ୟେଲୋ ଫିଭର ଟିକା

ଉଇକିପିଡ଼ିଆ‌ରୁ
ୟେଲୋ ଫିଭର ଟିକା
Vaccine description
Target diseaseYellow fever
TypeAttenuated virus
Clinical data
AHFS/Drugs.commonograph
MedlinePlusa607030
Routes of
administration
Subcutaneous injection
ATC code
Identifiers
ChemSpider
  • none
 ☒NcheckY (what is this?)  (verify)

ୟେଲୋ ଫିଭର ଟିକା ଏକ ପ୍ରକାର ଟିକା ଯାହା ୟେଲୋ ଫିଭର ରୋଗରୁ ସୁରକ୍ଷା ପ୍ରଦାନ କରେ ।[୧] ଏହା ଏକ ଭୁତାଣୁ ଜନିତ ରୋଗ ଯାହା ଆଫ୍ରିକା ତ‌ଥା ଦକ୍ଷିଣ ଆମେରିକାରେ ଦେଖାଯାଏ । ଏହି ଟିକା ନେବାରେକ ମାସ ମଧ୍ୟରେ ୯୯% ଲୋକଙ୍କର ଇମ୍ମ୍ୟୁନିଟି ଆସିଯାଏ । ଏହି ଟିକା ଦାନ କରି ବିସ୍ତୃତ ମଡ଼କ ରୋକିହୁଏ । ମାଂସପେଶୀ ଇଞ୍ଜେକସନ ବା ଚର୍ମତଳ ଇଞ୍ଜେକସନ ଆକାରରେ ଏହା ଦିଆଯାଏ । [୧]

ଏହି ରୋଗ ପ୍ରବଣ ସମସ୍ତ ଦେଶରେ ରୁଟିନ ଟିକାକରଣ ସମୟରେ ଏହି ଟିକା ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁ.ଏଚ.ଓ) ସଂସ୍ଥା ସୁପାରିସ କରିଛି । ଏହି ଟିକା ୯ରୁ ୧୨ ମାସ ବୟସରେ ଦେବା ଉଚିତ ।ଏହି ରୋଗ ହେଉଥିବା ଯାଗାକୁ ଯାଉଥିବା ଲୋକ ଟିକା ନେବା ଉଚିତ ।[୧] ସାଧାରଣତଃ ପ୍ରଥମ ଡୋଜ ପରେ ଆଉ ଟିକା ଆବଶ୍ୟକ ହୁଏନାହିଁ । [୨]

ୟେଲୋ ଫିଭର ଟିକା ସାଧରଣତଃ ନିରାପଦ । ଲକ୍ଷଣ ବିହୀଣ ଏଚଆଇଭି ସଂକ୍ରମଣ ଥିଲେ ଏହା ନିରାପଦ । ସାମାନ୍ୟ ମୁଣ୍ଡବଥା, ମାଂସପେଶୀ ଯନ୍ତ୍ରଣା, ଇଞ୍ଜେକସନ ନେଇଥିବା ସ୍ଥାନରେ କଷ୍ଟ, ଜ୍ୱର ଓ ରାସ ହୋଇପାରେ । ଏନ ନିୟୁତ ଟିକା ଦେଲେ ୮ ଜଣକୁ ସାଙ୍ଘିତିକ ଆଲର୍ଜି ଓ ୩ ଜଣଙ୍କର ଅଙ୍ଗ ଫେଲ ହେବା ସମ୍ଭାବନା ଥାଏ । ଗର୍ଭାବସ୍ଥାରେ ଏହା ନିରାପଦ, ତେଣୁ ସଂକ୍ରମଣ ସଂଭାବନା ଥିଲେ ଏହା ଦେବା ଉଚିତ ।[୧] ଦୁର୍ବଳ ଇମ୍ମ୍ୟୁନିଟି ଥିବା ଲୋକଙ୍କୁ ଦେବା ଉଚିତ ନୁହେଁ । [୩]

ୟେଲୋ ଫିଭର ଟିକା ସନ ୧୯୩୮ରେ ପ୍ରଥମେ ବ୍ୟବ‌ହୃତ ହେଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ପ୍ରତି ଡୋଜ ପିଛା ୪.୩୦ରୁ ୨୧.୩୦ ଆମେରିକୀୟ ଡଲାର ଥିଲା ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଟିକାର ମୂଲ୍ୟ ୫୦ରୁ ୧୦୦ ଡଲାର । [୭] ଦୁର୍ବଳିକୃତ ୟେଲୋ ଫିଭର ଭୁତାଣୁରୁ ଏହି ଟିକା ପ୍ରସ୍ତୁତ କରାଯାଏ । [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Vaccines and vaccination against yellow fever. WHO position paper -- June 2013" (PDF). Releve epidemiologique hebdomadaire / Section d'hygiene du Secretariat de la Societe des Nations = Weekly epidemiological record / Health Section of the Secretariat of the League of Nations. 88 (27): 269–83. 5 July 2013. PMID 23909008.
  2. Staples, JE; Bocchini JA, Jr; Rubin, L; Fischer, M; Centers for Disease Control and Prevention, (CDC) (19 June 2015). "Yellow Fever Vaccine Booster Doses: Recommendations of the Advisory Committee on Immunization Practices, 2015". MMWR. Morbidity and mortality weekly report. 64 (23): 647–50. PMID 26086636.
  3. "Yellow Fever Vaccine". CDC. December 13, 2011. Retrieved 15 December 2015.
  4. Norrby E (November 2007). "Yellow fever and Max Theiler: the only Nobel Prize for a virus vaccine". J. Exp. Med. 204 (12): 2779–84. doi:10.1084/jem.20072290. PMC 2118520. PMID 18039952.
  5. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  6. "Vaccine, Yellow Fever". International Drug Price Indicator Guide. Retrieved 6 December 2015.[permanent dead link]
  7. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 318. ISBN 9781284057560.