ୟାଂଗୋନ

Coordinates: 16°51′N 96°11′E / 16.850°N 96.183°E / 16.850; 96.183
ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ୟାଂଗୋନ
ରେଙ୍ଗୁନ
ମହାନଗରୀ
Clockwise from top: Shwedagon Pagoda, aerial view of central Yangon, colonial-era buildings along Strand Road, the Karaweik at Kandawgyi Lake, Sule Pagoda, Yangon High Court
Clockwise from top: Shwedagon Pagoda, aerial view of central Yangon, colonial-era buildings along Strand Road, the Karaweik at Kandawgyi Lake, Sule Pagoda, Yangon High Court
Flag of ୟାଂଗୋନ
Coordinates: 16°51′N 96°11′E / 16.850°N 96.183°E / 16.850; 96.183
ଦେଶମିଆଁମାର
ଅଞ୍ଚଳୟାଂଗୋନ ଅଞ୍ଚଳ
ସ୍ଥାପିତc. 1028–1043 CE
Government
 • ମେୟରMaung Maung Soe
Area
 • Urban
598.75 km2 (231.18 sq mi)
 • Metro
10,170 km2 (3,930 sq mi)
Time zoneUTC+6:30 (MST)
Area code01
ଯାନବାହାନ ପଞ୍ଚୀକରଣYGN
Websiteycdc.gov.mm

ୟାଂଗୋନ ବା ରେଙ୍ଗୁନ ମିଆଁମାରର ୟାଂଗୋନ ଅଞ୍ଚଳର ରାଜଧାନୀ ଅଟେ । ଏହା ୨୦୦୬ ମସିହା ପର୍ଯ୍ୟନ୍ତ ମିଆଁମାରର ରାଜଧାନୀ ଥିଲା । [୧] ସାତ ନିୟୁତରୁ ଅଧିକ ଲୋକ ବାସ କରୁଥିବା ଏହି ନଗରଟି ମିଆଁମାରର ବୃହତ୍ତମ ନଗରୀ ଅଟେ ଏବଂ ଏହାର ସର୍ବାଧିକ ଗୁରୁତ୍ତ୍ୱପୂର୍ଣ୍ଣ ବାଣିଜ୍ୟିକ କେନ୍ଦ୍ର ଅଟେ ।

ୟାଂଗୋନରେ ଉପନିବେଶ ସମୟର ସର୍ବାଧିକ କୋଠାବାଡ଼ି ଦେଖିବାକୁ ମିଳେ [୨] ଏବଂ ସେହି ସମୟର ଜନବସତି ମଧ୍ୟ ରହିଛି ଯାହା ଏପର୍ଯ୍ୟନ୍ତ ଅକ୍ଷତ ଅବସ୍ଥାରେ ରହିଛି । [୩] ଏଠାରେ ଅନେକ ପୁରାତନ ବୌଦ୍ଧ କିର୍ତ୍ତୀ ଦେଖିବାକୁ ମିଳେ, ଯାହା ମଧ୍ୟରେ ମିଆଁମାରର ସବୁଠାରୁ ପବିତ୍ର ଶ୍ୱେଡାଗନ୍ ପାଗୋଡ଼ା ଅନ୍ତର୍ଭୁକ୍ତ । ଏଠାରେ ଭାରତର ଶେଷ ମୋଗଲ ସମ୍ରାଟ ବାହାଦୁର୍ ଶାହାଙ୍କୁ ନିର୍ବାସିତ କରାଯାଇଥିଲା ।

ଇତିହାସ[ସମ୍ପାଦନା]

ୟାଂଗୋନର ସ୍ଥାପନା ୧୧ଶ ଶତାବ୍ଦୀ ଆରମ୍ଭରେ ଡାଗୋନ ନାଁରେ ମୋନ୍ ଜାତିର ଲୋକଙ୍କଦ୍ୱାରା ହୋଇଥିଲା । ସେ ସମୟରେ ସେମାନେ ନିମ୍ନ ବର୍ମା ଅଞ୍ଚଳକୁ ନିଜ ଅଧିନରେ ରଖିଥିଲେ । [୪] ଡାଗୋନ ଏକ ଛୋଟ ଧୀବର ଗାଁ ଥିଲା । ୧୭୫୫ ମସିହାରେ ରାଜା ଆଲୌଙ୍ଗ୍ ପେୟା ଡାଗୋନ ଅଧିକାର କରି ତାହାର ନାମ ୟାଂଗୋନ ରଖିଥିଲେ । ପ୍ରଥମ ଇଂରେଜ-ବର୍ମୀୟ ଯୁଦ୍ଧ ସମୟରେ ଇଂରେଜମାନେ ଏହି ସହର ଦଖଲ କରିଥିଲେ, ମାତ୍ର ପରେ ଏହା ବର୍ମୀୟ କର୍ତ୍ତୁପକ୍ଷଙ୍କୁ ଫେରାଇ ଦେଇଥିଲେ । ୧୮୪୧ ମସିହାରେ ଏହି ନଗରୀ ଅଗ୍ନୀରେ ଧ୍ୱଂଶ ହୋଇଯାଇଥିଲା ।[୫]

