ଛାମୁ ଯାହା ଦେଲେ ହରଷେ

ଉଇକିପିଡ଼ିଆ‌ରୁ

ଛାମୁ ଯାହା ଦେଲେ ହରଷେ.... ଏକ ଓଡ଼ିଆ ଭଜନ କ୍ୟାସେଟ୍ । ଏଥିରେ ଜଗନ୍ନାଥଙ୍କ ଉପରେ ତିଆରି ୮ଟି ଗୀତ ରଖାଯାଇଥିଲା । ୨୦୧୩ ପବିତ୍ର ରଥଯାତ୍ରା ଦିନ ଏହି କ୍ୟାସେଟ୍ ରିଲିଜ୍ ହୋଇଥିଲା, ଏହାକୁ ପ୍ରସ୍ତୁତ କରିଥିଲେ 'ହରିଶ୍ ପାଣିଗ୍ରାହୀ' ।

ଏଥିରେ ମୋଟ୍ ୮ଟି ଗୀତ ଥିଲା ଯାହାକୁ ଲେଖିଥିଲେ ଗୀତିକାର 'ନିହାର ପ୍ରିୟାଶିଷ୍' ଓ ସଂଗୀତକାର ଥିଲେ 'ସରୋଜ କୁମାର' ଓ କଣ୍ଠଶିଳ୍ପୀମାନେ ଥିଲେ 'ସୌରଭ ନାୟକ', 'କୁମାର ବାପି', 'କରୁଣାକର' ଓ 'ଅଞ୍ଜଳି ମିଶ୍ର'; ସଂଗୀତ ପରିଚାଳନା କରିଥିଲେ 'ଶାନ୍ତିରାଜ ଖୋସଲା' । ଏହି କ୍ୟାସେଟ୍‌ଟି ମିଲନ୍ ଷ୍ଟୁଡିଓରେ ରେକଡ୍ କରାଯାଇଥିଲା ଓ ଏହି କ୍ୟାସେଟ୍‌ର ଡିଜାଇନ୍ କରିଥିଲେ 'ଏ. ନିଲୁ' ।

ଗୀତଗୁଡ଼ିକ ଥିଲା[ସମ୍ପାଦନା]

  1. ଦିନ ମଜୁରିରେ ଦିନ ମୋ ବିତୁଚି ବା ଛାମୁ ଯାହା ଦେଲେ ହରଷେର ଟାଇଟଲ୍ ଗୀତ ଯାହାକୁ ଗାଇଥିଲେ କରୁଣାକର
  2. କେତେ ମୁଁ ପାପ ଫଳର ଚାଖିଚି ସୁଆଦ- କଣ୍ଠ ଓ ସଂଗୀତ- କରୁଣାକର
  3. ଲୁହ ଯେବେ ମୋ ଆଖିରେ ହୁଏ ଅଧିର- କୁମାର ବାପି
  4. କୋଇଲି ଲୋ କୋଇଲି- କୁମାର ବାପି
  5. ହେ ଅଧାଗଢା ଦିଅଁ- ସୌରଭ ନାୟକ
  6. ଛତିଆ ଗାଁରୁ ଚିଠି- କଣ୍ଠ-ସୌରଭ ନାୟକ ଓ ସଂଗୀତ- କରୁଣାକର
  7. କହ୍ନେଇଁ... ମୋ ଝିଅ ଫିଙ୍ଗିଦେଲା- ଅଞ୍ଜଳି ମିଶ୍ର
  8. ମୁଁ ତୋ ପ୍ରେମେ ପଡିଚି ବନ୍ଧା- ଅଞ୍ଜଳି ମିଶ୍ର