ଅଙ୍ଗ ସାନ ସୁ କି

ଉଇକିପିଡ଼ିଆ ରୁ
Jump to navigation Jump to search

ଅଙ୍ଗ ସାନ୍ ସୁ କି (ଜନ୍ମ ୧୯ ଜୁନ୍ ୧୯୪୫) ଜଣେ ବର୍ମୀୟ ରାଜନେତ୍ରୀ, କୂଟନୀତିଜ୍ଞା, ଲେଖିକା, ଏବଂ ୧୯୯୧ ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ । ମିଆଁମାରର ସାମରିକ ଶାସନ ଠାରୁ ଆଂଶିକ ଗଣତନ୍ତ୍ରକୁ ପରିବର୍ତ୍ତନ କରିବାରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ବର୍ତ୍ତମାନ ନ୍ୟାସନାଲ୍ ଲିଗ୍ ଫର ଡେମୋକ୍ରାସି ଦଳର ନେତ୍ରୀ ଓ ମିଆଁମାରର ପ୍ରଥମ ତଥା ବର୍ତ୍ତମାନର ରାଜ୍ୟ ପରାମର୍ଶଦାତା (ପ୍ରଧାନମନ୍ତ୍ରୀଙ୍କ ସହ ସମାନ) ପଦବୀରେ ଅଛନ୍ତି ।

ତାଙ୍କ ପିତା ଅଙ୍ଗ ସାନ ଆଧୁନିକ ମିଆଁମାରର ଜାତିର ପିତା ଭାବରେ ଖ୍ୟାତ । ତାଙ୍କ ମା ଖିନ କି ରାଜନେତା ଥିଲେ । ଅଙ୍ଗ ସାନ ସୁ କି ବ୍ରିଟିଶ ବର୍ମାର ରେଙ୍ଗୁନରେ ଜନ୍ମଗ୍ରହଣ କରିଥିଲେ। ୧୯୬୪ ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ୧୯୬୮ ମସିହାରେ ଅକ୍ସଫୋର୍ଡ ୟୁନିଭରସିଟିରୁ ସ୍ନାତକ ହାସଲ କରିବା ପରେ ସେ ତିନି ବର୍ଷ ପାଇଁ ମିଳିତ ଜାତିସଂଘରେ କାର୍ଯ୍ୟ କରିଥିଲେ। ସେ ୧୯୭୨ରେ ସେ ଜଣେ ଅଧ୍ୟାପକ ମାଇକେଲ ଆରିସଙ୍କୁ ବିବାହ କରିଥିଲେ, ଯାହାଙ୍କ ସହ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି ।

ଅଙ୍ଗ ସାନ ସୁ କି ୧୯୮୮ର ବିଦ୍ରୋହ ସମୟରେ କ୍ଷମତାସୀନ ହୋଇଥିଲେ ଏବଂ ନ୍ୟାସନାଲ ଲିଗ ଫର ଡେମୋକ୍ରାସିର (ଏନଏଲଡି) ସାଧାରଣ ସଚିବ ହୋଇଥିଲେ । ଏହି ଦଳକୁ ସେ ସାମରିକ ହୁଣ୍ଟାକୁ ସମାଲୋଚନା କରିଆସୁଥିବା ଅନେକ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ସାହାଯ୍ୟରେ ନୂତନ ଭାବେ ଗଠନ କରିଥିଲେ । ୧୯୯୦ ନିର୍ବାଚନରେ ଏନଏଲଡି ସଂସଦରେ ୮୧% ସିଟ ଜିତିଥିଲା । କିନ୍ତୁ ସେନା ଶକ୍ତି ହସ୍ତାନ୍ତର କରିବାକୁ ମନା କରିଦେଇଥିବାରୁ ଫଳାଫଳକୁ ନାକଚ କରିଦିଆଯାଇଥିଲା । ଏହା ଫଳରେ ଆନ୍ତର୍ଜାତୀୟ ହତାଶା ସୃଷ୍ଟି ହୋଇଥିଲା । ତେବେ ନିର୍ବାଚନ ପୂର୍ବରୁ ସେ ଗୃହଗିରଫରେ ଅଟକ ହୋଇରହିଥିଲେ । ସେ ୧୯୮୯ରୁ ୨୦୧୦ ପର୍ଯ୍ୟନ୍ତ ୨୧ ବର୍ଷ ମଧ୍ୟରୁ ପ୍ରାୟ ୧୫ ବର୍ଷ ଧରି ଗୃହ ଗିରଫରେ ରହି ବିଶ୍ୱର ସବୁଠାରୁ ପ୍ରମୁଖ ରାଜନୈତିକ ବନ୍ଦୀ ହୋଇଥିଲେ । ୧୯୯୯ରେ ଟାଇମ ପତ୍ରିକା ତାଙ୍କୁ "ଗାନ୍ଧୀ ସନ୍ତାନଗଣ"ଙ୍କ ଭିତରୁ ଏକ ବୋଲି ଏବଂ ଅହିଂସା କ୍ଷେତ୍ରରେ ଗାନ୍ଧୀଙ୍କ ଆଧ୍ୟାତ୍ମିକ ଉତ୍ତରାଧିକାରୀ ଭାବେ ନାମିତ କରିଥିଲେ ।[୧]

