ନିକୋଟିନ ପୁନଃସ୍ଥାପନ ଚିକିତ୍ସା

ଉଇକିପିଡ଼ିଆ‌ରୁ
ନିକୋଟିନ ପୁନଃସ୍ଥାପନ ଚିକିତ୍ସା
ଗୋଟିଏ ନିକୋଟିନ ପ୍ୟାଚ ବାମ ବାହୁରେ ଲଗାଯାଇଛି । is applied to the left arm
Clinical data
Trade namesNicoderm, Commit, Nicorette, other[୧]
AHFS/Drugs.commonograph
Pregnancy
category
Identifiers
  • (S)-3-[1-Methylpyrrolidin-2-yl]pyridine
CAS Number

ନିକୋଟିନ ପୁନଃସ୍ଥାପନ ଚିକିତ୍ସା (ଏନଆରଟି) ଏକ ମେଡିକାଲ ଅନୁମୋଦିତ ଚିକିତ୍ସା ପଦ୍ଧତି ଯାହାଦ୍ୱାରା ଟୋବାକୋ ନ ନେଇ ଅନ୍ୟ ଉପାୟରେ ନିକୋଟିନ ନିଆଯାଏ ।[୨] ଧୂମ୍ରପାନ ତ୍ୟାଗ ବା ଟୋବାକୋ ଚୋବେଇବା ଅଭ୍ୟାସ ଛଡ଼େଇବା ନିମନ୍ତେ ଏହି ଚିକିତ୍ସା କରାଯାଏ । [୧][୩] ଏହାଦ୍ୱାରା ଧୁମ୍ରପାନ ପ୍ରାୟ ୫୦%ରୁ ୭୦% କମିଯାଏ । [୪] ଏହା ସ‌ହିତ ଅନ୍ୟ କେତେକ ବ୍ୟବ‌ହାରିକ ପରବର୍ତ୍ତନ କରିବାକୁ ହୁଏ । ଅଲ୍‌ସରେଟିଭ କୋଲାଇଟିସ ରୋଗରେ ମଧ୍ୟ ଏନଆରଟି ଚିକିତ୍ସା କରାଯାଏ । ଏନଆରଟି ଦେବାର ବିଭିନ୍ନ ପଦ୍ଧତି: ନିକୋଟିନ ପ୍ୟାଚ୍, ନିକିଟିନ ଚୁଇଙ୍ଗ ଗମ୍, ନିକୋଟିନ ଲୋଜେଞ୍ଜ, ନାସିକା ସ୍ପ୍ରେଏନଆରଟି ଅନ୍ତଃଶୋଷକ[୧] ଏକାଧିକ ଏନଆରଟି ଏକ ସମୟରେ ବ୍ୟବ‌ହାର କଲେ ଅଧିକ ସୁଫଳ ମିଳେ ।[୫][୬]

ନିକୋଟିନ ପ୍ରସ୍ତୁତି (formulation) ଉପରେ ପାର୍ଶ୍ୱ ପ୍ରତିକ୍ରିୟା ନିର୍ଭର କରେ । ଚୁଇଙ୍ଗ ଗମ୍ ନେଲେ ଅଇ, ହିକ୍କା ଓ ପାଟି ଜ୍ୱାଳା ହୁଏ । ପ୍ୟାଚ୍ ନେଲେ ଚର୍ମ ଜ୍ୱାଳା ହୁଏ ଓ ପାଟି ଶୁଖିଯାଏ; ଅନ୍ତଃଶୋଷକ ନେଲେ କାଶ, ନାକରୁ ପାଣି ବୋହିବା ଓ ମୁଣ୍ଡବଥା ହୁଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ନିକୋଟିନ ବିଷାକ୍ତ‌ତାନିଶାଗ୍ରସ୍ତ ହେବା ଦେଖାଯାଏ ।[୧] ଅଧିକ ହୃଦ୍‌ଘାତ ସଙ୍କଟ ହେବା ଜଣାଯାଏ ନାହିଁ ।[୪] ଗର୍ଭାବସ୍ଥାରେ ଏହା ନେଲେ ଶିଶୁର କ୍ଷତି ହେବା ସମ୍ଭାବନା ଥାଏ ।[୧][୭] ନିକୋଟିନ ନିଶା ଯୋଗୁ ହେଉଥିବା ଅଦମ୍ୟ ଇଚ୍ଛାକୁ ନିକୋଟିନ ପୁନଃସ୍ଥାପନ ଚିକିତ୍ସା ପ୍ରଶମିତ କରେ । [୧][୮]

ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୮୪ରେ ଏହା ବ୍ୟବ‌ହାର ନିମନ୍ତେ ଅନୁମୋଦିତ ହୋଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୯] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ୟାଚ୍ ବା ଗମ୍ ବ୍ୟବ‌ହାର କଲେ ଏକ ମାସରେ ୧୦୦ରୁ ୨୦୦ ଡଳାର ଖର୍ଚ୍ଚ ହୁଏ ଓ ଅନ୍ୟ ପ୍ରକାର ଔଷଧର ଦାମ ଅତ୍ୟଧିକ ବେଶୀ ।[୧୦]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Nicotine". The American Society of Health-System Pharmacists. Retrieved Dec 2015. {{cite web}}: Check date values in: |accessdate= (help)
  2. Jain, R; Majumder, P; Gupta, T (2013). "Pharmacological intervention of nicotine dependence". BioMed research international. 2013: 278392. doi:10.1155/2013/278392. PMC 3891736. PMID 24490153.{{cite journal}}: CS1 maint: unflagged free DOI (link)
  3. Smith, KD; Scott, MA; Ketterman, E; Smith, PO (April 2005). "Clinical inquiries. What interventions can help patients stop using chewing tobacco?". The Journal of family practice. 54 (4): 368–9. PMID 15833231.
  4. ୪.୦ ୪.୧ Stead, LF; Perera, R; Bullen, C; Mant, D; Hartmann-Boyce, J; Cahill, K; Lancaster, T (Nov 14, 2012). Stead, Lindsay F (ed.). "Nicotine replacement therapy for smoking cessation". The Cochrane database of systematic reviews. 11: CD000146. doi:10.1002/14651858.CD000146.pub4. PMID 23152200.
  5. McDonough, M (August 2015). "Update on medicines for smoking cessation". Australian prescriber. 38 (4): 106–11. PMC 4653977. PMID 26648633. Evidence suggests that combinations of nicotine replacement therapy may be more effective than using a single formulation
  6. Cahill, K; Stevens, S; Perera, R; Lancaster, T (31 May 2013). "Pharmacological interventions for smoking cessation: an overview and network meta-analysis". The Cochrane database of systematic reviews. 5: CD009329. doi:10.1002/14651858.CD009329.pub2. PMID 23728690. Combination NRT also outperformed single formulations
  7. De Long, NE; Barra, NG; Hardy, DB; Holloway, AC (December 2014). "Is it safe to use smoking cessation therapeutics during pregnancy?". Expert opinion on drug safety. 13 (12): 1721–31. doi:10.1517/14740338.2014.973846. PMID 25330815.
  8. "Nicotine Replacement Therapy for Smoking Cessation or Reduction: A Review of the Clinical Evidence". Canadian Agency for Drugs and Technologies in Health. 16 January 2014. PMID 24741730. {{cite journal}}: Cite journal requires |journal= (help)
  9. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  10. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 441. ISBN 9781284057560.