ଅକ୍ଷୟ ଆନନ୍ଦ

ଉଇକିପିଡ଼ିଆ‌ରୁ
ଅକ୍ଷୟ ଆନନ୍ଦ
Born
ଜନ୍ ଗାର୍ଡନର୍

(1969-01-30) ୩୦ ଜାନୁଆରୀ ୧୯୬୯ (ବୟସ ୫୫)
ଦିଲ୍ଲୀ, ଭାରତ
Nationalityଭାରତୀୟ
Occupationଅଭିନେତା
Years active୧୯୮୫–ଏବେଯାଏଁ
Spouseରୋମା ଗାର୍ଡନର୍

ଜନ୍ ଗାର୍ଡନର୍ (ଜନ୍ମ ୩୦ ଜାନୁଆରୀ ୧୯୬୯) ଜଣେ ଭାରତୀୟ ଅଭିନେତ, ଯିଏକି ଅକ୍ଷୟ ଆନନ୍ଦ ଭାବରେ ଜଣାଶୁଣା । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଓ ଦୂରଦର୍ଶନରେ କାମ କରନ୍ତି ।

ପ୍ରାରମ୍ଭିକ ଜୀବନ ଓ ପେଷା[ସମ୍ପାଦନା]

ସେ ୧୯୬୯ ମସିହାର ଜାନୁଆରୀ ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଜନ୍ମ ସମୟରେ ତାଙ୍କ ନାମ ଥିଲା ଜନ୍ ଗାର୍ଡନର୍ । ସେ ତାଙ୍କ ଅଭିନୀତ ପ୍ରଥମ ଧାରାବାହିକ ଇନ୍ଦ୍ରଧନୁଷର ଚରିତ୍ରରୁ ଅନୁପ୍ରାଣିତ ହୋଇ ତାଙ୍କ ନାମ ଅକ୍ଷୟକୁ ପରିବର୍ତ୍ତନ କରିଥିଲେ । ହମ୍ ନୌଜବାନ୍ କଥାଚିତ୍ରରେ ସେ କାମ କରିବାବେଳେ ଦେବାନନ୍ଦଙ୍କ ତାଙ୍କ ନାମ ଆନନ୍ଦ ରଖିଥିଲେ । ଅଭିନୟ କରିବା ପୂର୍ବରୁ ସେ ମୁମ୍ବାଇର ସେଣ୍ଟ ଜାଭିୟର କଲେଜରେ ଅର୍ଥନୀତି ଅଧ୍ୟୟନ କରିଥିଲେ ।[୧]

୧୯୮୯ ମସିହାରେ ସେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଇନ୍ଦ୍ରଧନୁଷ, ଯାହାକି ସମୟ ଯାତ୍ର ଉପରେ ଆଧାରିତ ଥିଲା ।[୨]

ସେ ଅକ୍ଷୟ ଆନନ୍ଦ ଏକାଡେମୀ ନାମକ ଏକ ନାଟକ ବିଦ୍ୟାଳୟ ଚଲାଉଛନ୍ତି ।[୩] ପ୍ରଯୋଜକ ଭାବରେ ସେ କିଛି କଥାଚିତ୍ର ଓ ୱେବ୍ ସିରିଜ୍‌ର ପ୍ରଯୋଜନା କରିଛନ୍ତି ।

ଆଧାର[ସମ୍ପାଦନା]

  1. Maheshwri, Neha. "Akshay Anand: I rue the fact that I didn't market myself properly - Times of India". The Times of India.
  2. "Story behind Indradhanush: India's first iconic sci-fi TV show". dailyo.in. 7 October 2016. Archived from the original on 23 December 2017. Retrieved 23 December 2017.
  3. "Akshay Anand Acting Academy". Archived from the original on 12 April 2019. Retrieved 11 June 2020.

ବାହାର ଲିଙ୍କ୍[ସମ୍ପାଦନା]