ଲିସମାନିଆସିସ

ଉଇକିପିଡ଼ିଆ‌ରୁ
ଲିସମାନିଆସିସ
Cutaneous leishmaniasis in the hand of a Central American adult
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*]
ଆଇସିଡ଼ି-୧୦B55.
ଆଇସିଡ଼ି-୯-ସିଏମ୍085
ରୋଗ ଡାଟାବେସ3266 29171
3266
7070
ମେଡ଼ିସିନ-ପ୍ଲସ001386
ଇ-ମେଡ଼ିସିନemerg/296
Patient UKଲିସମାନିଆସିସ
MeSHD007896

ଲିସମାନିଆସିସ ବା ଲିସମାନିଓସିସ (ଇଂରାଜୀରେ ଯଥାକ୍ରମେ Leishmaniasis କିମ୍ବା leishmaniosis) ଏକ ରୋଗ ଯାହା ଏକ ପ୍ରୋଟୋଜୋଆ ପରଜୀବୀ ଜିନସ ଲିସମାନିଆଦ୍ୱାରା ହୁଏ ଓ ଏହା କେତେକ ପ୍ରକାର ସ୍ୟାଣ୍ଡଫ୍ଲାଇ କାମୁଡିଲେ ବ୍ୟାପେ । [୧] ଏହି ରୋଗ ତିନି ପ୍ରକାର ପ୍ରଦର୍ଶନ କରାଏ ଯଥା ଚର୍ମ, ଝିଲ୍ଲୀଚର୍ମ ଓ ଭିସେରାଲ ଲିସ୍‌ମାନିଆସିସ ।[୧] ଚର୍ମ ଲିସମାନିଆସିସରେ ଚର୍ମରେ ଘାଆ ହୁଏ, କିନ୍ତୁ ଝିଲ୍ଲୀଚର୍ମରେ ଚମ, ପାଟି ଓ ନାକରେ ହୁଏ । ଭିସେରାଲ ରୋଗରେ ଆରମ୍ଭରୁ ଚର୍ମରେ ହୁଏ ଓ ପରେ ଜ୍ୱର ହୁଏ, ଲୋହିତ ରକ୍ତ କଣିକା କମିଯାଏ, ପ୍ଲୀହା ଓ ଯକୃତ ବଢ଼ିଯାଏ । [୧][୨]

କୋଡ଼ିଏ ପ୍ରକାର ଲିସମାନିଆ ପରଜୀବୀଯୋଗୁ ଏହି ରୋଗ ହୁଏ ।[୧] ସଙ୍କଟ ପରିସ୍ଥିତି ନିମନ୍ତେ ଦାରିଦ୍ର୍ୟ, ଅପ‌ପୋଷଣ ବା ମାଲ୍‌ନ୍ୟୁଟ୍ରିସନ, ଜଙ୍ଗଲକଟା ଓ ସ‌ହରୀକରଣ ଦାୟୀ ।[୧] ପରଜୀବୀକୁ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖି ରୋଗ ଚିହ୍ନିହୁଏ,[୧] ଅଧିକନ୍ତୁ ଭିସେରାଲ ରୋଗ ରକ୍ତ ପରୀକ୍ଷାକରି ଜଣାଯାଏ ।[୨]

କୀଟମାରୀ ଔଷଧବୋଳା ମଶାରୀ ବ୍ୟବ‌ହାର କରି ଲିସମାନିଆସିସ ରୋଗକୁ ପ୍ରତିରୋଧ କରିହୁଏ । [୧] ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟରେ ସ୍ୟାଣ୍ଡଫ୍ଲାଇ ମାରିବା ନିମନ୍ତେ କୀଟମାରି ଔଷଧ ସ୍ପ୍ରେ ଓ ରୋଗୀମାନଙ୍କର ଶୀଘ୍ର ଚିକିତ୍ସା କରିବା ଆବଶ୍ୟକ ।[୧] କେଉଁ ସ୍ଥାନରୁ ରୋଗ ଆସିଛି, କେଉଁ ପ୍ରକାର ଲିସମାନିଆ ଓ କେଉଁ ପ୍ରକାର ଲିସମାନିଆରୋଗ ଉପରେ ଚିକିତ୍ସା ନିର୍ଭର କରେ ।[୧] ଭିସେରାଲ ରୋଗ ନିମନ୍ତେ ଲାଇପୋସୋମାଲ ଆମ୍ଫୋଟେରିସିନ ବି,[୩] ବା ପେଣ୍ଟାଭାଲେଣ୍ଟ ଆଣ୍ଟିମୋନିଲିଆଲ ସ‌ହ ପାରୋମାମାଇସିନ [୩] ବା ମିଲ୍‌ଟେଫୋସିନ ଦିଆଯାଏ । [୪] ଚର୍ମ ରୋଗ ନିମନ୍ତେ ପାରୋମୋମାଇସିନ, ଫ୍ଲୁକୋନାଜୋଲ କିମ୍ବା ପେଣ୍ଟାମିଡିନ ଦିଆଯାଏ । [୫]