ପିଲାବେଳ ଓ ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଅଙ୍ଗ ସାନ୍ ସୁ କି(ମଝିରେ ଧଳା ଲୁଗାରେ) ,ପରିବାର ସହିତ ଫଟୋଚିତ୍ର, ୧୯୪୭

ଅଙ୍ଗ ସାନ୍ ସୁ କି ୧୯ ଜୁନ୍ ୧୯୪୫ରେ ବ୍ରିଟିଶ୍ ବର୍ମାର ରେଙ୍ଗୁନ୍ (ବର୍ତ୍ତମାନ ୟାଙ୍ଗନ୍) ସହରରେରେ ଜନ୍ମଗ୍ରହଣ କରିଥିଲେ । ଅଙ୍ଗ ସାନ୍ ୧୯୪୭ ମସିହାରେ ବ୍ରିଟେନରୁ ବର୍ମାର ସ୍ୱାଧୀନତା ପାଇଁ ବୁଝାମଣା କରିଥିଲେ; ସେହି ବର୍ଷ ତାଙ୍କର ହତ୍ୟା ହୋଇଥିଲେ। ପିତାଙ୍କ ମୃତ୍ୟୁ ପରେ ସେ ତାଙ୍କ ମା ଖିନ କି ଏବଂ ଦୁଇ ଭାଇ ଅଙ୍ଗ ସାନ ଲିନ ଏବଂ ଅଙ୍ଗ ସାନ ଊଙ୍କ ସହ ରେଙ୍ଗୁନରେ ବଢିଥିଲେ । ଅଙ୍ଗ ସାନ ଲିନ ଆଠ ବର୍ଷ ବୟସରେ ଏକ ହ୍ରଦରେ ବୁଡ଼ି ଯାଇ ମୃତ୍ୟୁବରଣ କରିଥିଲେ । ତାଙ୍କ ବଡ ଭାଇ କାଲିଫର୍ନିଆର ସାନ ଡିଏଗୋକୁ ଯାଇ ଆମେରିକାର ନାଗରିକତ୍ୱ ଗ୍ରହଣ କରିଥିଲେ। ସେ ପିଲାଦିନର ଅଧିକାଂଶ ସମୟ ମେଥୋଡିଷ୍ଟ ଇଂରାଜୀ ଉଚ୍ଚ ବିଦ୍ୟାଳୟ​​ରେ ଶିକ୍ଷା ଗ୍ରହଣ କରିଥିଲେ । ସେ ଚାରୋଟି ଭାଷା କୁହନ୍ତି: ବର୍ମା, ଇଂରାଜୀ, ଫରାସୀ ଏବଂ ଜାପାନିଜ୍ | ସେ ଜଣେ ଥେରାବଡା ବୌଦ୍ଧ ଧର୍ମାବଲମ୍ବୀ ।

ଅଙ୍ଗ ସାନ୍ ସୁ କି ୬ ବର୍ଷ ବୟସରେ

[୨]

