ଉଇକିପିଡ଼ିଆ:ଜନ୍ମତିଥି/୧୩/ପରିଚାଳନା

ଉଇକିପିଡ଼ିଆ‌ରୁ



ପରିଚାଳନା କମିଟି

ପରିଚାଳନା କମିଟି ଏହି କାର୍ଯ୍ୟକ୍ରମର ବିଭିନ୍ନ କାମ ପରିଚାଳନା କରିବ । ଯଦି ଆପଣ ଜଣେ ଉଇକିଆଳି ଓ କୌଣସି କାମରେ ଅଂଶଗ୍ରହଣ କରିବାକୁ ଚାହାନ୍ତି ତେବେ "ଆଲୋଚନା" ପୃଷ୍ଠାରେ ନିଜ ନାମ ଭରନ୍ତୁ ।

କାମ ସବିଶେଷ ଉଇକିଆଳି
ହଲ ପରିଚାଳନା
  • ହଲ ବୁକିଂ
  • ଆଗୁଆ ହଲ ଆଗରେ ବ୍ୟାନର, ତୋରଣ ଆଦି ଲଗାଇବା
  • ହଲରେ ସାଉଣ୍ଡ, ପ୍ରୋଜେକ୍ଟର ଆଦିର ତଦାରଖ
ସୁଭାସିସ ପାଣିଗାହି (ଆଳାପ), Sailesh Patnaik  ଶୈଳେଶ (ମୋ ଆଲୋଚନା)
ଖର୍ଚ୍ଚ ଅଟକଳ
  • ଖର୍ଚ୍ଚ ଅଟକଳ ଚୂଡ଼ାନ୍ତ
  • ଗ୍ରାଣ୍ଟ ଆବେଦନ
  • ବିଭିନ୍ନ ବିଭାଗରେ ପଇସା ବଣ୍ଟନ
ଛପା ଶିକ୍ଷଣ, ଷ୍ଟିକର ଓ ଅନ୍ୟାନ୍ୟ ବିତରଣ ଜିନିଷ ଡିଜାଇନ, ଛପା
ସଭା ପରିଚାଳନା
  • ଚା-ଜଳଖିଆ ଆଦି ଅଣାଇବା ଓ ବିତରଣ
  • ଫୁଲତୋଡ଼ା ଆଦି ଅଣାଇବା
Sailesh Patnaik  ଶୈଳେଶ (ମୋ ଆଲୋଚନା)
ମଞ୍ଚ ପରିଚାଳନା
  • ଅତିଥି ପରିଚୟ ପ୍ରଦାନ
  • ବିବରଣୀ ପାଠ
ସୋସିଆଲ ମିଡ଼ିଆ ପରିଚାଳନା
  • ଫେସବୁକ, ଟୁଇଟର ଆଦିରେ ପ୍ରଚାର
Sailesh Patnaik  ଶୈଳେଶ (ମୋ ଆଲୋଚନା)
ଅତିଥି ଆମନ୍ତ୍ରଣ
  • ଅତିଥି ମାନଙ୍କୁ ଭେଟି ଆମନ୍ତ୍ରଣ
  • ସେମାନେ ସଭାସ୍ଥଳେ ପହଞ୍ଚିଲେ ସେଠୁ ପାଛୋଟି ନେଇ ସତ୍କାର
  • ତାଙ୍କୁ ଛପା ଶିକ୍ଷଣ, ବିବରଣୀ ଆଦି ଦେବା ଓ ବୁଝାଇବା
  • ତାଙ୍କୁ ମଞ୍ଚ ଉପରକୁ ଯିବାରେ ସହଯୋଗ
  • ସଭା ସମୟରେ ତାଙ୍କୁ ଆବଶ୍ୟକ ପଡ଼ିଲେ ସହଯୋଗ
  • ସଭା ସାଙ୍ଗ ହେଲେ ବାଟେଇ ଆସିବା
Sailesh Patnaik  ଶୈଳେଶ (ମୋ ଆଲୋଚନା)
ଗଣମାଧ୍ୟମରେ ପ୍ରଚାର
  • ସମସ୍ତ ଏଫଏମ ରେଡ଼ିଓ/ଟିଭି/ଓଡ଼ିଆ ଏବଂ ଇଂରାଜୀ ସମ୍ବାଦପତ୍ରରେ ଆଜିର କାର୍ଯ୍ୟକ୍ରମ ସ୍ତମ୍ଭରେ ସୂଚନା କିମ୍ବା ବିଜ୍ଞାପନ
  • ସେହିଦିନ ଅଥବା ପରଦିନ ଅୟୋଜିତ ଖବର ପରିବେଷଣରେ ସ୍ଥାନ ପାଇବା
  • ଗଣମାଧ୍ୟମ ସମ୍ବାଦିକଙ୍କୁ ନିମନ୍ତ୍ରଣ ଏବଂ ସମ୍ପର୍କ
କାମ
କାମ

