ଅଞ୍ଜଳୀ ମେନନ୍

ଉଇକିପିଡ଼ିଆ‌ରୁ
Anjali Menon
ଜନ୍ମ
Calicut, Kerala, India
ବୃତ୍ତି(ସମୂହ)Film director, screenwriter, producer
ସକ୍ରିୟ ବର୍ଷ2006–Present
ବୈବାହିକ-ସାଥୀVinod Menon
ସନ୍ତାନ1

ଅଞ୍ଜଳୀ ମେନନ୍, ଜଣେ  ଭାରତୀୟ ଫିଲ୍ମ ନିର୍ଦ୍ଦେଶିକା ଓ ସଂଳାପ ଲେଖିକା । ସେ " ମଞ୍ଜଡିକୁରୁ " (Lucky Red Seeds)ନାମକ ଫିଲ୍ମରୁ ତାଙ୍କର ଲେଖିକା ଓ ନିର୍ଦ୍ଦେଶିକା ଜୀବନୀ ଆରମ୍ଭ କରିଥିଲେ । ସେ ତାଙ୍କର ପ୍ରଥମ ଫିଲ୍ମରେ ଶ୍ରେଷ୍ଠ ମାଲାୟାଲାମ ଫିଲ୍ମ ଓ ଭାରତୀୟା ଭାଷାରେ ଶ୍ରେଷ୍ଠ ନୂତନ ଅବଦାନ[୧] ଫିଲ୍ମ ପୁରସ୍କାର ଲାଭ କରିଥିଲେ । ତାଙ୍କର ଦ୍ୱିତୀୟ ଫିଲ୍ମ " ବାଙ୍ଗାଲୋର ଡେ " ଓ " ଉସ୍ତାଦ ହୋଟେଲ " ମଢ ସମାଲୋଚକ ମାନଙ୍କଦ୍ୱାରା ବହୁଳ ପ୍ରଶଂସିତ ହେଇଥିଲା ।   

 ଅଞ୍ଜଳୀଙ୍କ ଜନ୍ମ ଦକ୍ଷିଣ ଆଫ୍ରିକାର ଦୁବାଇଠାରେ ହେଇଥିଲା । ସେ ପୁନେ ବିଶ୍ୱବିଦ୍ୟାଳୟ  ଠାରେ ଗଣଯୋଗାଯୋଗ ( mass Communication) ବିଷୟରେ ସ୍ନାତକୋତ୍ତର ଡିଗ୍ରୀ କରିଥିଲେ । ଲଣ୍ଡନଠାରେ ଥିବା ଫିଲ୍ମ ସ୍କୁଲରୁ ୨୦୦୩ ମଶିହାରେ ସେ ଫିଲ୍ମ ଏଡିଟିଂ , ନିର୍ଦ୍ଦେଶନା ଓ ପ୍ରଯୋଜନାରେ ଡିଗ୍ରୀ ହାସଲ କରିଥିଲେ । ତାଙ୍କର ସେଠାରେ ପଢୁଥିବା ସମୟର ଚିତ୍ର " Black Nor White " ମଧ୍ୟ ଆନ୍ତର୍ଜାତୀୟ ଫିଲ୍ମ ଫେସ୍ତିଭାଲରେ ପ୍ରଦର୍ଶିତ ହେଇଥିଲା । [୨]

 ଅଞ୍ଜଳୀ ପ୍ରଥମେ ୨୦୦୬ ମସିହା ଯାଏ ଭାରତରେ ଡକୁମେଣ୍ଟରୀ ଓ କ୍ଷୁଦ୍ର ଫିଲ୍ମ ନିର୍ମାଣ କରି ତାହା ସହ ମଧ୍ୟ ପ୍ରାଚ୍ୟ ଦେଶ ଓ ଇଂଲଣ୍ଡରେ ମଧ୍ୟ ଫିଲ୍ମ ନିର୍ମାଣ କରିଥିଲେ । ଏହା ପରେ ସେ ମୁମ୍ବାଇଠାରେ " ଲିଟଲ ଫିଲ୍ମ ଇଣ୍ଡିଆ " ନାମକ ଫିଲ୍ମ ନିର୍ମାଣ କମ୍ପାନୀ ସ୍ଥାପନ କରି ଫିଲ୍ମ ସବୁ ନିର୍ମାଣ କରନ୍ତି । ସେ ଜଣେ ଉତ୍ତମ ଲେଖିକା ଭାବରେ "Monsoon Feast" ନାମରେ ଏକ କ୍ଷୁଦ୍ର ଗଳ୍ପ ସଂକଳନରେ ତାଙ୍କର ଗଳ୍ପ ସବୁ ପ୍ରକାଶ କରିଛନ୍ତି । ବର୍ତ୍ତମାନ ସେ ମୁମ୍ବାଇରେ ତାଙ୍କ ସ୍ୱାମୀ ଓ ପୁତ୍ର ସହ ବସବାସ କରନ୍ତି । 

