସମ୍ମୁଖିନ ହୋଇଥାଏ ଯଦିଓ ବେଳେବେଳେ ଉଭୟ ପ୍ରଭାବିତ ହୁଅନ୍ତି | [୧] [୪] ପ୍ରାୟତଃ ଏହା ଇଙ୍ଗୁଇନାଲ କେନାଲରେ ରହିଯାଇଥାଏ ଓ ସେଠାରେ ଅନୁଭବ କରାଯାଇପାରେ । [୧] ଟେଷ୍ଟିସ୍ ଜନ୍ମ ସମୟରେ ଅବରୋହିତ ଥାଇପାରେ କିମ୍ବା ଜନ୍ମ ପରେ ପୁନର୍ବାର ଆରୋହଣ କରିପାରେ | [୨] ଅବସ୍ଥା ଜଟିଳ ହେଲେ ଟେଷ୍ଟିକୁଲାର କର୍କଟ, ଟେଷ୍ଟିକୁଲାର ଟର୍ସନ ଏବଂ ଇଙ୍ଗୁଇନାଲ ହାର୍ନିଆ ହୋଇପାରେ ।[୩] ଗୋଟିଏ ଟେଷ୍ଟିସ୍ ଯଥା ସ୍ଥାନରେ ନଥିଲେ ପ୍ରଜନନ କ୍ଷମତା ହ୍ରାସ ହେବା ଦେଖାଯାଏ ନାହିଁ, ଯଦିଓ ଦୁଇଟିର ଅନୁପସ୍ଥିତି ଯୋଗୁ ହୋଇପାରେ | [୩]

ଏହାର କାରଣ ଅନେକ ସମୟରେ ଅସ୍ପଷ୍ଟ ରହିଛି | [୧] ବିପଦ କାରଣଗୁଡିକ ମଧ୍ୟରେ ଅପରିପକ୍ୱତା, ଗର୍ଭାବସ୍ଥାରେ ଧୂମପାନ, ପାରିବାରିକ ଇତିହାସ, ଏବଂ କେତେକ ଜେନେଟିକ୍ ପରିବର୍ତ୍ତନ ଯୋଗୁ ହୋଇପାରେ ।[୨] [୧] ରୋଗୀର ପରୀକ୍ଷା କିମ୍ବା ଅଲଟ୍ରାସାଉଣ୍ଡ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । [୧] ହାଇପୋଷ୍ପାଡିଅ ପରି ଆଜନ୍ମ ଦୋଷ ରହିପାରେ ।[୨]

୬ରୁ ୧୮ ମାସ ବୟସ ମଧ୍ୟରେ ଅସ୍ତ୍ରୋପଚାର ପରାମର୍ଶ ଦିଆଯାଏ ଯଦି ଅଣ୍ଡ ସ୍ୱତଃ ନିଜେ ଓହ୍ଲାଇ ନଆସେ | [୩] ଅସ୍ତ୍ରୋପଚାର କରି ଅଣ୍ଡକୋଷକୁ ମୁଷ୍କ‌କୋଷ ଭିତରକୁ ସ୍ଥାନାନ୍ତରିତ କରାଯାଏ, ଯାହା ଅର୍କିଓପେକ୍ସି ଭାବରେ ଜଣାଶୁଣା | [୩] ହରମୋନ ଥେରାପି ସୁପାରିଶ କରାଯାଏ ନାହିଁ | [୧] ମାନସିକ ଚାପକୁ ରୋକିବା ପାଇଁ ପିତାମାତା ଆଶ୍ୱାସନା ଆବଶ୍ୟକ କରିପାରନ୍ତି | [୩]

ପ୍ରାୟ ୩% ପୂର୍ଣ୍ଣକାଳୀନ ଏବଂ ୩୦% ଅପରିପକ୍ୱ ବାଳକ ଅତି କମରେ ଗୋଟିଏ ଅଣଅବରୋହୀ ଟେଷ୍ଟିସ ସହିତ ଜନ୍ମ ହୁଅନ୍ତି | [୧] ପୁରୁଷ ଯୌନାଙ୍ଗର ଏହା ସବୁଠାରୁ ସାଧାରଣ ଜନ୍ମ ଦୋଷ ।[୧] ଜୀବନର ପ୍ରଥମ ତିନିମାସ ମଧ୍ୟରେ ପ୍ରାୟ ଅଧା ଅବତରଣ କରନ୍ତି, ଗୋଟିଏ ବର୍ଷ ପରେ ପ୍ରାୟ ୧% ଅଣଅବରୋହୀ ହୋଇ ରହି ଯାଆନ୍ତି | [୨] ଏହି ସ୍ଥିତିର ବର୍ଣ୍ଣନା ଓଲ୍ଡ ଟେଷ୍ଟାମେଣ୍ଟ ଯୁଗରୁ ଅଛି ।[୫]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ Leslie, SW; Sajjad, H; Villanueva, CA (January 2021). "Cryptorchidism". PMID 29261861. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Gurney, JK; McGlynn, KA; Stanley, J; Merriman, T; Signal, V; Shaw, C; Edwards, R; Richiardi, L; Hutson, J; Sarfati, D (September 2017). "Risk factors for cryptorchidism". Nature reviews. Urology. 14 (9): 534–548. doi:10.1038/nrurol.2017.90. PMID 28654092.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ Braga, LH; Lorenzo, AJ (January 2017). "Cryptorchidism: A practical review for all community healthcare providers". Canadian Urological Association journal = Journal de l'Association des urologues du Canada. 11 (1-2Suppl1): S26–S32. doi:10.5489/cuaj.4343. PMID 28265313. {{cite journal}}: Missing pipe in: |journal= (help)
  4. Fleisher, Gary R.; Ludwig, Stephen (2010). Textbook of Pediatric Emergency Medicine (in ଇଂରାଜୀ). Lippincott Williams & Wilkins. p. 293. ISBN 978-1-60547-159-4.
  5. Santoni-Rugiu, Paolo; Sykes, Philip J. (2007). A History of Plastic Surgery (in ଇଂରାଜୀ). Springer Science & Business Media. p. 252. ISBN 978-3-540-46240-8.