ସୁ କିଙ୍କ ମାତା ଖିନ କି ନୂତନ ଭାବେ ଗଠିତ ବର୍ମା ସରକାରରେ ଉଚ୍ଚ ପଦବୀରେ କାର୍ଯ୍ୟ କରିଥିଲେ । ଖିନ କି ୧୯୬୦ରେ ଭାରତ ଏବଂ ନେପାଳରେ ବର୍ମା ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ ହୋଇଥିଲେ ଏବଂ ଅଙ୍ଗ ସାନ ସୁ କି ସେଠାରେ ତାଙ୍କ ସାଙ୍ଗରେ ଭାରତ ଆସିଥିଲେ। ସେ ନୂଆଦିଲ୍ଲୀର "କନଭେଣ୍ଟ ଅଫ୍ ଜିସସ୍ ଏବଂ ମେରି ସ୍କୁଲ"ରେ ଅଧ୍ୟୟନ କରିଥିଲେ । ୧୯୬୪ ମସିହାରେ ସେ ନୂଆଦିଲ୍ଲୀ ସ୍ଥିତ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଲେଡି ଶ୍ରୀ ରାମ କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସୁ କି ଅକ୍ସଫୋର୍ଡର ସେଣ୍ଟ ହ୍ୟୁଗ୍ କଲେଜରେ ଦର୍ଶନ, ରାଜନୀତି ବିଜ୍ଞାନ ଏବଂ ଅର୍ଥନୀତିରେ ସ୍ନାତକ ଓ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ସେ ମିଳିତ ଜାତିସଂଘରେ ତିନି ବର୍ଷ ମୁଖ୍ୟତଃ ବଜେଟ୍ ପ୍ରସଙ୍ଗରେ କାର୍ଯ୍ୟ କରିଥିଲେ। ସେହି ସମୟରେ ସେ ତାଙ୍କ ଭବିଷ୍ୟତ ସ୍ୱାମୀ ଡଃ ମାଇକେଲ୍ ଆରିସଙ୍କୁ ପ୍ରତିଦିନ ଚିଠି ଲେଖୁଥିଲେ । ୧ ଜାନୁୟାରୀ ୧୯୭୨ରେ, ଭୁଟାନରେ ରହୁଥିବା ତିବ୍ଦତୀୟ ସଂସ୍କୃତି ଓ ସାହିତ୍ୟର ବିଶେଷଜ୍ଞ ମାଇକେଲ୍ ଆରିସ୍ ଏବଂ ଅଙ୍ଗ ସାନ୍ ସୁ କି ବିବାହ କରିଥିଲେ।

୧୯୮୮ରେ, ଅଙ୍ଗ ସାନ୍ ସୁ କି ତାଙ୍କ ଅସୁସ୍ଥ ମାଙ୍କ ସାହାଯ୍ୟ ପାଇଁ ବର୍ମାକୁ ଫେରିଥିଲେ ଏବଂ ପରେ ଗଣତନ୍ତ୍ର ସମର୍ଥକ ଆନ୍ଦୋଳନର ନେତୃତ୍ୱ ନେଇଥିଲେ | ଖ୍ରୀଷ୍ଟମାସ ୧୯୯୫ରେ ଆରିସ ଶେଷ ଥର ଅଙ୍ଗ ସାନ୍ ସୁ କିଙ୍କ ସାକ୍ଷାତ ହୋଇଥିଲେ। ଯେହେତୁ ଅଙ୍ଗ ସାନ୍ ସୁ କି ବର୍ମାରେ ରହିଥିଲେ ଏବଂ ବର୍ମା ଏକଛତ୍ରବାଦୀ ଶାସନ ଆରିସଙ୍କୁ ଆଉ ପ୍ରବେଶ ଭିସା ମନା କରିଦେଇଥିଲା । ୨୭ ମାର୍ଚ୍ଚ ୧୯୯୯ରେ ଆରିସ୍ ତାଙ୍କର ୫୩ ତମ ଜନ୍ମଦିନରେ ମୃତ୍ୟୁ ବରଣ କରିଥିଲେ।[୩]

ରାଜନୈତିକ ଜୀବନ[ସମ୍ପାଦନା]