ନିମନ୍ତ୍ରଣ

ନିମନ୍ତ୍ରଣ

[ପ୍ରାପ୍ତେଷୁ]
ଶ୍ରୀ/ ଶ୍ରୀମତୀ

ମହାଶୟ/ ମହାଶୟା,

ଆପଣଙ୍କୁ ଓଡ଼ିଆ ଉଇକିପିଡ଼ିଆର ୧୩ ତମ ସ୍ୱନକ୍ଷତ୍ର ଦିବସକୁ ସାଦର ନିମନ୍ତ୍ରଣ କରୁଛୁ । ଆପଣ ଅବଗତ ଥିବେ, ଇଣ୍ଟରନେଟରେ ବିନାମୂଲ୍ୟରେ ଉପଲବ୍‌ଧ ଏକ ବ‌ହୁଭାଷୀ, ବହୁଜନ‌ ସ‌ହ‌ଯୋଗୀତାରେ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ସମ୍ପାଦିତ ଜ୍ଞାନ‌କୋଷ ଉଇକିପିଡ଼ିଆ ଓଡ଼ିଆରେ ମଧ୍ୟ https://or.wikipedia.org ଠାରେ ଉପଲବ୍ଧ । ବିଶ୍ୱ ଦରବାରରେ ଏହାର ଜନ୍ମ ୨୦୦୧ ଜାନୁୟାରୀ ମାସର ୧୫ ତାରିଖରେ ହୋଇଥିଲା ବେଳେ ଓଡ଼ିଆ ଉଇକିପିଡ଼ିଆର ଜନ୍ମ ୨୦୦୨ରେ ହୋଇଥିଲା ଓ ଏହାର ୧୩ତମ ଜନ୍ମ ଦିବସ ପାଳିତ ହେବାକୁ ଯାଉଛି । ଜ୍ଞାନ‌କୋଷ ସମ୍ପାଦନା କେବେ ସ‌ହଜସାଧ୍ୟ ନୁହେଁ । ଅନେକ ବ୍ୟକ୍ତିଙ୍କ ନିଃସ୍ୱାର୍ଥପର ଶ୍ରମର ସିଞ୍ଚନରେ ଜ୍ଞାନ‌କୋଷ ଦେଉଳ ଠିଆହୁଏ । ପ୍ରତି ମୂହୁର୍ତ୍ତରେ ଏହାର ଉନ୍ନତ ସମ୍ପାଦନା ଚାଲିଥାଏ ଯାହା ପୁସ୍ତକ ଭାବେ ମିଳୁଥିବା ଜ୍ଞାନ‌କୋଷରେ ସମ୍ଭବ ନୁହେଁ । ଉଇକିପଡ଼ିଆ ମଞ୍ଚରେ ଆମେ ପ୍ରକୃତରେ ନିଜ ଭାଷାର ଉନ୍ନତି କରିବାରେ ବ୍ରତୀ । ବିଶାଳ ପୃଥିବୀରେ ନିୟୁତ ନିୟୁତ ବିଷୟ ଜାଣିବାକୁ ଥାଏ ଓ ପ୍ରତି କଥାର ସବିଶେଷ ବ୍ୟାଖ୍ୟା ସଂସାରର ପ୍ରତିଟି ଲୋକ ଜାଣିବାକୁ ହକଦାର । ଏହି ବିଷୟକୁ ବିଚାରକୁ ନେଇ ଉଇକିପିଡ଼ିଆର ଆରମ୍ଭ । ପୃଥିବୀରେ ଇଂରାଜୀ ଭାଷା ସ‌ମେତ ୨୮୮ ଭାଷାରେ ସମ୍ପାଦିତ ଉଇକିପିଡ଼ିଆରେ ପ୍ରାୟ ୩୫ ନିୟୁତ ବିଷୟର ଅବତାରଣା କରାଯାଇଛି । ବିଭିନ୍ନ ସ୍ଥାନରେ ରହି ଆମେ ଓଡ଼ିଆଭାଷୀ ନୂତନ ବିଷୟମାନ ଯୋଗ କରୁଛୁ ତ‌ଥା ଅନ୍ୟ ଭାଷାରେ ଲିଖିତ ବିଷୟମାନଙ୍କୁ ଓଡ଼ିଆରେ ଅନୁବାଦ କରୁଛୁ ।

ଆପଣଙ୍କୁ ଆମର ବିନୀତ ଅନୁରୋଧ, ଉଇକିପଡ଼ିଆର ୧୩ ତମ ସ୍ୱନକ୍ଷତ୍ର ଦିବସରେ ଆମ ସଙ୍ଗେ ଯୋଗଦେଇ ଜନ ସାଧାରଣଙ୍କୁ ଉଦ୍‌ବୋଧନ ଦେଇ ଆମ ଭାଷାକୁ ଆଗେଇ ନେବାର ଏହି ବିଶାଳ ପ୍ରଚେଷ୍ଟାକୁ ଉତ୍ସାହିତ କରିବେ ।


ପ୍ରୋଗ୍ରାମ ଅଫିସର

ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି, ଆକସେସ ଟୁ ନଲେଜ

(ବେଙ୍ଗାଲୁରୁ)

କାର୍ଯ୍ୟକ୍ରମ