ଅଧୁନା ୧୨ ନିୟୁତ ଲୋକ ସଂକ୍ରମିତ ହୋଇଛନ୍ତି ।[୬] ୯୮ଟ ଦେଶରେ[୨] ପ୍ରାୟ ୨ନିୟୁତ ନୂଆ ରୋଗୀ[୨] ଓ ୨୦ରୁ ୫୦ ହଜାର ମୃତ୍ୟୁ ପ୍ରତି ବର୍ଷ ହେଉଛି ।[୧][୭] ରୋଗ ହେଉଥିବା ସ୍ଥାନରେ ଏସିଆ, ଆଫ୍ରିକା, ଦକ୍ଷିଣ ତ‌ଥା ମଧ୍ୟ ଆମେରିକା ଓ ୟୁରୋପର ୨୦୦ ନିୟୁତ ଲୋକ ବାସକରନ୍ତି ।[୨][୮] ରୋଗ ଚିକିତ୍ସା ନିମନ୍ତେ କେତେକ ଔଷଧ ପାଇଁ ଡବ୍ଲ୍ୟୁ.ଏଚ.ଓ. (World Health Organization) କନସେସନ କରେଇଛି । [୨] ଏହି ରୋଗ କେତେକ ପଶୁଙ୍କ ଦେହାରେ ହୁଏ ଯଥା କୁକୁର (dogs) ଓ ରୋଡେଣ୍ଟ[୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Leishmaniasis Fact sheet N°375". World Health Organization. January 2014. Retrieved 17 February 2014.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ Barrett, MP; Croft, SL (2012). "Management of trypanosomiasis and leishmaniasis". British medical bulletin. 104: 175–96. doi:10.1093/bmb/lds031. PMC 3530408. PMID 23137768.
  3. ୩.୦ ୩.୧ Sundar, S; Chakravarty, J (Jan 2013). "Leishmaniasis: an update of current pharmacotherapy". Expert opinion on pharmacotherapy. 14 (1): 53–63. doi:10.1517/14656566.2013.755515. PMID 23256501.
  4. Dorlo, TP; Balasegaram, M; Beijnen, JH; de Vries, PJ (Nov 2012). "Miltefosine: a review of its pharmacology and therapeutic efficacy in the treatment of leishmaniasis". The Journal of antimicrobial chemotherapy. 67 (11): 2576–97. doi:10.1093/jac/dks275. PMID 22833634.
  5. Minodier, P; Parola, P (May 2007). "Cutaneous leishmaniasistreatment". Travel medicine and infectious disease. 5 (3): 150–8. doi:10.1016/j.tmaid.2006.09.004. PMID 17448941.
  6. "Leishmaniasis Magnitude of the problem". World Health Organization. Retrieved 17 February 2014.
  7. Lozano, R (Dec 15, 2012). "Global and regional mortality from 235 causes of death for 20 age groups in 1990 and 2010: a systematic analysis for the Global Burden of Disease Study 2010". Lancet. 380 (9859): 2095–128. doi:10.1016/S0140-6736(12)61728-0. PMID 23245604.
  8. Ejazi, SA; Ali, N (Jan 2013). "Developments in diagnosis and treatment of visceral leishmaniasis during the last decade and future prospects". Expert review of anti-infective therapy. 11 (1): 79–98. doi:10.1586/eri.12.148. PMID 23428104.