ଅଙ୍ଗ ସାନ୍ ସୁ କି, ନିର୍ବାଚନ ପ୍ରଚାର ସମୟରେ ,୨୦୧୨

ଅଙ୍ଗ ସାନ ସୁ କି ଗଣତନ୍ତ୍ର ସ୍ଥାପନା ପାଇଁ କାର୍ଯ୍ୟ କରିବାକୁ ରାଜନୀତିରେ ପ୍ରବେଶ କରିଥିଲେ । ସେ ୧୯୮୮ରେ ବର୍ମାକୁ ଫେରିଥିଲେ। ସେହି ବର୍ଷ ବର୍ମାର ଦୀର୍ଘ ଦିନର ସାମରିକ ନେତା ତଥା ଶାସକ ଦଳର ମୁଖ୍ୟ ଜେନେରାଲ ନେ ୱିନ୍ ଇସ୍ତଫା ଦେଇଥିଲେ। ଏହା ପରେ ପରେ ଗଣତନ୍ତ୍ର ସ୍ଥାପନା ପାଇଁ ଜନ ପ୍ରଦର୍ଶନ ୮ ଅଗଷ୍ଟ ୧୯୮୮ରେ ଆୟୋଜିତ ହୋଇଥିଲା। ଏହି ଆନ୍ଦୋଳନ ୮୮୮୮ ଆନ୍ଦୋଳନ ଭାବରେ ଖ୍ୟାତ । ଏହାକୁ ଭାବରେ ସାମରିକ ସରକାର ହିଂସାତ୍ମକ ଭାବରେ ଦମନ କରିଥିଲେ । ସୁ କି ଉଭୟ ମହାତ୍ମା ଗାନ୍ଧୀଙ୍କ ଅହିଂସା ଦର୍ଶନ ଓ ବୌଦ୍ଧ ଧର୍ମର ଦର୍ଶନଦ୍ୱାରା ପ୍ରଭାବିତ ହୋଇଥିଲେ । 27 ସେପ୍ଟେମ୍ବରରେ ନ୍ୟାସନାଲ ଲିଗ୍ ଫର ଡେମୋକ୍ରାସି ସ୍ଥାପନା କରିଥିଲେ। ତାଙ୍କୁ 20 ଜୁଲାଇ 1989ରେ ଗିରଫ କରାଯାଇଥିଲା ଓ ଗୃହ ବନ୍ଦି ଭବେ ରଖା ଯାଇଥିଲା । ସେ ଯୁବସମାଜରେ ବିପୁଳ ଲୋକପ୍ରିୟତା ଏବଂ ସମର୍ଥନ ବଜାୟ ରଖିଥିଲେ । ଏହି ସଙ୍କଟ ସମୟରେ ବର୍ମାଙ୍କ ପୂର୍ବ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଉ ନୁ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରିବା ପାଇଁ ପ୍ରସ୍ତାବ ରଖିଥିଲେ ଏବଂ ବିରୋଧୀ ଦଳର ନେତାମାନଙ୍କୁ ତାଙ୍କ ସହ ଯୋଗଦେବାକୁ ଆମନ୍ତ୍ରଣ କରିଥିଲେ । ମାତ୍ର ଅଙ୍ଗ ସାନ୍ ସୁ କି ୟୁ "ବିରୋଧୀଙ୍କ ଭବିଷ୍ୟତକୁ ଜନସାଧାରଣଙ୍କଦ୍ୱାରା ସ୍ଥିର କରାଯିବ" ବୋଲି କହି ଊ ନୁଙ୍କ ଯୋଜନାକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଥିଲେ ।

୧୯୯୦ରେ, ସାମରିକ ଶାସକ ଦଳ ଏକ ସାଧାରଣ ନିର୍ବାଚନ ଡାକିଥିଲା ଯେଉଁଥିରେ ନ୍ୟାସନାଲ ଲିଗ୍ ଫର ଡେମୋକ୍ରାସି (NLD) ୫୯% ଭୋଟ୍ ପାଇଥିଲା । ସାମରିକ ଶାସକ ଦଳ ଫଳାଫଳକୁ ରଦ୍ଦ କରିଥିଲେ ଏବଂ କ୍ଷମତା ହସ୍ତାନ୍ତର କରିବାକୁ ମନା କରିଦେଇଥିଲେ, ଫଳସ୍ୱରୂପ ଏକ ଆନ୍ତର୍ଜାତୀୟ ସ୍ତରରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଅଙ୍ଗ ସାନ ସୁ କିଙ୍କୁ ରେଙ୍ଗୁନର ବିଶ୍ୱବିଦ୍ୟାଳୟ ଆଭେନ୍ୟୁରେ ଥିବା ତାଙ୍କ ଘରେ ଗୃହବନ୍ଦି ରଖାଯାଇଥିଲା । ଏହାର ବର୍ଷେ ପରେ ତଙ୍କୁ ଶନ୍ତି ପାଇଁ ନୋବେଲ୍ ପୁରସ୍କାର ମିଳିଥିଲା ।

ଅଙ୍ଗ ସାନ୍ ସୁ କିଙ୍କୁ ୧୫ ବର୍ଷ ପାଇଁ ଗୃହବନ୍ଦି ରଖାଯାଇଥିଲା।ଏହି ସମୟ ମଧ୍ୟରେ ତାଙ୍କୁ ଦଳର ସମର୍ଥକ ତଥା ଆନ୍ତର୍ଜାତୀୟ ପରିଦର୍ଶକଙ୍କୁ ଭେଟିବାକୁ ବାରଣ କରାଯାଇଥିଲା। । ଏକ ସାକ୍ଷାତକାରରେ ସେ କହିଥିଲେ ଯେ ଗୃହବନ୍ଦିରେ ଥିବାବେଳେ ସେ ତାଙ୍କ ସ୍ୱାମୀ ତାଙ୍କୁ ପଠାଇଥିବା ଦର୍ଶନ, ରାଜନୀତି ଏବଂ ଜୀବନୀ ପଢିବାରେ ସମୟ ଅତିବାହିତ କରିଥିଲେ । ସେ ପିଆନୋ ବଜାଇବାରେ ମଧ୍ୟ ସମୟ ଅତିବାହିତ କରିଥିଲେ ଏବଂ ତାଙ୍କୁ ବେଳେବେଳେ ବିଦେଶୀ କୂଟନୀତିଜ୍ଞ ତଥା ତାଙ୍କ ବ୍ୟକ୍ତିଗତ ଚିକିତ୍ସକଙ୍କ ପରିଦର୍ଶନ ପାଇଁ ଅନୁମତି ଦିଆଯାଇଥିଲା |[୪]

