ଲିମ୍ଫୋମା

ଉଇକିପିଡ଼ିଆ‌ରୁ
ଲିମ୍ଫୋମା
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିhematology[*], oncology[*]
ଆଇସିଡ଼ି-୧୦C81.-C96.
ଆଇସିଡ଼ି-୯-ସିଏମ୍202.8
ଆଇସିଡ଼ି-ଓ9590–9999
ମେଡ଼ିସିନ-ପ୍ଲସ000580 000581
MeSHD008223

ଲିମ୍ଫୋମା (ଇଂରାଜୀରେ Lymphoma) ଏକ ରକ୍ତ ଜୀବକୋଷ ଅର୍ବୁଦ ଦଳର ସଦସ୍ୟ ଯାହା ଲିମ୍ଫୋସାଇଟରୁ ସୃଷ୍ଟି ହୁଏ ।[୧] ଏହାକୁ ବେଳେବେଳେ ଅର୍ବୁଦ ନ କ‌ହି କର୍କଟିୟ ବା କ୍ୟାନ୍‌ସେରସ କୁହାଯାଏ ।[୧] ଏହି ରୋଗରେ ଲସିକା ଗ୍ରନ୍ଥି ଯନ୍ତ୍ରଣା ନ ଥାଇ ବଢ଼ିଯାଏ, ଜ୍ୱର, ଝାଳ, କୁଣ୍ଡେଇ ହେବା, ଓଜନ ହ୍ରାସ, ଥକ୍କା ଲାଗିବା ଇତ୍ୟାଦି ଲକ୍ଷଣ ଦେଖାଯାଏ ।[୨][୩] ରାତିରେ ସାଧାରଣତଃ ଝାଳ ବୁହେ ।[୨][୩]

ଦୁଇ ପ୍ରକାର ମୂଖ୍ୟ ଲିମ୍ଫୋମା ଦେଖାଯାଏ, ହଜକିନ ଲିମ୍ଫୋମା (ଏଚ.ଏଲ.) ଓ ନନ୍ ହଜକିନ ଲିମ୍ଫୋମା (ଏନ.ଏଚ.ଏଲ.)[୪] ଓ ଏହା ସ‌ହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଉ ଦୁଇଟ ରୋଗ ମଲ୍‌ଟିପ୍ଲ ମାୟେଲୋମାଇମ୍ମ୍ୟୁନୋପ୍ରୋଲିଫରେଟିଭ ଡିଜିଜକୁ ମିଶେଇଛନ୍ତି । [୫] ନନ୍ ହଜକିନ ଲିମ୍ଫୋମା ପ୍ରାୟ ୯୦ % ହୁଏ ଓ ଏହାର ଅନେକ ସବ-ଟାଇପ ଥାଏ ।[୪][୬] ହେମାଟୋପଏଟିକ ଓ ଲିମ୍ଫଏଡ ତନ୍ତୁ ନାମକ ଏକ ବଡ଼ ଦଳର ଅର୍ବୁଦର ଏହା ଏକ ଅଂଶ । [୭]

ଏପସ୍ଟେନ-ବାର ଭୁତାଣୁ ଓ ପରିବାରରେ ଅନ୍ୟ କେହି ରୋଗୀ ଥିଲେ ସଙ୍କଟଦାୟୀ ଅବସ୍ଥା ଉପୁଜେ । [୨] ଏନ.ଏଚ.ଏଲ. ନିମନ୍ତେ ସଙ୍କଟଦାୟୀଙ୍କର ନାମ ଅଟୋଇମ୍ମ୍ୟୁନ ରୋଗ, ଏଚ.ଆଇ.ଭି. ମାନବଟି ଲିମ୍ଫୋଟ୍ରପିକ ଭୁତାଣୁ, ଅଧିକ ମାଂସ ଓ ଚର୍ବି ଖାଦ୍ୟ, ଇମ୍ମ୍ୟୁନିଟି ନିରୋଧି ଔଷଧ ଓ କିଛି ପୋକମାରୀ ଔଷଧ[୩] ରକ୍ତ, ପରିସ୍ରା ଓ ଅସ୍ଥି ମଜ୍ଜା ପରୀକ୍ଷା କରି ସାଧାରଣତଃ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୩] ଲସିକା ଗ୍ରନ୍ଥି ବାୟୋପ୍ସି କରିବା ଆବଶ୍ୟକ ହୋଇପାରେ ।[୨][୩] ମେଡିକାଲ ଇମେଜିଙ୍ଗ କରି କେଉଁଠାକୁ ଯାଇଛି ଜଣାଯାଏ ।[୨][୩] ଏହି ରୋଗ ଅନ୍ୟ ଅଙ୍ଗ ଯଥା ଫୁସଫୁସ, ଯକୃତ ଓ ମସ୍ତିଷ୍କ‌କୁ ବ୍ୟାପିପାରେ ।[୨][୩]