୧୮୫୨ ମସିହାର ଦ୍ୱିତୀୟ ଇଂରେଜ-ବର୍ମୀୟ ଯୁଦ୍ଧରେ ଇଂରେଜମାନେ ଏହି ସହର ଓ ସମ୍ପୂର୍ଣ୍ଣ ନିମ୍ନ ବର୍ମା ଆଉଥରେ ଦଖଲ କଲେ । ଏହାପରେ ୟାଂଗୋନ୍ ବ୍ରିଟିଶ ଶାସିତ ବର୍ମାର ରାଜନୈତିକ ଓ ଅର୍ଥନିତିକ ପ୍ରାଣକେନ୍ଦ୍ରରେ ପରିଣତ ହେଲା । ୧୮୫୩ ମସିହାରେ ବର୍ମାର ରାଜଧାନୀ ଏହି ସହରକୁ ସ୍ଥାନାନ୍ତରିତ ହେଲା ।[୬] ଉପବନ ଓ ସ୍ଥାପତ୍ୟ ଭରା ଏହି ସହରକୁ ତାର ସୌନ୍ଦର୍ଯ୍ୟ ପାଇଁ "ପୂର୍ବର ବଗିଚା ସହର" କୁହାଯାଉଥିଲା ।

ପ୍ରଥମ ବିଶ୍ୱଯୁଦ୍ଧ ପରେ ଏହା ମିଆଁମାର ସ୍ୱାଧୀନତା ଅନ୍ଦୋଳନର ପ୍ରାଣକେନ୍ଦ୍ର ହୋଇଥିଲା । ୧୯୪୨ରୁ ୧୯୪୫ ଯାଏଁ ଏହା ଜାପାନୀମାନଙ୍କ ଅଧୀନରେ ରହିଲା । ୨ୟ ବିଶ୍ୱଯୁଦ୍ଧରେ ଏହି ନଗରୀ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ୧୯୪୮ରେ ବର୍ମା ସ୍ୱାଧୀନ ହେବା ପରେ ୟାଂଗୋନ ଏହାର ରାଜଧାନୀ ହୋଇଥିଲା ।

ଭୌଗଳିକ ବିଶେଷତ୍ତ୍ୱ[ସମ୍ପାଦନା]

ୟାଂଗୋନ ନିମ୍ନ ବର୍ମାରେ ୟାଂଗୋନ ଓ ବାଗୋ ନଦୀର ସଙ୍ଗମରେ ଅବସ୍ଥିତ । ଏହା ମାର୍ତାବାନ ଉପସାଗରରୁ ପାଖାପାଖି ୩୦ କି ମି ଦୂରରେ ୧୬° ୪୮' ଉତ୍ତର ଅକ୍ଷାଂଶ ଓ ୧୬°୪୮' ପୂର୍ବ ଦ୍ରାଘିମାରେ ଅବସ୍ଥିତ । ଏହାର ମାନକ ସମୟ କେନ୍ଦ୍ର GMT +6:30 ଘଣ୍ଟା ଅଟେ ।

ୟାଂଗୋନର ଜଳବାୟୁ ଅପେକ୍ଷାକୃତ ଆର୍ଦ୍ର ଅଟେ । [୭] ଏଠାରେ ବର୍ଷାକାଳ ଦୀର୍ଘସ୍ଥାୟୀ, ପ୍ରାୟ ମଇ ମାସରୁ ଅକ୍ଟୋବର ପର୍ଯ୍ୟନ୍ତ ରହିଥାଏ । ନଭେମ୍ବରରୁ ଅପ୍ରେଲ ମାସ ମଧ୍ୟରେ ପାଗ ସାଧାରଣତଃ ସୁଖିଲା ରହେ ଓ ଅତି ଅଳ୍ପ ପରିମାଣରେ ବର୍ଷା ହୁଏ । ଏଠାରେ ସର୍ବୋଚ୍ଚ ତାପମାତ୍ରା ୨୯ରୁ ୩୬° ସେଲସିଅସ ଓ ସର୍ବନିମ୍ନ ତାପମାତ୍ରା ୧୮ରୁ ୨୫° ସେଲସିଅସ ପର୍ଯ୍ୟନ୍ତ ରହିଥାଏ ।


ଆଧାର[ସମ୍ପାଦନା]

  1. "Burma's new capital stages parade". BBC News. 27 March 2006. Retrieved 3 August 2006.
  2. Martin, Steven (30 March 2004). "Burma maintains bygone buildings". BBC News. Retrieved 22 May 2006.
  3. "As Myanmar Modernizes, Architectural Gems Are Endangered". NPR. 4 June 2014. Retrieved 8 April 2017.
  4. Founded during the reign of King Pontarika, per Charles James Forbes Smith-Forbes (1882). Legendary History of Burma and Arakan. The Government Press. p. 20.; the king's reign was 1028 to 1043 per Harvey, G. E. (1925). History of Burma: From the Earliest Times to 10 March 1824. London: Frank Cass & Co. Ltd. p. 368.
  5. Kyaw Kyaw (2006). Frauke Krass; Hartmut Gaese; Mi Mi Kyi (eds.). Megacity yangon: transformation processes and modern developments. Berlin: Lit Verlag. pp. 333–334. ISBN 3-8258-0042-3.
  6. "Yangon Summary Review and Analysis". Bookrags.com. 17 October 2005. Retrieved 17 April 2010.
  7. Peel, M. C. and Finlayson, B. L. and McMahon, T. A. (2007). "Updated world map of the Köppen–Geiger climate classification" (PDF). Hydrol. Earth Syst. Sci. 11 (5): 1633–1644. doi:10.5194/hess-11-1633-2007. ISSN 1027-5606.{{cite journal}}: CS1 maint: multiple names: authors list (link) CS1 maint: unflagged free DOI (link)