ସହରାଞ୍ଚଳ ବିକାଶ ଯୋଜନା

ଉଇକିପିଡ଼ିଆ‌ରୁ

ସହରାଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ସ୍ମାର୍ଟ ସିଟି, ଅମୃତ ସହର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଦ୍ୱାରା ୨୫ ଜୁନ ୨୦୧୫ରେ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ଭେଙ୍କୟା ନାଇଡୁ, ସହରାଞ୍ଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ଉପସ୍ଥିତିରେ ଶୁଭାରମ୍ଭ ହୋଇଛି । ସହରକୁ ନୂଆ ରୂପ ଦେବା ପାଇଁ ସରକାର ଏହି ତିନି ଯୋଜନା ପ୍ରସ୍ତୁତ କରିଛନ୍ତି । [୧]

ଲକ୍ଷ୍ୟ[ସମ୍ପାଦନା]

ଭାରତର ସହରଗୁଡ଼ିକୁ ଆନ୍ତର୍ଜାତିକମାନର ଭାବେ ଗଢ଼ି ତୋଳିବା, ସାମଗ୍ରିକ ବିକାଶ ତଥା ସହରକୁ ବସ୍ତି ମୁକ୍ତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ।

ବ୍ୟୟ ଅଟକଳ[ସମ୍ପାଦନା]

ଏହି ଯୋଜନା ପାଇଁ ମୋଟ ୪ଲକ୍ଷ କୋଟି ଟଙ୍କା ଖର୍ଚ୍ଚର ବ୍ୟୟ ଅଟକଳ କରାଯାଇଛି । ଉଲ୍ଲେଖ ଯୋଗ୍ୟ ଯେ ଅପ୍ରେଲ ୨୦୧୫ରେ ସ୍ମାର୍ଟ ସିଟି ଓ ଅମୃତ ଯୋଜନା ପାଇଁ ଯଥାକ୍ରମେ ୪୮ ହଜାର କୋଟି ଓ ୫୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର କରିଥିଲେ ।[୨][୩]

ରୂପାୟନ[ସମ୍ପାଦନା]

ପିପିପି ମଡେଲ[ସମ୍ପାଦନା]

ସହରୀକରଣ ପାଇଁ ସରକାର ଘରୋଇ ସରକାରୀ ସହଭାଗିତା ଉପରେ ଗୁରୁତ୍ୱ ଦେଉଛନ୍ତି ।

ତିନି ପ୍ରକାର ବିକାଶ ମଡେଲ[ସମ୍ପାଦନା]

ସହରାଞ୍ଚଳ ବିକାଶ ପାଇଁ ସରକାର ତିନି ପ୍ରକାର ବିକାଶ ମଡେଲ ପ୍ରସ୍ତୁତ କରିଛନ୍ତି । ପ୍ରଥମଟି ହେଲା ପୁରୁଣା ସହରରେ ରହିଥିବା ଅଭାବକୁ ପୁରଣ କରି ତାକୁ ସ୍ମାର୍ଟ ସିଟିରେ ପରିଣତ କରିବା । ଦ୍ୱିତୀୟ ମଡେଲ ହେଉଛି ଯୋଜନାବଦ୍ଧ ବିକାଶ । ଏହି ମଡେଲରେ ସହରରେ ଯାତାୟତ ପାଇଁ ଇଣ୍ଟେଲିଜେଣ୍ଟ ଗମନାଗମନ ବ୍ୟବସ୍ଥା କରିବା । ଶୁଦ୍ଧ ପାନୀୟ ଜଳ, ମୌଳିକ ଭିତ୍ତିଭୂମି, ପରିମଳ, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଗରିବଙ୍କ ପାଇଁ ଘର, ବିଦ୍ୟୁତ ଯୋଗାଣ, ଆଟି ସଂଯୋଗ, ପ୍ରଶାସନ, ନାଗରିକ ସୁରକ୍ଷା, ସ୍ୱାସ୍ଥ୍ୟ, ଶିକ୍ଷା ପ୍ରତି ବିଶେଷ ଗୁରୁତ୍ୱ ପ୍ରଦାନ କରାଯିବ । ପ୍ରଥମ ଦୁଇଟି ମଡେଲ ପୁରୁଣା ସହର ପାଇଁ ପ୍ରସ୍ତୁତ କରାଯାଇଛି । ତୃତୀୟ ମଡେଲଟି ହେଉଛି ଏକ ନୂଆ ସ୍ମାର୍ଟ ସହର ସ୍ଥାପନ କରିବା । [୪]

ସ୍ମାର୍ଟ ସିଟି[ସମ୍ପାଦନା]

ଯୋଜନାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ସ୍ମାର୍ଟ ସିଟି ପାଇଁ ଚିହ୍ନଟ ହେବାକୁ ଥିବା ୧୦୦ଟି ସହରରେ ଲୋକଙ୍କୁ ଉନ୍ନତମାନର ସୁବିଧା ଯୋଗାଇ ଦିଆଯିବ । ପ୍ରତିଯୋଗିତା ଭିତ୍ତିରେ ଏହି ସହରକୁ ଚିହ୍ନଟ କରାଯିବ । ଏଥିପାଇଁ ଏକ ଦୁଇଦିନିଆ ବର୍କସପ ହେବ ଯେଉଁଥିରେ ୧୦୦୦ ମେୟର ଓ ପୌରାଧ୍ୟକ୍ଷ, ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବମାନେ ଯୋଗଦେବେ । ସ୍ମାର୍ଟ ସିଟି ଯୋଜନାରେ ସାମିଲ ହୋଇଥିବା ସହରର ବିକାଶ ପାଇଁ କେନ୍ଦ୍ର ସରକାର ଆଗାମୀ ୫ବର୍ଷ ମଧ୍ୟରେ ୧ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ । ସହରବାସୀଙ୍କୁ ୨୪ଘଣ୍ଟିଆ ବିଜୁଳି, ପର୍ଯ୍ୟାପ୍ତ ପରିମାଣର ବିଶୁଦ୍ଧ ଜଳ, ପରିମଳ, ବିଶୁଦ୍ଧ ବାୟୁ, ଉତ୍ତମ ମୂଲ୍ୟରେ ସ୍ୱାସ୍ଥ୍ୟ ସେବା, ସୁରକ୍ଷା, ଯୋଗାଯୋଗ ଆଦି ବିଭିନ୍ନ ସୁବିଧାସୁଯୋଗ ଯୋଗାଇ ଦିଆଯିବ । [୫]

କାୟାକଳ୍ପ ଓ ସହରୀ ରୂପାନ୍ତରଣ ଅଟଳ ମିଶନ ଯୋଜନା (ଅମୃତ)[ସମ୍ପାଦନା]

କାୟାକଳ୍ପ ଓ ସହରୀ ରୂପାନ୍ତରଣ ଅଟଳ ମିଶନ ଯୋଜନା (ଅମୃତ)ରେ ୫୦୦ ସହରକୁ ବିକଶିତ କରାଯିବ । ୧ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ଅମୃତ ଯୋଜନା କାର୍ଯ୍ୟକାରୀ କରାଯିବ । ଏହି ଯୋଜନାରେ ସାମିଲ ପ୍ରତ୍ୟେକ ସହରରେ ମୌଳିକ ଭିତ୍ତିଭୂମି ଓ ପରିମଳ ସୁନିଶ୍ଚିତ କରାଯିବ । ଜଳଯୋଗାଣ ଓ ଆବର୍ଜନା ନିଷ୍କାସନ ଉପରେ ଲକ୍ଷ୍ୟ କେନ୍ଦ୍ରୀଭୂତ ହେବ । ସାର୍ବଜନୀନ ପରିବହନ ବଢାଇବା, ପଥାଚାରୀ, ସାଇକଲ ଚାଳକଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ । [୨][୩]

ପ୍ରଧାନମନ୍ତ୍ରୀ ଆବାସ ଯୋଜନା[ସମ୍ପାଦନା]

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସହରର ପ୍ରତ୍ୟେକ ଗରିବ ଲୋକଙ୍କୁ ପକ୍କା ଘରର ମାଲିକ ହେବାକୁ ସକ୍ଷମ କରାଯିବ । ୨୦୨୨ ସୁଦ୍ଧା ସହରର ଗରିବ ଲୋକଙ୍କ ପାଇଁ ୨କୋଟି ପକ୍କା ଘର ନିର୍ମାଣ କରାଯିବ । ପ୍ରତି ଘର ପିଛା ୧ଲକ୍ଷରୁ ୨.୩୦ଲକ୍ଷ ଟଙ୍କାର କେନ୍ଦ୍ରୀୟ ସହାୟତା ଯୋଗାଇ ଦିଆଯିବ ।

ଓଡ଼ିଶାର ଭାଗ[ସମ୍ପାଦନା]

ଏହି ଯୋଜନା ଅନ୍ତର୍ଗତ ଓଡ଼ିଶା୨ଟି ସ୍ମାର୍ଟ ସିଟି ଓ ୧୯ଟି ସହରକୁ ଅମୃତ ଯୋଜନାରେ ମନୋନିତ କରିବ ।

ଆଧାର[ସମ୍ପାଦନା]

{ଆଧାର}

  1. "ସ୍ମାର୍ଟ ସିଟି ଯୋଜନା ଆରମ୍ଭ". ସମାଜ. ୨୬ ଜୁନ ୨୦୧୫. Archived from the original on 17 April 2014. Retrieved 27 June 2015. {{cite news}}: Check date values in: |date= (help)
  2. ୨.୦ ୨.୧ "ଅମୃତ ସ୍କିମରେ ୫୦୦". ୨୬ ଜୁନ ୨୦୧୫. Archived from the original on 28 June 2015. Retrieved 27 June 2015. {{cite news}}: Check date values in: |date= (help)
  3. ୩.୦ ୩.୧ http://www.narendramodi.in/pm-s-remarks-at-the-launch-of-amrut-smart-cities-mission-and-housing-for-all-urban-
  4. http://sambadepaper.com/epapermain.aspx?edcode=10&eddate=6/26/2015&querypage=18#
  5. http://economictimes.indiatimes.com/news/economy/infrastructure/smart-cities-amrut-housing-for-all-critical-for-india-deepak-parekh/articleshow/47818083.cms