ଅମଡ଼ା ବାଟ (ଉପନ୍ୟାସ)

ଉଇକିପିଡ଼ିଆ‌ରୁ

ଅମଡା ବାଟ ବସନ୍ତ କୁମାରୀ ପଟ୍ଟନାୟକଙ୍କଦ୍ୱାରା ଲିଖିତ ଭାରତୀୟ ନାରୀଜୀବନ ଉପରେ ଆଧାରିତ ଏକ ଉପନ୍ୟାସ ।[୧] ଏହା ୧୯୫୭ ମସିହାରେ ପ୍ରକାଶିତ ହୋଇଥିଲା ।

ବିଷୟବସ୍ତୁ[ସମ୍ପାଦନା]

ଏହି ଉପନ୍ୟାସଟି ଭାରତୀୟ ନାରୀ ଜୀବନର ବିବାହ ପୂର୍ବ ଏବଂ ବିବାହୋତ୍ତର ପର୍ଯ୍ୟାୟଦ୍ୱୟର ମନସ୍ତାତ୍ୱିକ ଓ ସାମାଜିକ ବିରୋଧାଭାଷ ଉପରେ ଆଧାରିତ । ଏଥିରେ ଭାରତୀୟ ସାଧାରଣ ମଧ୍ୟବିତ୍ତ ପରିବାରର ଚଳନଶୈଳୀ ଓ ପାରିପାର୍ଶ୍ୱିକ ସାମାଜିକ ଅବସ୍ଥାର ପରିବାର ଉପରେ ପ୍ରଭାବ ପ୍ରତିଫଳିତ ହୋଇଛି । ଉପନ୍ୟାସର ନାୟିକା ମାୟାର ବିବାହ ପୂର୍ବ ଚଳଚଞ୍ଚଳ ଜୀବନ ଓ ବିବାହ ପରବର୍ତ୍ତୀ ବଧୂ ଜୀବନର ବୈଷମ୍ୟକୁ ନେଇ ଉପନ୍ୟାସର କାହଣୀ ଗତିଶୀଳ । ଉପନ୍ୟାସଟି ସଂକ୍ଷୀପ୍ତ ଓ ମୂଳତଃ ଏକ ଚରିତ୍ରାଶୟୀ ।

ଆଧାର[ସମ୍ପାଦନା]