୨୦୧୫ର ନିର୍ବାଚନ[ସମ୍ପାଦନା]

ସେହି ନିର୍ବାଚନରେ NLD ଏକ ବୃହତ ବିଜୟ ହାସଲ କରି ପ୍ରତିନିଧି ସଭାରେ ଅତି କମରେ ୨୫୫ଟି ଆସନ ଏବଂ ନ୍ୟାସନାଲ ହାଉସରେ ୧୩୫ଟି ଆସନ ଜିତିଥିଲା। ଏଥିସହ ଅଙ୍ଗ ସାନ୍ ସୁ କି ପ୍ରତିନିଧି ସଭାକୁ ପୁନ-ନିର୍ବାଚନରେ ଜିତିଥିଲେ। ୩୦ ମାର୍ଚ୍ଚ ୨୦୧୬ରେ ସେ ରାଷ୍ଟ୍ରପତି ହିଟିନ୍ କାୟାଙ୍କ ସରକାରରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ, ବୈଦେଶିକ ବ୍ୟାପାର, ଶିକ୍ଷା ତଥା ବିଦ୍ୟୁତ୍ ଶକ୍ତି ମନ୍ତ୍ରଣାଳୟର ଦାୟିତ୍ୱ ନେଇଥିଲେ। ରାଷ୍ଟ୍ରପତି ହଟିନ୍ କାୟା ତାଙ୍କୁ ରାଜ୍ୟ ପରାମର୍ଶଦାତା ନିଯୁକ୍ତ କରିଥିଲେ, ଯାହା ତାଙ୍କ ପାଇଁ ବିଶେଷ ଭାବରେ ସୃଷ୍ଟି କରାଯାଇଥିଲା। ଏହି ପଦବୀ ପ୍ରଧାନମନ୍ତ୍ରୀ ପଦବୀ ସହ ସମାନ ମାନ୍ୟତାର ।[୫]

ବିବାଦ[ସମ୍ପାଦନା]

ରୋହିଙ୍ଗିଆ ଗଣହତ୍ୟା ଓ ରୋହିଙ୍ଗ୍ୟା ଲୋକଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ଉପରେ ଅଙ୍ଗ ସାନ୍ ସୁ କିଙ୍କର ନିରବତା ଓ ନିଷ୍କ୍ରିୟତା ପାଇଁ ତାଙ୍କୁ ସମାଲୋଚନା କରାଯାଇଛି । ଅନେକ ଅନ୍ତର୍ଜାତୀୟ ଅନୁଷ୍ଠାନ ତଙ୍କର ନୋବେଲ୍ ଶାନ୍ତି ପୁରସ୍କାର ଫେରେଇ ନେବା ପାଇଁ ଦାବି କରିଛନ୍ତି ।[୬]

ଆଧାର[ସମ୍ପାଦନା]

  1. "The Children of Gandhi" (excerpt). Time. 31 December 1999. Archived from the original on 5 October 2013.
  2. "Profile: Aung San Suu Kyi". news.bbc.co.uk. 2007-06-12. Archived from the original on 2007-06-12. Retrieved 2020-11-20.CS1 maint: unfit URL (link)
  3. "Suu Kyi rejects UK visit offer". BBC News. 2016-03-05. Archived from the original on 2016-03-05. Retrieved 2020-11-20.
  4. "Aung San Suu Kyi Freed From House Arrest - Yahoo! News UK". uk.news.yahoo.com. 2010-11-17. Archived from the original on 2010-11-17. Retrieved 2020-11-20.
  5. "Myanmar election: Suu Kyi's NLD wins landslide victory - BBC News". BBC News. 2015-11-13. Archived from the original on 2015-11-13. Retrieved 2020-11-20.CS1 maint: unfit URL (link)
  6. Ratcliffe, Rebecca (2018-11-12). "Aung San Suu Kyi stripped of Amnesty's highest honour over 'shameful betrayal'". the Guardian. Archived from the original on 2018-11-12. Retrieved 2020-11-20.