ଏହି ରୋଗ ନିମନ୍ତେ କିଛି ସଂଯୁକ୍ତ ଚିକିତ୍ସା ଆବଶ୍ୟକ ହୁଏ ଯେପରିକି କେମୋଥେରାପି, ରାଡିଏସନ ଥେରାପି, ଟାର୍ଗେଟେଡ ଥେରାପିଅପରେଶନ[୨][୩] ଏନ.ଏଚ.ଏଲ.ରେ ପ୍ରୋଟିନ ମିଶ୍ରିତ ରକ୍ତ ବ‌ହୁତ ଗାଢ଼ ଥିବାରୁ ପ୍ଲାଜମୋଫେରେସିସ ଦରକାର ହୁଏ ।[୩] କେତେକ ଟାଇପ ନିମନ୍ତେ ଦେଖା ଅପେକ୍ଷା ବିଧି ଯଥେଷ୍ଟ ହୁଏ ।[୩] କେତେକ ଟାଇପ ଆରୋଗ୍ୟ ହୋଇଯାଏ ।[୪] ଆମେରିକାରେ ଏଚ.ଏଲ.ର ମୋଟାମୋଟି ପାଞ୍ଚ ବର୍ଷିଆ ଆୟୁଷ ହାର ୮୫ %,[୮] ଓ ଏନ.ଏଚ.ଏଲ.ର ୬୯ % ।[୯] ସମ ୨୦୧୨ରେ ପୃଥିବୀରେ ୫୬୬,୦୦୦ ଲୋମ୍ଫୋମା ହୋଇଥିଲା ଓ ଏହି କାରଣରୁ ୩୦୫,୦୦୦ ଲୋକ ମରିଥିଲେ ।[୫] ସମୁଦାୟ କର୍କଟ ରୋଗର ଏହା ୩ରୁ ୪ % କିନ୍ତୁ ଦଳଗତ ଭାବେ ଏହା ସପ୍ତମ ସାଧାରଣ ରୋଗ ।[୫][୧୦] ପିଲାଙ୍କଠାରେ ଏହା ତୃତୀୟ ସାଧାରଣ କର୍କଟ ରୋଗ ।[୧୧] ବିକାଶଶୀଳ ଦେଶ ଅପେକ୍ଷା ବିକଶିତ ଦେଶମାନଙ୍କରେ ଏହି ରୋଗ ଅଧିକ ହୁଏ । [୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ Taylor, Elizabeth J. (2000). Dorland's Illustrated medical dictionary (29th ed.). Philadelphia: Saunders. p. 1038. ISBN 0721662544.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "General Information About Adult Hodgkin Lymphoma". National Cancer Institute. 2014-04-23. Retrieved 20 June 2014.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ "General Information About Adult Non-Hodgkin Lymphoma". National Cancer Institute. 2014-04-25. Retrieved 20 June 2014.
  4. ୪.୦ ୪.୧ ୪.୨ The Lymphoma Guide Information for Patients and Caregivers (PDF). 2013. Archived from the original (pdf) on 14 July 2014. Retrieved 20 June 2014. {{cite book}}: |website= ignored (help)
  5. ୫.୦ ୫.୧ ୫.୨ ୫.୩ World Cancer Report 2014. World Health Organization. 2014. pp. Chapter 5.13. ISBN 9283204298.
  6. "Lymphoma". NCI. Retrieved 13 June 2014.
  7. Vardiman, JW; Thiele, J; Arber, DA; Brunning, RD; Borowitz, MJ; Porwit, A; Harris, NL; Le Beau, MM; Hellström-Lindberg, E; Tefferi, A; Bloomfield, CD (Jul 30, 2009). "The 2008 revision of the World Health Organization (WHO) classification of myeloid neoplasms and acute leukemia: rationale and important changes". Blood. 114 (5): 937–51. doi:10.1182/blood-2009-03-209262. PMID 19357394.
  8. "Hodgkin Lymphoma—SEER Stat Fact Sheets". Seer.cancer.gov. Retrieved 2012-08-26.
  9. "SEER Stat Fact Sheets: Non-Hodgkin Lymphoma". NCI. Retrieved 18 June 2014.
  10. Marcus, Robert (2013). Lymphoma : pathology, diagnosis and treatment (Second ed.). p. 1. ISBN 9781107010598.
  11. Tepper, John E. Niederhuber, James O. Armitage, James H. Doroshow, Michael B. Kastan, Joel E. (2014). "Childhood lymphoma". Abeloff's clinical oncology (Fifth ed.). p. Chapter 97. ISBN 1455728659.{{cite book}}: CS1 maint: multiple names: authors list (link)