କୁମାର ସାନୁ

ଉଇକିପିଡ଼ିଆ‌ରୁ
କୁମାର ସାନୁ
Background information
ମୂଳ ନାମ
কুমার শানু
ଜନ୍ମ ସମୟରେ ନାମକେଦାରନାଥ ଭଟଚାର୍ଜ୍ୟ
ଜନ୍ମ (1957-10-20) ୨୦ ଅକ୍ଟୋବର ୧୯୫୭ (ବୟସ ୬୬)[୧][୨]
Kolkata, West Bengal, India
ଶୈଳୀPlayback singing
ପେଷାSinger, Music Director, Lyricist, Actor, Producer
ବାଦ୍ୟଯନ୍ତ୍ରTabla
କାର୍ଯ୍ୟକାଳ1989–present
ଲେବଲYash Raj Films, T-Series, Sony Music, Zee Music Company, Tips, Saregama, Venus Records & Tapes

କୁମାର ସାନୁ(୨୦ ଅକ୍ଟୋବର ୧୯୫୭)ଙ୍କ ପ୍ରକୃତ ନାମ ହେଉଛି କେଦାରନାଥ ଭଟ୍ଟାଚାର୍ଯ୍ୟ ଜଣେ ଭାରତୀୟ କଣ୍ଠଶିଳ୍ପୀ । ସେ ବଲିଉଡରେ ବେଶ ପରିଚିତ ଓ ପ୍ରସିଦ୍ଧ । ୧୯୯୩ରେ ଏକ ଦିନରେ ୨୮ଟି ଗୀତ ରେକଡିଙ୍ଗ କରି ସେ ଗିନିଜ ବୁକରେ ସ୍ଥାନ ପାଇଥିଲେ । କ୍ରମାଗତ ୫ଥର ସେ ଫିଲ୍ମ ଫେୟାର ଆୱାର୍ଡ(ସବୁଠାରୁ ଭଲ ପୁରୁଷ ଗାୟକ) ପାଇ ରେକର୍ଡ କରିଥିଲେ । ୨୦୦୯ରେ ପଦ୍ମଶ୍ରୀ ଉପାଧି ପାଇଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

କୁମାରଙ୍କ ବାପା ପଶୁପତି ଭଟ୍ଟାଚାର୍ଯ୍ୟ ଜଣେ ଗାୟକ ଓ ପ୍ରଯୋଜକ ଥିଲେ । ସେ ଓ କୁମାରଙ୍କ ବଡ଼ ଭଉଣୀଙ୍କ ସହ ସେ କଲିକତା(ଦମଦମ)ରେ ରହୁଥିଲେ । ସେ କୁମାରଙ୍କୁ ଜଣେ ଗାୟକ ଓ ତବଲା ବାଦକ ହିସାବରେ ଶିକ୍ଷା ଦେଇଥିଲେ । ୧୯୭୯ କଲିକତା ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ହାସଲ ପରେ ସେ ବିଭିନ୍ନ ହୋଟେଲ ଓ ଷ୍ଟେଜରେ ଗୀତ ଗାଇବା ଆରମ୍ଭ କରିଥିଲେ । ପ୍ରସିଦ୍ଧ ବଲିଉଡ ଗାୟକ କିଶୋର କୁମାରଙ୍କ ଠୁ ଅନୁପ୍ରାଣିତ ହୋଇ ସେ ଗୀତ ଗାଇବା ଆରମ୍ଭ କରିଥିଲେ ବୋଲି ସାନୁ କୁହନ୍ତି ।

କ୍ୟାରିୟର[ସମ୍ପାଦନା]

ଏକ ବାଂଲାଦେଶୀ ଚଳଚ୍ଚିତ୍ର ତିନ କନ୍ୟାରୁ ସେ ତାଙ୍କ ଗାଇବା କ୍ୟାରିୟର ଆରମ୍ଭ କରିଥିଲେ । ୧୯୮୭ରେ ପ୍ରଯୋଜକ ଓ ଗାୟକ ଜଗଜୀତ ସିଂ ସାନୁଙ୍କୁ ପ୍ରଥମେ ବଲିଉଡ ଫିଲ୍ମ ଆନ୍ଧିୟାରେ ଗାଇବାର ସୁଯୋଗ ପ୍ରଦାନ କରିଥିଲେ । ପରେ ପରେ ସେ ନଉସଦ,ରାଜଦନ,କଲ୍ୟାଣୀ ଅନ୍ଦାଜି ଓ ଉଷା ଖାନ୍ନା ଭଳି ପ୍ରଯୋଜକମାନଙ୍କ ସହ କାମ କରିଥିଲେ । ୧୯୯୦ରେ ଆଶିକି,୧୯୯୧ରେ ଫିଲ୍ମ ସାଜନ , ୧୯୯୨ରେ ଫିଲ୍ମ ଦିବାନା , ୧୯୯୩ରେ ବାଜିଗର ଓ ୧୯୯୪ରେ ଏ ଲଭ ଷ୍ଟୋରି ପାଇଁ ସେ ଫିଲ୍ମ ଫେୟାର ଆୱାର୍ଡ ପାଇଥିଲେ ।

ସମ୍ମାନ[ସମ୍ପାଦନା]

ବର୍ଷ ଆୱାର୍ଡ ସଂପୃକ୍ତ ଅନୁଷ୍ଠାନ / ବ୍ୟକ୍ତିତ୍ୱ
୨୦୦୧ ୩୧ ମାର୍ଚ - କୁମାର ସାନୁ-ପ୍ରଥମ ଭାରତୀୟ ଗାୟକ ଭାବରେ ଆମେରିକାରେ ସମ୍ମାନିତ । ମାଇକେଲ, ମେୟୋର, ଡେଟୋନ, ଓହାଈଓ, U.S.[୪]
୨୦୦୧ doctarte ଆମେରିକା ବିଶ୍ୱବିଦ୍ୟାଳୟ
୨୦୦୯ Padma Shri Government of India
୨୦୧୨ ଆମେଦକର ଆୱାର୍ଡ ପିପୁଲ ଏଜୁକେସନ ଷୋସାଇଟି
୨୦୧୪ ମହାରାଷ୍ଟ୍ର ରତ୍ନ ଆୱାର୍ଡ Government of Maharashtra
୨୦୧୪ ମହାନୟକ ସମ୍ମାନ ଲାଇଫ ଟାଇମ ଆଚିଭମେଣ୍ଟ (ବଙ୍ଗାଳୀ ଗାୟକ ଭାବରେ ) Government of West Bengal
  1. "Profile and details of Kumar Sanu". Bollywood Village. Retrieved 6 November 2013.
  2. "Life History of Kumar Sanu". Cultural India. Retrieved 6 November 2013.
  3. http://timesofindia.indiatimes.com/entertainment/hindi/music/news/All-reality-shows-are-money-minting-programmes-Kumar-Sanu/articleshow/14603961.cms
  4. "ଆର୍କାଇଭ୍ କପି". Archived from the original on 2004-08-30. Retrieved 2016-01-11. {{cite web}}: Cite has empty unknown parameter: |1= (help)