ତାଙ୍କ ଫିଲ୍ମ [ସମ୍ପାଦନା]

Year Title Director Screenwriter Ref.
୨୦୦୦ Kerala Cafe (Happy Journey segment) Yes Yes [୩]
୨୦୧୨  Manjadikuru Yes Yes [୪]
୨୦୧୨  Ustad Hotel Yes [୫]
2015 Bangalore Days Yes Yes [୬]

ପୁରସ୍କାର [ସମ୍ପାଦନା]

  • ୨୦୧୨- ୬୦ ତମ ଜାତୀୟ ଫିଲ୍ମ ପୁରସ୍କାରରେ ଉସ୍ତାଦ ହୋଟେଲ ଫିଲ୍ମ ପାଇଁ ଶ୍ରେଷ୍ଠ ସଂଳାପ 
    [୭]
  • ୨୦୧୩- ଏସିଯାନେଟ ଫିଲ୍ମ ପୁରସ୍କାର ସମାରୋହ  ରେ ଉସ୍ତାଦ ହୋଟେଲ ଫିଲ୍ମ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶନା  
  • ୨୦୧୫- ଦକ୍ଷିଣ ଭାରତୀୟ ଫିଲ୍ମ ଫେୟାର ପୁରସ୍କାର ସମାରୋହରେ "ବାଙ୍ଗାଲୋର ଡେ" ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶିକା ଓ ଶ୍ରେଷ୍ଠ ଜନପ୍ରିୟ ଫିଲ୍ମ ପୁରସ୍କାର 
    [୮]
  • ୨୦୧୫ - ଏସିଆନେଟ ପୁରସ୍କାର ସମାରୋହ - "ବାଙ୍ଗାଲୋର ଡେ" ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶିକା ଓ ଶ୍ରେଷ୍ଠ ଜନପ୍ରିୟ ଫିଲ୍ମ ପୁରସ୍କାର  
    [୯]
  • ୨୦୧୫ - ବନିତା ଫିଲ୍ମ ପୁରସ୍କାର ସମାରୋହ - "ବାଙ୍ଗାଲୋର ଡେ" ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶିକା ଓ ଶ୍ରେଷ୍ଠ ଜନପ୍ରିୟ ଫିଲ୍ମ ପୁରସ୍କାର [୧୦]
  • ୨୦୧୫ - SIIMA ଫିଲ୍ମ ଉତ୍ଶାବ ରେ  "ବାଙ୍ଗାଲୋର ଡେ" ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶିକା ଓ ଶ୍ରେଷ୍ଠ   ଫିଲ୍ମ ପୁରସ୍କାର
    [୧୧]
ଆନ୍ତର୍ଜାତିକ 
  • ୨୦୦୮- ଶ୍ରେଷ୍ଠ ନିର୍ଦ୍ଦେଶକ" ମଞ୍ଜାଡିକୁରୁ "
    [୧୨]ଫିଲ୍ମ ପାଇଁ ହାସାଙ୍କୁଟି ପୁରସ୍କାର 
    [୧୩]
  • ୨୦୦୮- " ମଞ୍ଜଡିକୁରୁ" ପାଇଁ ଶ୍ରେସ୍ଥ ମାଲାୟଲମ ଫିଲ୍ମ ପୁରସ୍କାର FIPRESCI ଫିଲ୍ମ ପୁରସ୍କାର  
    [୧୪][୧୫]

ଆଧାର [ସମ୍ପାଦନା]

  1. "Parque Via wins best film award". The Hindu. Archived from the original on 25 January 2009. Retrieved 19 May 2012.
  2. "Black Nor White website". Archived from the original on 2015-06-26. Retrieved 2017-03-13.
  3. "Review: Kerala Cafe". Sify.
  4. "Seeds of a success story". The Hindu. 26 December 2008.
  5. Nagarajan, Saraswathy (21 June 2012). "Beachside hotel". The Hindu.
  6. "Anjali Menon's movie is Bangalore Days". The Times of India. 24 January 2014.
  7. ":: National Film Award 2012 ::" (PDF). India Government. Retrieved 1 May 2015.
  8. "Filmfare Awards South".
  9. "Asianet Film Awards".
  10. "Vanitha Film Awards 2015". Archived from the original on 2016-04-22. Retrieved 2017-03-13.
  11. "SIIMA awards 2015". Archived from the original on 2015-09-27. Retrieved 2017-03-13.
  12. ":: IFFK 2008 ::". Iffk.keralafilm.com. Archived from the original on 2015-02-17. Retrieved 2014-12-30.
  13. http://www.thehindu.com/todays-paper/parque-via-wins-best-film-award/article1398455.ece
  14. "Awards - Festival Awards 2008". Fipresci. Retrieved 2014-12-30.
  15. "Festival Reports - Kerala 2008 - "Lucky Red Seeds"". Fipresci. Retrieved 2014-12-30.

ବାହାର ଲିଙ୍କ [ସମ୍ପାଦନା]